ETV Bharat / bharat

ସିଡିଏସ ପ୍ରସ୍ତାବ କ୍ୟାବିନେଟରେ ପାସ; ନିଯୁକ୍ତ ହେବେ ମିଲିଟାରୀ ପରାମର୍ଶଦାତା

author img

By

Published : Dec 24, 2019, 7:44 PM IST

ଦେଶର ତିନି ବାହୀନି ସହ ସମନ୍ବୟ ରକ୍ଷା କରିବା ଏବଂ ସେନାକୁ ଉପଯୁକ୍ତ ପରାମର୍ଶ ଦେବା ପାଇଁ ନିଯୁକ୍ତି ହେବେ ଚିଫ ଅଫ ଡିଫେନ୍ସ ଷ୍ଟାଫ। କ’ଣ ରହିବ ତାଙ୍କର କାର୍ଯ୍ୟକ୍ରମ, କିଏ ହେବେ ସିଡିଏସ ଅଧିକ ପଢନ୍ତୁ...

PHOTO
UNION CABINET

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ ‘ଚିଫ ଅଫ ଡିଫେନ୍ସ ଷ୍ଟାଫ’ (ସିଡିଏସ) ପଦକୁ ମଞ୍ଜୁରୀ ଦେଇଛି। ଗତ ଅଗଷ୍ଟ 15ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଦ ପାଇଁ ଘୋଷଣା କରିଥିଲେ। ଜଣେ ସାମରିକ ଅଧିକାରୀଙ୍କୁ ସରକାର ଏହି ପଦରେ ନିଯୁକ୍ତି ଦେବେ। ସିଡିଏସ 4ଷ୍ଟାର ରାଙ୍କର ଜେନେରାଲ ମାନ୍ୟତା ପାଇବେ। ଅର୍ଥାତ ଯେଉଁ ଅଧିକାରୀ ଏହି ପଦରେ ରହିବେ ସେ 4ଷ୍ଟାର ଜେନେରାଲ ମାନ୍ୟତା ପାଇବେ।

ଦେଶର ତିନି ବାହିନୀ ସହିତ ସିଡିଏସ ସମନ୍ବୟ ରକ୍ଷାକରିବେ। ଏହାକୁ ଆଜି କେନ୍ଦ୍ର କ୍ୟାବିନେଟ ମଞ୍ଜୁର ଦେଇଛନ୍ତି। ସିଡିଏସ ମୁଖ୍ୟତଃ ସ୍ଥଳସେନା, ବାୟୁସେନା ଓ ନୌସେନା ମଧ୍ୟରେ ସମନ୍ବୟ ରକ୍ଷା କରିବା ସହ ପ୍ରଧାନମନ୍ତ୍ରୀଙ୍କ ମିଲିଟାରୀ ପରାମର୍ଶଦାତା ଭାବେ କାର୍ଯ୍ୟକରିବେ। ‘1999 କାର୍ଗିଲ ରିଭ୍ୟୁ’ କମିଟି ମିଲିଟାରୀ ପରାମର୍ଶଦାତାଙ୍କୁ ନିଯୁକ୍ତ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲା । ଯାହାକୁ ସରକାର ଗ୍ରହଣ କରିବା ସହ ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ଦେଶର ପ୍ରଥମ ସିଡିଏସ କିଏ ହେବେ, ତାହା କେନ୍ଦ୍ର ସରକାର ସ୍ପଷ୍ଟ କରିନାହାଁନ୍ତି। ଏନେଇ ହେଉଥିବା ଚର୍ଚ୍ଚା ଅନୁସାରେ ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ହିଁ ଏହି ପଦରେ ଅଧିଷ୍ଠିତ ହୋଇପାରନ୍ତି। କାରଣ ପ୍ରଧାନମନ୍ତ୍ରୀଙ୍କ ଜଣେ ବିଶ୍ବସ୍ତ ଅଧିକାରୀ ଭାବେ ଜଣାଶୁଣା ଜେନାରାଲ ରାୱତ। ସେହି ଦୃଷ୍ଟିରୁ ବିପିନ ରାୱତଙ୍କୁ ନିଯୁକ୍ତି ଦେବା ସ୍ପଷ୍ଟ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.