ଥିରୁଅନନ୍ତପୁରମ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଏହି ଭାଇରସ ଏବେ ଭାରତରେ ବି ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏହାର ସବୁଠୁ ଅଧିକ ପ୍ରଭାବ କେରଳରେ ଦେଖିବାକୁ ମିଳିଛି । କେରଳର ପଥନମଥିଟ୍ଟାରେ ଜଣେ 2 ବର୍ଷର ଶିଶୁ କୋରୋନାରେ ଆକ୍ରାନ୍ତ ହୋଇଛି । ବର୍ତ୍ତମାନ ଏହି ଶିଶୁକୁ ତତ୍ତ୍ବାବଧନ ଗୃହରେ ରଖାଯାଇଛି । କରୋନା ଲକ୍ଷଣ ସନ୍ଦେହରେ ଶିଶୁକୁ ଘରୁ 7 ଘଣ୍ଟା ମଧ୍ୟରେ ପଥନମଥିଟ୍ଟା ହସ୍ପିଟାଲର ଆଇସୋଲେସନ୍ ୱାର୍ଡକୁ ଅଣାଯାଇଥିଲା ।
ଏହା ବ୍ୟତିତ ପଥନମଥିଟ୍ଟାରେ ଆଉ ପାଞ୍ଚ ଜଣ ଛାତ୍ରଙ୍କ ମଧ୍ୟରେ ବି କୋରୋନା ଭାଇରସ ପଜିଟିଭି ଥିବା ଜଣାପଡିଛି । କୋରୋନା ଆକ୍ରାନ୍ତ ସମସ୍ତ 5 ଛାତ୍ର ପରୀକ୍ଷାର୍ଥୀ । ଏଥିପାଇଁ ଛାତ୍ରଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ଅଲଗା ଶ୍ରେଣୀଗୃହର ବ୍ୟବସ୍ଥା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ