ETV Bharat / bharat

ମତଦାନକୁ ନେଇ ଏମିତି କହିଲେ ଶତାୟୁ ଭୋଟର

ଘାରିଛି ଭୋଟ ନିଶା । 111 ବର୍ଷ ବୟସରେ ବି ମତଦାନ ପାଇଁ ଉତ୍ସାହିତ । ରବିବାର ଭୋଟ ଦେବେ ଦିଲ୍ଲୀର ବଚନ ସିଂହ ।

author img

By

Published : May 11, 2019, 5:16 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ରବିବାର ପଡିବ ଷଷ୍ଠ ପର୍ଯ୍ୟାୟ ଭୋଟ । 7 ରାଜ୍ୟର 59ଟି ଆସନରେ ହେବ ଭୋଟ ଗ୍ରହଣ । ଏହି ପର୍ଯ୍ୟାୟରେ ଦିଲ୍ଲୀର ଜଣେ 111ବର୍ଷୀୟ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ତେବେ ମତଦାନକୁ ନେଇ ବେଶ ଉତ୍ସାହିତ ସେ ।

ରାଜଧାନୀର ଏ ଭୋଟର ଜଣକ ହେଉଛନ୍ତି ବଚନ ସିଂହ । ଦେଶ ଗଠନର ଇଚ୍ଛା ଆଗରେ ହାର ମାନିଛି ବୟସ । ଦେଶ ଗଠନରେ ନିଜକୁ ସାମିଲ କରିବା ପାଇଁ ଏବେବି ତାଙ୍କଠାରେ ଦେଖିବାକୁ ମିଳିଛି ଭରପୁର ଉତ୍ସାହ । କେବଳ ନିଜେ ଭୋଟ ଦେଉନାହାଁନ୍ତି, ଅନ୍ୟମାନଙ୍କୁ ଭୋଟ ଦାନ ପାଇଁ ସେ ପ୍ରେରଣା ଯୋଗାଉଛନ୍ତି ।

ବଚନ କହନ୍ତି, ସମସ୍ତ ନାଗରିକ ଭୋଟ ଦେବା ଉଚିତ । ଗୋଟିଏ ବି ଭୋଟ ନଷ୍ଟ ହେବା ଉଚିତ ନୁହେଁ । ଦେଶ ଗଠନରେ ସମସ୍ତଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ।

Intro:Body:

sds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.