ନୂଆଦିଲ୍ଲୀ: ସାରା ବିଶ୍ବରରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଭାଇରସ ପ୍ରକୋପ ଯୋଗୁଁ ଇରାନରେ ଫସି ରହିଛନ୍ତି 100 ଭାରତୀୟ ମତ୍ସ୍ୟଜୀବୀ । ତେବେ ଏହି ମତ୍ସ୍ୟଜୀବୀଙ୍କୁ ଭାରତ ଫେରାଇ ଆଣିବାକୁ ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ।
ମୁଖ୍ୟମନ୍ତ୍ରୀ ବିଜୟନ ଏହି ଚିଠିରେ ଲେଖିଛନ୍ତି ଯେ 100ରୁ ଉର୍ଦ୍ଧ୍ବ ଭାରତୀୟ ମତ୍ସଜୀବୀ ଇରାନର ଆଲାଜୁରରେ ଫସି ରହିଥିବା ଆମେ ସୂଚନା ପାଇଛୁ । ଫସି ରହିଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରୁ 60 ଜଣ କେରଳରୁ ହିଁ ଅଛନ୍ତି । ଏମାନେ ସମସ୍ତେ ବ୍ୟାପିଥିବା କୋରୋନା ଭାଇରସ ଯୋଗୁଁ ଇରାନରୁ ଆସିପାରୁନାହାନ୍ତି । ତେଣୁ ମତ୍ସଜୀବୀଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଇରାନରେ ଥିବା ଭାରତୀୟ ଦୂତାବାସକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ବିଜୟନ ।
ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଚିଠିର ଉତ୍ତର ରଖିଛନ୍ତି ବୈଦେଶୀକ ମନ୍ତ୍ରୀ ଏସ ଜୟ ଶଙ୍କର । ଏ ବିଷୟରେ ଇରାନ ଅଧିକାରୀଙ୍କ ସହ ଆଲୋଚନା କରିଥିବା ସେ କହିଛନ୍ତି । ଏ ପ୍ରସଙ୍ଗ ଉପରେ ନିଜେ ତତ୍ତ୍ବାବଧାନ କରିବେ ବୋଲି ଜୟଶଙ୍କର କହିଥିବା ବେଳେ ମତ୍ୟଜୀବୀଙ୍କୁ ସମ୍ପର୍କ କରିବା ପାଇଁ ରାଷ୍ଟ୍ରଦୂତ ଗଡ୍ଡମଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।
@ANI