ETV Bharat / bharat

ରାଜଧାନୀରେ ଚିନ୍ତା ବଢାଉଛି କୋରୋନା, ସଂସ୍କାର ପାଇଁ କମ ପଡୁଛି ଶ୍ମଶାନ ଘାଟ - ସଂସ୍କାର ପାଇଁ କମ ପଡୁଛି ଶ୍ମଶାନ ଘାଟ

ଦିଲ୍ଲୀରେ ଏବେ କୋରୋନା ସଂକ୍ରମଣ ମାମଲା ଚିନ୍ତାର ବିଷୟ ପାଲଟିଛି । ସଂକ୍ରମଣ ସହ ମୃତ୍ୟୁର ସଂଖ୍ୟା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅଧିକ ପଢନ୍ତୁ...

ରାଜଧାନୀରେ ଚିନ୍ତାବଢାଉଛି କୋରୋନା, ସଂସ୍କାର ପାଇଁ କମ ପଡୁଛି ଶ୍ମଶାନ ଘାଟ
ରାଜଧାନୀରେ ଚିନ୍ତାବଢାଉଛି କୋରୋନା, ସଂସ୍କାର ପାଇଁ କମ ପଡୁଛି ଶ୍ମଶାନ ଘାଟରାଜଧାନୀରେ ଚିନ୍ତାବଢାଉଛି କୋରୋନା, ସଂସ୍କାର ପାଇଁ କମ ପଡୁଛି ଶ୍ମଶାନ ଘାଟ
author img

By

Published : Jun 13, 2020, 11:14 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ସହିତ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏପରି ସମୟ ଆସି ପହଞ୍ଚିଛି ଯେ, କୋଭିଡ-19ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ କିଛି ଶ୍ମଶାନ ଘାଟ କମ ପଡୁଛି ।

ଭିଡକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ଶ୍ମଶାନରେ ସଂସ୍କାର ନକରାଯାଇ, ବାଧ୍ୟ ହୋଇ ଅନ୍ୟ ଘାଟକୁ ପଠାଇବାକୁ ପଡୁଛି । ଏପରି ଏକ ନୂଆ ମାମଲା ଦିଲ୍ଲୀର ପଞ୍ଜାବୀ ବାଗ ଶ୍ମଶାନ ଘାଟରେ ଦେଖିବାକୁ ମିଳିଛି । ଜୁନ 9 ରୁ 12 ତାରିଖ ମଧ୍ୟରେ ବହୁ ସଂଖ୍ୟକ ମୃତଦେହକୁ ଏଠାରେ ଅନ୍ତିମ ସଂସ୍କାର କରାଯାଇଥିବା ସୂଚନା ମିଳିଛି । ପଞ୍ଜାବୀ ବାଗ ଶ୍ମଶାନ ଘାଟରେ ସ୍ଥାନର ଅଭାବରୁ ଏଠାରେ କରାଯିବାକୁ ଥିବା ସଂସ୍କାରକୁ ନିଗବୋଦ୍ଧ ଘାଟକୁ ପଠାଇବାକୁ ପଡିଥିଲା ।

ଏସଡିଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜୁନ 9 ଏବଂ 10ରେ ପ୍ରତ୍ୟେକ ଦିନ 65ଟି ମୃତଦେହ ପଠାଯାଉଥିଲା। ଏହା ପରେ, ଜୁନ 11ରେ 73ଟି ମୃତଦେହ ଅନ୍ତିମ ସଂସ୍କାର ପାଇଁ ପଠାଯାଇଥିଲା । ପଞ୍ଜାବୀ ବାଗ ଶ୍ମଶାନରେ 70ଟି କାଠ ଭିତ୍ତିକ ଓ ଚାରିଟି ସିଏନଜି ଆଧାରିତ ଚିତାର କ୍ଷମତା ରହିଛି ।

ଶବଦାହ ସମୟ ସକାଳ 7 ରୁ 10ଟା ରହିଛି । ଗତ 3 ଦିନ ମଧ୍ୟରେ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ମୃତଦେହ ବହୁ ସଂଖ୍ୟାରେ ପଠାଯାଇଥିଲା । ଶୁକ୍ରବାର କ୍ଷମତା ଠାରୁ ଅଧିକ ମୃତଦେହ ସଂସ୍କାର ନିମନ୍ତେ ଆସିଥିଲା । ପଞ୍ଜାବୀ ବାଗ ଶ୍ମଶାନରେ ମୃତଦେହ ଏବଂ ସେମାନଙ୍କ ସହ ଆସିଥିବା ପରିବାର ସଂଖ୍ୟା ଅଧିକ ଥିବାରୁ ଏନଡିଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିଯେ, ମୃତଦେହକୁ ନିଗମବୋଦ୍ଧ ଘାଟକୁ ନିଆଯାଇଥିଲା।

ଏହି ଘଟଣାରେ ଏସଏମଡିସି ଅଧିକାରୀ କହିଛନ୍ତିଯେ, ପଞ୍ଜାବୀ ବାଗ ସ୍ଥାନରେ କୌଣସି ଅନ୍ତିମ ସଂସ୍କାର ପାଇଁ ନିଷେଧ କରାଯାଇନଥିଲା। ତେବେ ସଫଦରଜଙ୍ଗ ହସ୍ପିଟାଲ, ଏଆଇଏମଏସ, ଆରଏମଏଲ ହସ୍ପିଟାଲ, ପଞ୍ଜାବୀ ବାଗ, ଏଲଏନଜେପି ହସ୍ପିଟାଲ, ଜିବି ପନ୍ତ ହସ୍ପିଟାଲ ଏବଂ ବାବୁ ଜଗଜୀବନ ରାମ ହସ୍ପିଟାଲ ନିଗମବୋଦ୍ଧ ଘାଟକୁ ପଠାଇଛନ୍ତି । ଏଠାରେ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ ଗୁରୁବାର ପଞ୍ଜାବୀ ବାଗ ଶ୍ମଶାନର ଏକ ଭିଡିଓ ଟ୍ବିଟ କରିଛନ୍ତି । ଯେଉଁଥିରେ ଲୋକମାନେ ଶେଷ ରୀତିନୀତି ସମ୍ପନ୍ନ କରୁଥିବା ଦେଖିବାକୁ ମିଳିଥିଲା ।

ସୂଚନାମୁତାବକ ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 36 ହଜାର 824 ଥିବାବେଳେ, ଏଥିରେ 12 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । ସେହପରି 13 ହଜାର 398 ଜଣ ସୁସ୍ଥ ହୋଇଥିବାବେଳେ, 22 ହଜାର 212ଟି ମାମଲା ସକ୍ରିୟ ରହିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.