ETV Bharat / bharat

ଇତିହାସରେ ପ୍ରଥମ, ଆସନରେ ବସିକି ନିଜ ବାର୍ତ୍ତା ରଖୁଛନ୍ତି ସାଂସଦ - Parliament Monsoon Session update

ମୌସୁମୀ ଅଧିବେଶନରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଇତିହାସରେ ପ୍ରଥମ ଥର ପାଇଁ ସାଂସଦ ମାନେ ଲୋକସଭାରେ ବସିକି ନିଜର ବକ୍ତବ୍ୟ ଦେଉଛନ୍ତି । ଅଧିକ ପଢନ୍ତୁ...

ମୌସୁମୀ ଅଧିବେଶନ
ମୌସୁମୀ ଅଧିବେଶନ
author img

By

Published : Sep 14, 2020, 12:27 PM IST

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଇତିହାସରେ ପ୍ରଥମ ଥର ପାଇଁ ସାଂସଦ ମାନେ ଲୋକସଭାରେ ବସିକି ନିଜର ବକ୍ତବ୍ୟ ଦେଉଛନ୍ତି । କୋରୋନା ପାଇଁ ଏପରି ହୋଇଥିବା କୁହାଯାଉଛି ।

ସୋମବାର ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ କୋରୋନା କାଳ ପାଇଁ ସାମାଜିକ ଦୂରତା ରଖାଯିବା ସହ ସମସ୍ତ ସାଂସଦ ବସିକି ନିଜର ବକ୍ତବ୍ୟ ରଖୁଛନ୍ତି । ବସିକି କହିବା ପାଇଁ ବାଚସ୍ପତି ଓମ୍‌ ବିର୍ଲା ଅନୁମତି ଦେଇଛନ୍ତି ।

ଏହି ଅବସରରେ ସେ କହିଛନ୍ତି,‘ସମସ୍ତ ସାଂସଦଙ୍କୁ ମୌସୁମୀ ଅଧିବେଶନରେ ପ୍ରଥମେ ବସିକି କହିବାକୁ ସୁଯୋଗ ମିଳିଛି । କୋଭିଡ୍‌ 19 ମହାମାରୀ ପାଇଁ ଏପରି ଉପାୟ ଆପଣାଯାଇଛି ।’ ପୂର୍ବରୁ ସମସ୍ତ ସାଂସଦ ନିଜ ନିଜର ବକ୍ତବ୍ୟ ରଖିବା ସମୟରେ ଠିଆ ହୋଇ କହିଥାନ୍ତି । ଚ୍ୟାୟାର ପ୍ରତି ଏହା ସମ୍ମାନ ବୋଲି ଧରାଯାଏ । ଯେଉଁ ପରମ୍ପରାକୁ କୋରୋନା ପାଇଁ ବନ୍ଦ କରାଯାଇଛି ।

ଏହାସହ ପ୍ରଥମ ଥର ପାଇଁ ଲୋକସଭାର କିଛି ସାଂସଦ ରାଜ୍ୟସଭାରେ ବସିବା ସହ କିଛି ରାଜ୍ୟସଭା ସାଂସଦ ଲୋକସଭାରେ ବସିବାର ସୁଯୋଗ ପାଇବେ ବୋଲି ବାଚସ୍ପତି କହିଛନ୍ତି ।

ସୂଚନାଥାଉକି, କୋରୋନା ପାଇଁ ଚଳିତ ବର୍ଷ ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେବା ସହ ଅକ୍ଟୋବର 1 ତାରିଖ ଯାଏ ଚାଲିବ । କୋରୋନା କଟକଣା ମଧ୍ୟରେ ଉଭୟ ଗୃହ ଚାଲିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.