ETV Bharat / bharat

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଆଜି ଶେଷ ଦିନ - first phase polling

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ । ସନ୍ଧ୍ୟା 5ଟା ସୁଦ୍ଧା ପ୍ରଚାର କରିପାରିବେ ପ୍ରାର୍ଥୀ । ଅଧିକ ପଢନ୍ତୁ...

ବିହାର ନିର୍ବାଚନ
ବିହାର ନିର୍ବାଚନ
author img

By

Published : Oct 26, 2020, 9:55 AM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଜମୁଛି ପ୍ରଚାର ମୈଦାନ । ଅକ୍ଟୋବର 28 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଆଜି ଏଥିଲାଗି ପ୍ରଚାର କରିବାର ଶେଷ ଦିନ ରହିଛି । ଯେଉଁଥିପାଇଁ ଅନେକ ନେତା ଆଜି ପ୍ରଚାର ରଣକ୍ଷେତ୍ରକୁ ଲମ୍ଫ ମାରିବେ ବୋଲି ଜଣାପଡିଛି ।

ଆଜି ସନ୍ଧ୍ୟା 5 ଟା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବିଧାନସଭା ଆସନରେ ପ୍ରାର୍ଥୀ ମାନେ ପ୍ରଚାର କରିପାରିବେ । 71 ଟି ବିଧାନସଭା ଆସନ ପାଇଁ ଅକ୍ଟୋବର 28 ତାରିଖରେ ମତଦାନ ହେବ । ଫଳରେ ଆଜି ହିଁ ଏସବୁ ଆସନ ପାଇଁ ନିଜର ସମସ୍ତ ପ୍ରଚାର ରଣନୀତି କରିବେ ସବୁ ଦଳର ନେତା ।

28 ତାରିଖରେ ହେବାକୁ ଥିବା ଭୋଟ ଗ୍ରହଣ ପାଇଁ 71 ଟି ସିଟ୍‌ରେ ମୋଟ 1066ଟି ପ୍ରାର୍ଥୀ ମୈଦାନରେ ଅଛନ୍ତି । 1ଟି ସିଟ୍‌ ମଧ୍ୟରୁ 14ଟି ସିଟ୍‌ ସଂରକ୍ଷିତ ରହିଛି । ଭୋଟଗ୍ରହଣ ଦିନ ସକାଳ 7ଟାରୁ ମତଦାନ ଆରମ୍ଭ ହେବ । ତେବେ ମତଦାନର ଶେଷ ପାଇଁ ଭିନ୍ନ ଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ସମୟ ଦିଆଯାଇଛି ।

36 ଟି ବିଧାନସଭା ଆସନ ପାଇଁ ଜଲଦି ସରିବ ମତଦାନ ପ୍ରକ୍ରିୟା

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ, 4ଟି ଆସନ ପାଇଁ ସକାଳ 7ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ସେହିପରି 27 ଟି ଆସନ ପାଇଁ ସନ୍ଧ୍ୟା 4ଟା ଯାଏ ମତଦାନ କରିପାରିବେ ମତଦାତା । ଅନ୍ୟପଟେ ସନ୍ଧ୍ୟା 5ଟା ଯାଏ 5ଟା ସିଟ୍‌ରେ ଭୋଟ ଗ୍ରହଣ ହେବ । ଅନ୍ୟ 35ଟି ଆସନ ପାଇଁ ମତଦାନ ପ୍ରକ୍ରିୟା ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟା ଯାଏ ଚାଲିବ ।

ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଅନେକ ଆସନ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.