ଗୌହାଟୀ: ଅନେକ ରାଜ୍ୟରେ ସରକାରୀ କର୍ମଚାରୀ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ଏପରି ସ୍ଥିତିରେ ସରକାରଙ୍କ ଆଲୋଚନା ତଥା ଏ ବାବଦରେ କୌଣସି ବୟାନ ନଦେବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ଉଚ୍ଚଶିକ୍ଷା ବିଭାଗ ।
ଆସାମରେ ଅଧିନିୟମ 7 ଅନ୍ତର୍ଗତ ସିଭିଲ ସର୍ଭିସ କଣ୍ଡକ୍ଟ ନିୟମ 1965ରେ ଜଣେ ସରକାରୀ କର୍ମଚାରୀ ସରକାରଙ୍କ ବିରୁଦ୍ଧରେ କୌଣସି ବୟାନ ଦେଇପାରିବେ ନାହିଁ । ଏ ନେଇ ଏହି ନିୟମକୁ ପାଳନ କରିବାକୁ ଆସାମର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ କଲେଜର ପ୍ରିନ୍ସପାଲଙ୍କୁ ଅନୁରୋଧ କରାଯାଇଛି ।