ETV Bharat / bharat

ଜାଣନ୍ତୁ ଅଭିନୟ ଜଗତରୁ ରାଜନୀତିରେ ସକ୍ରିୟ ଥିବା କେତେକ ଲୋକପ୍ରିୟ କଳାକାର - ଅଭିନୟରୁ ରାଜନୀତିକୁ ଯାତ୍ରା

ଏବେ ଚଳଚ୍ଚିତ୍ର ଜଗତର ଅଧିକାଂଶ ସଫଳ ତଥା ଲୋକପ୍ରିୟ କଳାକାର ଅଭିନୟ ଜଗତରୁ ଦୂରେଇ ରାଜନୀତିରେ ପାଦ ଦେଉଛନ୍ତି । ସେହିଭଳି ଅନେକ ଦକ୍ଷିଣ ଭାରତୀୟ ସୁପରଷ୍ଟାର ରହିଛନ୍ତି ଯିଏ ରାଜନୀତିରେ ପାଦ ଥାପିଛନ୍ତି । ଅଧିକ ପଢନ୍ତୁ...

ଜାଣନ୍ତୁ ଅଭିନୟ ଜଗତରୁ ରାଜନୀତିରେ ସକ୍ରିୟ ଥିବା କେତେକ ଲୋକପ୍ରିୟ କଳାକାର

author img

By

Published : Dec 8, 2020, 11:00 PM IST

ହାଇଦ୍ରାବାଦ: ବର୍ତ୍ତମାନ ଅନେକ ସଫଳ ଅଭିନେତା ଓ ଅଭିନେତ୍ରୀ ଚଳିଚ୍ଚିତ୍ର ଜଗତ ଛାଡି ରାଜନୀତିରେ ପାଦ ଦେଉଛନ୍ତି । ନିଜର ସ୍ବତନ୍ତ୍ର ପାର୍ଟି ପ୍ରତିଷ୍ଠା କରି ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି । ସେହିଭଳି ଅନେକ ଦକ୍ଷିଣ ଭାରତୀୟ ଲୋକପ୍ରିୟ କଳାକାର ରହିଛନ୍ତି । ଯେଉଁମାନେ ଚଳଚ୍ଚିତ୍ର ଜରିଆରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ ମଧ୍ୟ ପର ମୂହୁର୍ତ୍ତରେ ରାଜନୀତିରେ ପ୍ରବେଶ କରି ନିଜର ସ୍ବତନ୍ତ୍ର ଦଳ ଗଠନ କରିଛନ୍ତି ।

ଏନଟିଆର: ଏନଟି ରାମା ରାଓ ବା ଏନଟିଆର ଜଣେ ସଫଳ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ ଭାବେ ବେଶ୍ ଜଣାଶୁଣା । ନିଜର ସଫଳତା ପାଇଁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ଏନଟିଆର 1982 ମସିହାରେ ରାଜନୀତିରେ ପାଦ ଥାପିଥିଲେ ଏବଂ ନିଜର 'ତେଲୁଗୁ ଦେଶମ ପାର୍ଟି' ନାମକ ଏକ ଦଳ ଗଠନ କରିଥିଲେ । ତେବେ ତିନିବର୍ଷ କାଳ ଏନଟି ରାମା ରାଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ ।

ଏମଜିଆର: ମୁରୁଦୁର ଗୋପାଳନ ରାମଚନ୍ଦ୍ରନ ହେଉଛନ୍ତି ଆଉ ଜଣେ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଯିଏକି ଅଭିନୟ ଦୁନିଆରୁ ରାଜନୀତିକୁ ଆସିଥିଲେ । ନିଜର ଅଭିନୟ ପାଇଁ ସେ ବେଶ୍ ନାମ କମାଇଥିଲେ ବି ରାଜନୀତିକୁ ପ୍ରବେଶ କରିଥିଲେ । ସେ ପ୍ରଥମେ କଂଗ୍ରେସରେ ଯୋଗ ଦେଇ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ଏମଜିଆର କଂଗ୍ରେସ ଛାଡି ତାମିଲନାଡୁ ପୂର୍ବତନ ମୁଖ୍ୟ ସିଏନ ଆନ୍ନାଦୁରାଇଙ୍କ ଶାସନ କାଳ ସମୟରେ ଡିଏମକେରେ ଯୋଗ ଦେଇଥିଲେ । ଆନ୍ନାଦୁରାଇଙ୍କ ଦେହାନ୍ତ ପରେ ଏମଜିଆର ଲୋକପ୍ରିୟତା ଓ ଅଭିଜ୍ଞତା ଭିତ୍ତିରେ ଏଆଇଡିଏମକେ ଦଳ ପ୍ରତିଷ୍ଠା କରିଥିଲେ ଏବଂ ତାମିଲନାଡୁ ଦୀର୍ଘ ଦଶ ବର୍ଷ ଧରି(1977-87) ମୁଖ୍ୟମନ୍ତ୍ରୀ ଭାବେ ଶାସନ ଭାର ତୁଲାଇଥିଲେ ।

ଚିରଞ୍ଜୀବ: ଦକ୍ଷିଣ ଭାରତୀୟ ବରିଷ୍ଠ ଅଭିନେତା ଚିରଞ୍ଜୀବ । 2008 ମସିହାରେ ଆନ୍ଧ୍ରପ୍ରଦେଶରେ ଏହି ଅଭିନତା ଜଣକ 'ପ୍ରଜା ରାଜ୍ୟମ' ନାମକ ଏକ ପାର୍ଟି ପ୍ରତିଷ୍ଠା କରିଥିଲେ । ସାମାଜିକ ନ୍ୟାୟ ପ୍ରଦାନ କରିବା ଏହି ପ୍ରଜା ରାଜ୍ୟମ ପାର୍ଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା । 2009 ମସିହା ସାଧାରଣ ନିର୍ବାଚନରେ ଆନ୍ଧ୍ରପ୍ରଦେଶ ବିଧାନସଭାର 295 ଆସନରୁ 18 ଟି ଆସନରେ ଦଳ ବିଜୟ ହୋଇଥିଲା । ଦୁଇ ସପ୍ତାହ ଧରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା ପରେ 2011 ମସିହା ଫେବୃୟାରୀ 6 ତାରିଖରେ ଏହି ଅଭିନେତା ତଥା ରାଜନେତା 30 ମାସର ପ୍ରଜା ରାଜ୍ୟମ ପାର୍ଟିକୁ ଜାତୀୟ କଂଗ୍ରେସ ସହିତ ମିଶ୍ରଣ କରିଥିଲେ । ଦଳ ମିଶ୍ରଣର ଗୋଟେ ବର୍ଷ ପରେ ଚିରଞ୍ଜୀବ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ଏବଂ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ତେବେ 2004 ମସିହା ପରଠାରୁ ସେ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି ।

ବିଜୟକାନ୍ତ: ଅଭିନେତାରୁ ରାଜନୀତିକୁ ପ୍ରବେଶ କରିଥିବା ଆଉ ଜଣେ ସଫଳ ଅଭିନେତା ହେଉଛନ୍ତି ବିଜୟକାନ୍ତ । 2006 ମସିହାରେ ବିଜୟକାନ୍ତ 'ଡିଏମଡିକେ' ଗଠନ କରିଥିଲେ ଏବଂ 2011 ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ 41 ଟି ଆସନରୁ 29 ଟି ଆସନ ଜିତି ଏଆଇଏଡିଏମକେ ସହିତ ସହଯୋଗ କରିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି, ଡିଏମଡିକେ ଡିଏମକେ ଅପେକ୍ଷା ଅଧିକ ଆସନ ବିଜୟ କରିଥିଲା । 2016 ରେ ଦଳ ବହୁ ଅଂଶ ହରାଇ ଡିଏମକେ ଠାରୁ ବୃହତ୍ତ ବ୍ୟବଧାନ ସହିତ ଦ୍ବିତୀୟ ସ୍ଥାନରେ ରହିଥିଲା ।

ପଓ୍ବନକଲ୍ୟାଣ: ପଓ୍ବନକଲ୍ୟାଣ ହେଉଛନ୍ତି ତେଲୁଗୁ ଅଭିନେତାରୁ ରାଜନେତାକୁ ଯାତ୍ରା କରିଥିବା ଆଉ ଏକ ବ୍ୟକ୍ତିତ୍ବ । 1996 ରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଅଟ୍ଟାରିଣ୍ଟିକ ଡାରେଡିଙ୍କ ସମେତ ଅନେକ ଲୋକପ୍ରିୟ ତେଲୁଗୁ ଚଳଚ୍ଚିତ୍ର ଅଭିନୟ କରିଥିଲେ, ଯାହା ତେଲୁଗୁ ସିନେମାର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । କଲ୍ୟାଣଙ୍କୁ ଫୋର୍ବସ୍ ଇଣ୍ଡିଆ ଟପ୍ 100 ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ।

ତେବେ 2014 ମସିହାରେ ପଓ୍ବନ ନିଜ ରାଜନୈତିକ ଦଳ 'ଜନ ସେନା' ପାର୍ଟି ଆରମ୍ଭ କରିଥିଲେ । 2019 ରେ ଜନସେନା ଆନ୍ଧ୍ରପ୍ରଦେଶର ବିଧାନସଭା ଓ ଲୋକସଭା ନିର୍ବାଚନରେ ପ୍ରତିଦ୍ବାନ୍ଦିତା କରିଥିଲେ । ଏହି ପାର୍ଟି ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ କେବଳ ଗୋଟିଏ ଆସନ ଅକ୍ତିଆର କରିବାରେ ସଫଳ ହୋଇଥିଲା ।

କମଲହାସଲ: ଅଭିନୟ ଜଗତର ଲୋକନାୟକ କମଲ ହାସନ ହେଉଛନ୍ତି ଆଉ ଏକ ଖୁବ ପରିଚିତ ଚେହେରା । କମଲହାସନ 2018 ରେ ନିଜର ରାଜନୈତିକ ଦଳ 'ମକ୍କାଲ ନେଧି ମାୟାମ' ଆରମ୍ଭ କରିଥିଲେ । ଲୋକସଭା ତଥା ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିବା ନିର୍ବାଚନରେ କମଲ ହାସନଙ୍କ ପାର୍ଟି ସୀମିତ ପ୍ରଭାବ ପକାଇଥିଲା ।

ଉପେନ୍ଦ୍ର: ଉପେନ୍ଦ୍ର କର୍ଣ୍ଣାଟକର ସବୁଠୁ ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଅନ୍ୟତମ । ସେ ବହୁସଂଖ୍ୟକ ଚଳଚ୍ଚିତ୍ରରେ ଅଭିନୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ପରେ ସେ ରାଜନୀତିକୁ ପାଦ ଦେଇଥିଲେ । ଉପେନ୍ଦ୍ର ତାଙ୍କ ପାର୍ଟିକୁ 'ଉତ୍କଳ ପ୍ରଜାକେ ପାର୍ଟି' ନାମକ ଏକ ନୂତନ ମାନିଫେଷ୍ଟ ସହିତ ଆର୍ଟ ଅଫ ଶାସନ ଉପରେ ଆଧାର କରି ଆରମ୍ଭ କରିଥିଲେ । ସେ କର୍ଣ୍ଣାଟକର 2019 ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ ।

ସେହିପରି ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତାଙ୍କ ଓ ଅଭିନେତ୍ରୀଙ୍କ ମଧ୍ୟରୁ ହରିକ୍ରିଷ୍ଣା ଓ ବିଜୟାଶାନ୍ତି ଅନ୍ୟତମ । ହରିକ୍ରିଷ୍ଣା 1999 ରେ ଆନ୍ନା ତେଲୁଗୁ ଦେଶମ ପାର୍ଟି ପ୍ରତିଷ୍ଠା କରିଥିଲେ ଏବଂ ବିଜୟାଶାନ୍ତି ଟାଲି ତେଲେଙ୍ଗାନା ନାମକ ନିଜର ସ୍ବତନ୍ତ୍ର ପାର୍ଟି ଆରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.