ETV Bharat / bharat

ନେତାଙ୍କ ଦଳଡିଆଁ ନୀତି: ବିପଦରେ ଭାରତୀୟ ରାଜନୀତି - aya ram gaya ram

ଦଳବଦଳ ଭଳି ରୋଗରୁ ମୁକ୍ତ ହୋଇ ପାରୁନାହିଁ ଭାରତୀୟ ରାଜନୀତି । ଯେ କୌଣସି ନିର୍ବାଚନର ପୂର୍ବରୁ ଏହାର ପ୍ରଭାବ ଦେଶର ସର୍ବତ୍ର ସ୍ଥାନରେ ଅନୁଭୂତ ହୋଇଥାଏ । ଏହାଯୋଗୁଁ ଅନେକ ସମୟରେ ଅଚାନକ ଚଳଚଞ୍ଚଳ ହୋଇଉଠେ ରାଜନୀତିର ପାଣିପାଗ । ବଦଳି ଯାଏ ରାଜନୈତିକ ଦୃଶ୍ୟପଟ । ଉଦାହରଣ ସ୍ବରୂପ ନିର୍ବାଚନରେ ସ୍ବାଧିନ ଭାବେ ପ୍ରତିଦ୍ବନ୍ଦିତା କରିଥିବା ପ୍ରାର୍ଥୀ ପରବର୍ତ୍ତୀ ସମୟରେ କୌଣସି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ସମର୍ଥନ ଜଣାଇଥାନ୍ତି କିମ୍ବା ସେ ଦଳରେ ସାମିଲ ହୋଇଯାନ୍ତି । ଏହା ବାଦ୍ ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ଏକ ନିର୍ଦ୍ଧିଷ୍ଟ ଦଳର ପ୍ରାର୍ଥୀ ନିର୍ବାଚନ ଲଢିବା ପରେ ନିଜ ଦଳ ଛାଡି ଦିଅନ୍ତି କିମ୍ବା ଅନ୍ୟ ଦଳକୁ ଲମ୍ଫ ମାରନ୍ତି ।

ଡିଜାଇନ ଫଟୋ
author img

By

Published : Jul 9, 2019, 1:36 PM IST

ହାଇଦ୍ରାବାଦ: ସ୍ବାଧିନତ୍ତୋର ଭାରତବର୍ଷର ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା 1951-52 ମସିହାରେ । ସ୍ପଷ୍ଟ ବହୁମତ ସହ ଦେଶର ଶାସନ ଭାର ହାତକୁ ନେଇଥିଲା ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ । ସେ ସମୟରେ ଅନୁଷ୍ଠିତ ହୋଇଥିବା ଅନେକ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିଲା ସଂଖ୍ୟା ଗରିଷ୍ଠତା । ସ୍ବାଧିନତା ପରେ ବେଶ କିଛି ବର୍ଷ ଧରି ଭାରତୀୟ ରାଜନୀତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା ଦଳ । ସମୟର ପରିବର୍ତ୍ତନ ସାଙ୍ଗକୁ ଏ ଧାରାରେ ଦେଖିବାକୁ ମିଳିଥିଲା ବ୍ୟତିକ୍ରମ । ଭାରତବର୍ଷରେ ଅନେକ ନୂତନ ରାଜ୍ୟ ପ୍ରତିଷ୍ଠା ହେବା ସହ ଅନେକ ରାଜନୈତିକ ଦଳର ଗଠନ ହୋଇଥିଲା ।

ତେବେ 1975 ମସିହାରେ କଂଗ୍ରେସ ସରକାର କ୍ଷମତାସୀନ ଥିବା ସମୟରେ ଦେଶରେ ଜାରି ହୋଇଥିଲା ଜାତୀୟ ଜୁରୁରୀକାଳୀନ ପରିସ୍ଥିତି । ଯାହାକୁ ବିରୋଧ କରିଥିଲେ ଅନେକ ଦଳ । 1977ରେ ଏହାର ପ୍ରତ୍ୟାହାର ପରେ ହୋଇଥିବା ସାଧାରଣ ନିର୍ବାଚନରେ ଦେଶରେ ପ୍ରଥମ ଥର ପାଇଁ ଗଠିତ ହୋଇଥିଲା ଅଣକଂଗ୍ରେସ ସରକାର । ମାତ୍ର ବେଶୀ ଦିନ ପର୍ଯ୍ୟନ୍ତ ଚାଲି ପାରିନଥିଲା ଏ ସରକାର । ପୁନର୍ବାର 1980ରେ ହୋଇଥିବା ନିର୍ବାଚନରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିଲା କଂଗ୍ରେସ ।

ଧିରେଧିରେ ଭାରତର ରାଜନୈତିକ ଦୃଶ୍ୟପଟରେ ଅନେକ ଦଳର ଅଭ୍ୟୁଦୟ ପରେ ଉଭୟ ଜାତୀୟ ଏବଂ ପ୍ରାଦେଶିକ ରାଜନୀତିରେ ଉଣାଅଧିକେ ସବୁ ଦଳର ପ୍ରଭାବ ଅନୁଭୂତ ହେଲା । ସେବେଠାରୁ ଆରମ୍ଭ ହୋଇଗଲା ଘୋଡାବେପାର ରାଜନୀତି । ସର୍ବପ୍ରଥମେ 1967 ମସିହାରେ ଗୟା ଲାଲ ନାମକ ହରିୟାଣାର ଜଣେ ବିଧାୟକ ଗୋଟେ ଦିନରେ ତିନି ଥର ଦଳ ପରବର୍ତ୍ତନ କରିଥିଲେ । 1967-1971 ମଧ୍ୟରେ ପ୍ରାୟ 142 ସାଂସଦ ଓ 1969 ବିଧାୟକ ଦଳବଦଳ କରିଥିଲେ । ପରେ ଏହାର ନାଁ ‘ଆୟା ରାମ୍, ଗୟା ରାମ୍’ ରଖାଯାଇଥିଲା ।

ସଂସଦ ଓ ବିଧାନସଭାର ସଦସ୍ୟ ଥିବା ଜନପ୍ରତିନିଧିଙ୍କ ଦଳବଦଳ ଯୋଗୁଁ କେନ୍ଦ୍ର କିମ୍ବା ରାଜ୍ୟରେ ସରକାର ଗଢିବା ମୁସକିଲ ହୋଇପଡିଲା । ରାଜନୈତିକ ଅସ୍ଥିରତାର ସାମ୍ନା କରିବାକୁ ପଡିଲା । ବାରମ୍ବାର ସରକାର ଭାଙ୍ଗିବା ଫଳରେ ବାରମ୍ବାର ନିର୍ବାଚନର ସାମ୍ନା କରିବାକୁ ପଡିଲା । ଏ ଧାରାରେ ପରିବର୍ତ୍ତନ ଦେଖିବାକୁ ମିଳିଲା ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ । 1985 ମସିହାରେ କେନ୍ଦ୍ରରେ କ୍ଷମତାସୀନ ଥିବା ରାଜୀବଙ୍କ ସରକାର ଦଳବଦଳ ନିରୋଧ ଆଇନ୍ (ଆଣ୍ଟି ଡିଫେକ୍ସନ ଲ) ପ୍ରଣୟନ କରିଥିଲେ । ଯାହା ଫଳରେ ବିଧାୟକ କିମ୍ବା ସାଂସଦଙ୍କ ମନଇଚ୍ଛା ଦଳବଦଳକୁ ନିୟନ୍ତ୍ରଣ କରିବା ସମ୍ଭବ ପର ହେଲା ।

କିପରି କାର୍ଯ୍ୟ କରେ ଦଳବଦଳ ନିରୋଧ ଆଇନ୍?

ସମ୍ବିଧାନର 52 ତମ ସଂଶୋଧନ ବଳରେ 4ଟି ଧାରା 101, 102, 190,191ର ସଂଶୋଧନ କରାଯାଇ ଦଳବଦଳ ଆଇନ ପ୍ରଣୟନ କରାଗଲା । ମାତ୍ର ଏଥିରେ କିଛି ତ୍ରୁଟି ମଧ୍ୟ ଥିଲା । ଏହି ଆଇନ ଅନୁସାରେ କୌଣସି ଦଳର ଯଦି ଏକ ତୃତୀୟାଂଶ ସଦସ୍ୟ ନିଜ ଦଳ ଛାଡନ୍ତି କିମ୍ବା ଅନ୍ୟ ଦଳରେ ସାମିଲ ହେଲେ ଏହି ଆଇନ ଅନୁସାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନଥିଲା । 2003ରେ 91ତମ ସାମ୍ବିଧାନ ସଂଶୋଧନ ବଳରେ ଏହାକୁ ପରିମାର୍ଜିତ କରାଯାଇଥିଲା । ଯାହା ଦଳବଦଳ କରିବା ପୂର୍ବପେକ୍ଷା କଷ୍ଟକର ହେଲା । ଦଳ ଛାଡିଥିବା କିମ୍ବା ଅନ୍ୟଦଳରେ ମିଶିଥିବା ଜନପ୍ରତିନିଧିଙ୍କ ପାଇଁ ଅଯୋଗ୍ୟତା କିମ୍ବା ବହିଷ୍କାର ଆଦି ଶବ୍ଦ ବ୍ୟବହାର କରାଗଲା । ନିର୍ବାଚନରେ ଜିତିବା ପରେ ଯଦି କୌଣସି ଦଳର ସଦସ୍ୟ ଅନ୍ୟଦଳରେ ସାମିଲ ହେବାକୁ ଚାହିଁବେ କିମ୍ବା ଦଳରେ ରହି ଅନ୍ୟ ଦଳକୁ ସମର୍ଥନ କରିବେ କିମ୍ବା ନିର୍ବାଚନ ସମୟରେ ନିଜ ଦଳକୁ ଭୋଟ ନଦେଲେ, ଏଭଳି ପରିସ୍ଥିତିରେ ଦଳ ବିରୋଧି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ଭାରତର ଲୋକତନ୍ତ୍ର ବାହରକୁ ଯେତିକି ସ୍ବଚ୍ଛ ଭିତରେ ସେତିକି ନଷ୍ଟ । ସମ୍ବିଧାନରେ ଯେତେ ପରିବର୍ତ୍ତନ ଆଣିଲେ ମଧ୍ୟ ଆଜି ବି ସେତିକି ମାତ୍ରାରେ ଦଳ ଅଦଳବଦଳ ଚାଲିଛି । ଏହାର କାରଣ କ୍ଷମତା ହାସଲ କରିବା । ଯେଉଁ ଦଳର ପ୍ରଭାବ ଲୋକଙ୍କ ଉପରେ ଅଧିକ ଅଛି, ସେହି ଦଳକୁ ଡେଇଁବା ରାଜନେତାଙ୍କ ସ୍ବଭାବ ହେଇଗଲାଣି । ସବୁଥର ନିର୍ବାଚନରେ ଅନେକ ନେତା ଦଳ ଅଦଳବଦଳ କରିଥାଆନ୍ତି । କାରଣ ସେମାନଙ୍କୁ ଅନ୍ୟ ଦଳ ସେତିକି ପ୍ରଲୋଭିତ କରିଥାଏ । ପାର୍ଟି ଟିକେଟ ହାସଲ କରିବା ପାଇଁ ପ୍ରାୟ ନିର୍ବାଚନ ସମୟରେ ହିଁ ଦଳ ଛାଡିଥାନ୍ତି । ଦଳରେ ଟିକେଟ ପାଇ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ଉପରେ ମଧ୍ୟ ଭରଷା କରାଯାଇନପାରେ । ସେମାନେ ମଧ୍ୟ କେଉଁ ମୁହୁର୍ତ୍ତରେ ଦଳ ଛାଡି ପାରନ୍ତି । ଦଳବଦଳ ରୋକିବା ପାଇଁ ଆଣ୍ଟି-ଡିଫେକ୍ସନ ଲ' ଅଛି ମାତ୍ର ତାହା କାର୍ଯ୍ୟକାରୀ ହୋଇପାରୁନାହିଁ କାରଣ ରାଜନେତାଙ୍କ ହାତରେ ତାକୁ ରୋକିବାର ଚାବିକାଠି ଅଛି ।

ଦଳବଦଳ ଯୋଗୁଁ ଦେଶ ରାଜନୈତିକ ସ୍ତର ସହ ଅର୍ଥନୈତିକ ଉପରେ ମଧ୍ୟ ବେଶ ପ୍ରଭାବ ପକାଏ । ଜନତାଙ୍କ ବିଶ୍ବାସ ହରାଏ । କର୍ଣ୍ଣାଟକରେ ଏବେ ଯେଉଁ ପରିସ୍ଥିତି ଦେଖାଦେଇଛି ସେହି ପରିସ୍ଥିତି ତେଲେଙ୍ଗାନାରେ ମଧ୍ୟ ଦେଖିବାକୁ ମିଳିଥିଲା । ନିକଟରେ ଶେଷ ହୋଇଥିବା ସପ୍ତଦଶ ଲୋକସଭା ନିର୍ବାଚନରେ ଦେଶରେ ବଡ ଧରଣର ଅଦଳବଦଳ ଦେଖାଦେଇଥିଲା । କ୍ଷମତାରେ ରହିବା ପାଇଁ ଅନେକ ଆଞ୍ଚଳିକ ଦଳ ଛାଡି ଜାତୀୟ ଦଳ ବିଜେପିରେ ଯୋଗ ଦେଇଥିଲେ । ଦଳୀୟ ଅସନ୍ତୋଷ ଅନେକ ନେତାଙ୍କୁ ଦଳ ଛାଡିବାକୁ ବାଧ୍ୟ କରିଥାଏ ସମନ୍ବୟର ଅଭାବ ଏହାର ଏକ ମୁଖ୍ୟ କାରଣ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.