ETV Bharat / bharat

‘ଟଙ୍କା ବିନା ଭିକାରୀ ଭଳି ଅନୁଭବ ହେଉଛି’ - କୋରୋନା ଅପଡେଟ

ପରିସ୍ଥିତି ଏପରି ହୋଇଛି ଯେ କେବଳ ଭୋକ ମେଣ୍ଟାଇବାକୁ ପରିବାରର ସମସ୍ତେ ଖାଉଛନ୍ତି । ହେଲେ ସେଥିରେ କାହାରି ପେଟ ପୁରୁନାହିଁ ବୋଲି ୟୁନୁସ କହିଛି । ଅଧିକ ପଢନ୍ତୁ...

‘ଟଙ୍କା ବିନା ଭିକାରୀ ଭଳି ଅନୁଭବ ହେଉଛି’
‘ଟଙ୍କା ବିନା ଭିକାରୀ ଭଳି ଅନୁଭବ ହେଉଛି’
author img

By

Published : Apr 19, 2020, 6:49 AM IST

ନୂଆଦିଲ୍ଲୀ: ‘ବାହାରେ ପୋଲିସର ଡର । ଭିତରେ ଭୋକର ଭୟ । ପରିସ୍ଥିତି ଏପରି ପିଲାଙ୍କୁ ଖାଇବାକୁ ଦେବାକୁ ଅର୍ଥ ନାହିଁ । ବିନା ଟଙ୍କାରେ ଭିକାରୀ ଭଳି ଅନୁଭବ ହେଉଛି ।’ ଏହା କୌଣସି ଫିଲ୍ମ ଡାଏଲଗ ନୁହେଁ । ଦେଶ ରାଜଧାନୀର ବାସ୍ତବ ଚିତ୍ର ।

ଦିଲ୍ଲୀର ଏକ ଅଟୋ ଡ୍ରାଇଭର ୟୁନୁସ ଅନସାରୀର ଏହା କରୁଣ କାହାଣୀ । ଲକଡାଉନ ଯୋଗୁଁ ଅଟୋ ଚଳାଚଳ ବନ୍ଦ ଅଛି । ଅଟୋ ନଚାଲିବା ଫଳରେ ଅନସାରୀର ଗୁଜୁରାଣ ମେଣ୍ଟୁନାହିଁ । ଘରେ ପରିବାର ଓ ପିଲାଛୁଆ ଅଛନ୍ତି । ହେଲେ ଅର୍ଥାଭାବରୁ ସେମାନଙ୍କୁ ଖାଇବାକୁ ଦେଇପାରୁନଥିବା ସେ କୋହଭରା କଣ୍ଠରେ କହିଛି । ପରିସ୍ଥିତି ଏପରି ହୋଇଛି ଯେ କେବଳ ଭୋକ ମେଣ୍ଟାଇବାକୁ ସମସ୍ତେ ଖାଉଛନ୍ତି । ହେଲେ ସେଥିରେ କାହାରି ପେଟ ପୁରୁନାହିଁ ବୋଲି ୟୁନୁସ କହିଛି ।

ଦୁଃଖଭରା କଣ୍ଠରେ ୟୁନୁସ କହିଛି ଯେ ପାଖରେ ଟଙ୍କା ନଥିବାରୁ ଭିକାରୀ ଭଳି ଅନୁଭବ ହେଉଛି । ଘରୁ ବାହାରକୁ ଯିବା ଅସମ୍ଭବ । ପୋଲିସ କିଛି ନବୁଝି ବାଡେଇ ପକାଉଛି । ସେହିପରି ଘରେ ରହିଲେ ଭୋକ ମାରିଦେଉଛି । ତେବେ ଏହା କେବଳ ୟୁନୁସର କାହାଣୀ ନୁହେଁ । ରାଜଧାନୀରେ ଅନେକ ଅଟୋ ଚାଳକ ଅଛନ୍ତି ଯେଉଁମାନେ ସମାନ ସମସ୍ୟା ଭୋଗୁଛନ୍ତି । ସରକାର ଶ୍ରମିକ ଓ ଦିନ ମଜୁରିଆଙ୍କ କଥା ଭାବୁଛନ୍ତି ହେଲେ ଅଟୋ ଡ୍ରାଇଭରଙ୍କୁ ଭୁଲି ଯାଇଛନ୍ତି । କୋରୋନା ମୁକାବିଲା ପାଇଁ ଘୋଷଣା ହୋଇଥିବା ଲକଡାଉନ ଏବେ ପରୋକ୍ଷ ଭାବେ ବହୁ ଲୋକଙ୍କୁ ସମସ୍ୟାରେ ପକାଉଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.