ETV Bharat / bharat

ଗଲୱାନ ଯବାନ ଶହୀଦ ନେଇ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶୋକପ୍ରକାଶ - ଲଦାଖର ଗଲୱାନ ଉପତ୍ୟକା

ଲଦାଖର ଗଲୱାନ ଉପତ୍ୟକାରେ ଘଟିଥିବା ଚୀନ-ଭାରତ ସଙ୍ଘର୍ଷରେ 20 ଭାରତୀୟ ଯବାନ ଶହୀଦ ହୋଇଥିଲେ । ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ଗଲୱାନ ବିବାଦରେ ଶୋକପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ..

ଗଲୱାନରେ ଯବାନ ଶହୀଦ ନେଇ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶୋକପ୍ରକାଶ

author img

By

Published : Jun 30, 2020, 5:16 PM IST

ପ୍ୟାରିସ: ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ଗଲୱାନ ବିବାଦରେ ଶୋକପ୍ରକାଶ କରିଛନ୍ତି । ଲଦାଖର ଗଲୱାନ ଉପତ୍ୟକାରେ ଘଟିଥିବା ଚୀନ-ଭାରତ ସଙ୍ଘର୍ଷରେ 20 ଭାରତୀୟ ଯବାନ ଶହୀଦ ହୋଇଥିଲେ । ଘଟଣାରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି ସେ ଶୋକପ୍ରକାଶ କରିଛନ୍ତି ।

'ଏପରି ଘଟଣା ଯବାନ, ସେମାନଙ୍କ ପରିବାର, ଦେଶ ପାଇଁ ବିରାଟ କ୍ଷତି । ଫ୍ରେଞ୍ଚ ସଶସ୍ତ୍ର ବଳ ପକ୍ଷରୁ ମୁଁ ଘଟଣାରେ ଶୋକପ୍ରକାଶ କରିବା ସହ ଭାରତକୁ ବନ୍ଧୁତ୍ବପୂର୍ଣ୍ଣ ସମର୍ଥନ ଦେଉଛି । ମୋ ସମବେଦନା ଶହୀଦ ଯବାନଙ୍କ ପରିବାର ସମେତ ସମଗ୍ର ଭାରତୀୟ ସଶସ୍ତ୍ର ବାହିନୀକୁ ପ୍ରଦାନ କରିବାକୁ ଅନୁରୋଧ କରୁଛି ।' ରାଜନାଥଙ୍କୁ ସୋମବାର ଚିଠିରେ ଏପରି ଲେଖିଛନ୍ତି ପାର୍ଲେ ।

ଭାରତର ଷ୍ଟ୍ରାଟେଜିକ୍ ପାର୍ଟନର ଭାବେ ଫ୍ରାନ୍ସ ଏହି ଘଟଣାରେ ମର୍ମାହତ ଏବଂ ଭାରତ ସହ ଅଛି ବୋଲି ସେ ପ୍ରକାଶ କରିଥିଲେ । ଏହାସହ ରାଜନାଥଙ୍କ ନିମନ୍ତ୍ରଣରେ ସେ ଭାରତ ଆସିବାକୁ ଇଚ୍ଛୁକ ଥିବା ଜଣାଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଜୁନ୍ 2ରେ ଉଭୟ ନେତା ପରସ୍ପର ସହ କୋଭିଡ 19 ପରିସ୍ଥିତି ନେଇ ଟେଲିଫୋନରେ କଥା ହୋଇଥିଲେ । ଏହାସହ ରାଫେଲ ବିମାନର ସଠିକ୍ ସମୟରେ ଡେଲିଭରୀ ନେଇ ମଧ୍ୟ ଉଭୟ ଆଲୋଚନା କରିଥିଲେ ।

ସୋମବାର ବୈଦେଶିକ ସଚିବ ହର୍ଶ ବର୍ଦ୍ଧନ ଶ୍ରୀଙ୍ଗଲା ମଧ୍ୟ ଭିସି ଦ୍ବାରା ନିଜ ଫ୍ରାନ୍ସ ପ୍ରତିପକ୍ଷଙ୍କ ସହ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ କଥା ହୋଇଥିଲେ । ପ୍ରକାଶ ଥାଉ କି ଜୁନ୍ 15-16ରେ ଲଦାଖରେ ଉଭୟ ପକ୍ଷର ସେନାଙ୍କ ମଧ୍ୟରେ ସଙ୍ଘର୍ଷ ଘଟି ପ୍ରାୟ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଚୀନର 43 ଜଣ ସେନା ମୃତାହତ ହୋଇଥିବା ଭାରତ ପକ୍ଷରୁ ଦାବି କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.