ETV Bharat / bharat

ଆଜି ରାଜ୍ୟସଭା ନିର୍ବାଚନ - ରାଜ୍ୟସଭା ଆସନ ପାଇଁ ଆଜି ଅନୁଷ୍ଠିତ ନିର୍ବାଚନ

ଆଜି 7 ରାଜ୍ୟର 18 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

8ଟି ରାଜ୍ୟ ପାଇଁ 19ଟି ରାଜ୍ୟସଭା ଆସନ ପାଇଁ ଆଜି ଅନୁଷ୍ଠିତ ହେବ ନିର୍ବାଚନ

author img

By

Published : Jun 19, 2020, 7:45 AM IST

Updated : Jun 19, 2020, 9:13 AM IST

ନୂଆଦିଲ୍ଲୀ: ଆଜି ଦେଶର 7ଟି ରାଜ୍ୟରେ 18ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ଶାସକ ଦଳ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଗୁଜୁରାଟ, ମଧ୍ୟପ୍ରଦେଶ,ରାଜସ୍ଥାନରେ ଆସନ ପାଇଁ ଜୋରଦାର ଟକ୍କର ଦେଖିବାକୁ ମିଳିବ ।

କୋରୋନା ଭାଇରସ ପାଇଁ 18 ଟି ଆସନ ପାଇଁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଯାହାର ଆଜି ନିର୍ବାଚନ ହେବ । ସେଥିରୁ ଆନ୍ଧ୍ରପ୍ରଦେଶର ଓ ଗୁଜୁରାଟର 4ଟି ଆସନ, ମଧ୍ୟପ୍ରଦେଶ ଓ ରାଜସ୍ଥାନର 3ଟି ଆସନ, ଝାଡଖଣ୍ଡର ଦୁଇଟି ହୋଇଥିବାବେଳେ ମଣିପୁର ଓ ମିଜୋରାମରେ ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ହେବ ।

ସେପଟେ ନିର୍ବାଚନ ପୂର୍ବରୁ ମଣିପୁରରେ ଟଳଟଳ ସ୍ଥିତିରେ ବିଜେପି ଶାସନ । 3 ବିଜେପି ବିଧାୟକଙ୍କ ସମେତ 9 ବିରୋଧୀ ବିଧାୟକ ବିଜେପିରୁ ଇସ୍ତଫା ଦେଇରାଜ୍ୟ କଂଗ୍ରେସ ଯୋଗ ଦେବେ । କଂଗ୍ରେସ ବିଧାନସଭା ଦଳ ନେତା ଓ ଇବୋବି ସିଂହ କହିଛନ୍ତି, ତାଙ୍କ ଦଳ ଖୁବ ଶୀଘ୍ର ଏନ ବିରେନ ସିଂ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ।

କର୍ଣ୍ଣାଟକର 4ଟି ଆସାନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା, ବରିଷ୍ଠକଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ, ବିଜେପି ପ୍ରାର୍ଥୀ ଇରାନ କାଦାଡି ଏବଂ ଅଶୋକ ଗାସ୍ତି ବିନା ନିର୍ବାଚନ ନିର୍ବାଚିତ ଘୋଷିତ ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ବିଜେପି ପ୍ରାର୍ଥୀ ନବମ ରବିୟା ମଧ୍ୟ ନିର୍ବାଚିତ ହୋଇସାରିଛନ୍ତି ।

ଗୁଜରାଟର 4ଟି ରାଜ୍ୟସଭା ଆସନରେ 5ଟି ଜଣ ପ୍ରତିଦ୍ବନ୍ଦିତା କରିଛନ୍ତି । ପୂର୍ବରୁ 4ଟି ସିଟରେ ବିଜେପିର 3ଟି ସିଟ ଥିଲା । ନିକଟରେ କଂଗ୍ରେସ 3ଜଣ ବିଧାୟକ ଇସ୍ତଫା ଦେବାରୁ ଦଳକୁ ବଡ ଝଟକା ଲାଗିଛି । ବିଜେପି ପାଇଁ ଅଭୟ ଭରଦ୍ୱାଜ ଏବଂ ରାମିଭା ବେନ ବାରାଙ୍କ ସହ ତୃତୀୟ ପ୍ରାର୍ଥୀ ଭାବରେ ନରହରି ଅମିନ ଲଢ଼ୁଛନ୍ତି ସେପଟେ କଁଗ୍ରେସ ଶକ୍ତି ସିଂ ଗୋହିଲ ଏବଂ ଭରତ ସିଂ ସୋଲଙ୍କି ପ୍ରାର୍ଥୀ କରିଛି।

ସେହିପରି ଝାଡଖଣ୍ଡର 2 ଟି ରାଜ୍ୟସଭା ଆସନରେ 3 ଜଣ ପ୍ରାର୍ଥୀ ନିର୍ବାଚନ ଲଢିବେ। ଜେଏମଏମରୁ ଶିବୁ ସୋରେନ, ବିଜେପି ଝାଡଖଣ୍ଡର ରାଜ୍ୟ ସଭାପତି ଦୀପକ ପ୍ରକାଶ ମଇଦାନରେ ଅଛନ୍ତି । ଏଥି ସହ ଶହାଯାଦା ଅନୱାର କଂଗ୍ରେସରୁ ପାର୍ଥି ହୋଇଛନ୍ତି।

ମଧ୍ୟପ୍ରଦେଶରେ ମଧ୍ୟ 3ଟି ଆସନ ପାଇଁ ଚାରିଜଣ ପ୍ରାର୍ଥୀ ରାଜ୍ୟସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସୁମେର ସିଂ ସୋଲାଙ୍କି ପ୍ରାର୍ଥୀ କରୁଛି। କଂଗ୍ରେସ ଦିଗ ବିଜୟ ସିଂ ଏବଂ ଫୁଲ ସିଂ ବାରାୟାଙ୍କ ପ୍ରାର୍ଥୀ କରିଛି।

ରାଜସ୍ଥାନର ତିନୋଟି ରାଜ୍ୟସଭା ଆସନରେ ଚାରି ଜଣ ପ୍ରାର୍ଥୀଙ୍କ ନିର୍ବାଚନ ଯୋଗୁଁ ଏହା ମଧ୍ୟ ଏକ ଆକର୍ଷଣୀୟ ନିର୍ବାଚନରେ ପରିଣତ ହୋଇଛି । ଯଦିଓ ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ କଂଗ୍ରେସରେ ଦୁଇଟି ଆସନ ଅଛି, ତଥାପି କ୍ରସ ଭୋଟିଂ ଭୟ ରହିଛି।

ସେପଟେ ନିର୍ବାଚନ ସମୟରେ ମହାମାରୀ କୋରୋନା ପାଇଁ ସମସ୍ତ ନିୟମ ପାଳନ କରାଯିବ । ସାମାଜିକ ଦୂରତା ସହ ତାପାମାତ୍ରା ପରୀକ୍ଷା କରାଯିବ । ଅନ୍ୟାନ୍ୟ ସରକାରଙ୍କ ଗାଇଡାଲାଇନକୁ ପାଳନ ହେବ ।

Last Updated : Jun 19, 2020, 9:13 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.