ETV Bharat / bharat

ଗେହଲଟଙ୍କ ଭାଇ ସମେତ ଦେଶର 13 ସ୍ଥାନରେ ଇଡିର ଚଢାଉ - ରାଜସ୍ଥାନରେ ଇଡିର ଚଢାଉ

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନମୋହନ ସରକାର ସମୟରେ ୟୁରିଆ କଳାବଜାରୀର ରହିଛି ଅଭିଯୋଗ । ଅଧିକ ପଢନ୍ତୁ...

ଗେହଲଟଙ୍କ ଭାଇ ସମେତ ଦେଶର 13 ସ୍ଥାନରେ ଇଡିର ଚଢାଉ

author img

By

Published : Jul 22, 2020, 7:12 PM IST

ଜୟପୁର: ରାଜସ୍ଥାନ ରାଜନୀତିରେ ଜାରି ସଂଗ୍ରାମ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି । କଳାବଜାରୀ ଓ ଟଙ୍କା ହେରଫେର ମାମଲାରେ ଏହି ଚଢାଉ ହୋଇଛି । 13ରୁ ଅଧିକ ଠିକଣାରେ ଚଢାଉ ହୋଇଥିବା ବେଳେ ଏଥିରେ ଅନେକ ଦସ୍ତାବିଜ ହାତରେ ଲାଗିଥିବା ଇଡି ପକ୍ଷରୁ ଦାବି କରାଯାଇଛି । ତେବେ 70 କୋଟିର ଘୋଟାଲା ହୋଇଥିବା କୁହାଯାଉଛି ।

ଗେହଲଟଙ୍କ ଭାଇ ସମେତ ଦେଶର 13 ସ୍ଥାନରେ ଇଡିର ଚଢାଉ

ଇଡିର ସୂତ୍ର ଅନୁସାରେ ଏହି ମାମଲା 2007ରୁ 2009 ମଧ୍ୟରେ ହୋଇଛି । ଏହି ସମୟରେ କେନ୍ଦ୍ରରେ କଂଗ୍ରେସର ମନମୋହନ ସିଂହ ସରକାର ଶାସନରେ ଥିଲେ । ଅଶୋକ ଗେହଲଟଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ପାଖରେ କୃଷକଙ୍କୁ ବିକ୍ରି କରାଯାଉଥିବା ୟୁରିଆ ସାରର ଫ୍ୟାକ୍ଟ୍ରି ରହିଥିଲା । ଏହି ୟୁରିଆ କମ ମୂଲ୍ୟରେ କୃଷକଙ୍କୁ ବିକ୍ରି କରାଯାଉଥିଲା । ତେବେ ସମସ୍ତ ଆଇନ କାନୁନ ଆଖିରେ ଧୂଳି ଦେଇ ଅଗ୍ରସେନ ଗେହଲଟ ଷଡଯନ୍ତ୍ର ରଚନା କରିବା କରି ଏହି ୟୁରିଆର କଳାବଜାରୀ କରିଥିବା ଅଭିଯୋଗ ରହିଛି ।

2013ରେ ଏହି ଘୋଟାଲା ନେଇ ଡିଆରଆଇ ସ୍କାନକୁ ଆସିଥିଲା । ପରେ ମାମଲାର ଯାଞ୍ଚ କରାଯିବା ସହ ଅଗ୍ରସନ ଗେହଲଟଙ୍କ ଉପରେ 5 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜୋରିମାନା ଲଗାଯାଇଥିଲା । 2017ରେ ମାମଲା ଇଡି ଅଧିନକୁ ଅସିଥିଲା । ମାମଲାର ପ୍ରାଥମିକ ଯାଞ୍ଚ ପରେ ଅଗ୍ରସେନ ଓ ଅନ୍ୟମାନଙ୍କ ବିରୋଧରେ ବିଭିନ୍ନ ଧାରା ଆଧାରରେ ମାମଲା ରୁଜୁ କରାଯାଇ ଚଢାଉ ଜାରି ରଖାଯାଇଛି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଘରେ ଇଡିର ଚଢାଉକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିକ୍ରୟା ସାମ୍ନାକୁ ଆସିଛି । ଏହା କେନ୍ଦ୍ର ସରକାରଙ୍କ ଆକ୍ରୋଶ ମୂଳକ ପଦକ୍ଷେପ ବୋଲି କହିଛି କଂଗ୍ରେସ । ବିଜେପି ବିଚଳିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ବଡ ଭାଇ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା କହିଛନ୍ତି ଯୋଧପୁର ବିକାଶ ପ୍ରାଧିକରଣର ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ସିଂହ ସାଲୋଙ୍କି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.