ETV Bharat / bharat

ମତଦାନ ପୂର୍ବରୁ ଆମେଥିବାସୀଙ୍କୁ ରାହୁଲଙ୍କ ଭାବବିହ୍ବଳ ଚିଠି - Congress

ପଞ୍ଚମ ପର୍ଯ୍ୟାୟରେ ହାଇ ପ୍ରୋଫାଇଲ ଆସନ ଆମେଥିରେ ମଧ୍ୟ ହେବ ମତଦାନ । ଏହାପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଥିବାସୀଙ୍କ ନାଁରେ ଏକ ଚିଠି ଲେଖି ଭାବବିହ୍ବଳ ହୋଇ ଅପିଲ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 3, 2019, 10:20 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ସରିଯାଇଛି ୪ଟି ପର୍ଯ୍ୟାୟର ମତଦାନ । ବର୍ତ୍ତମାନ ପଞ୍ଚମ ପର୍ଯ୍ୟାୟର ମତଦାନ ପାଇଁ ପ୍ରସ୍ତୁତ ଦେଶ । ଏହାପୂର୍ବରୁ ସମସ୍ତ ଦଳର ନେତାଗଣ ନିଜ ନିଜ ଦଳର ବିଜୟ ସୁନିଶ୍ଚିତ କରିବା ପାଇଁ ପୂରା ଜୋରସୋରରେ ଲାଗି ପଡିଛନ୍ତି । ଏହି ପଞ୍ଚମ ପର୍ଯ୍ୟାୟରେ ହାଇ ପ୍ରୋଫାଇଲ ଆସନ ଆମେଥିରେ ମଧ୍ୟ ହେବ ମତଦାନ । ଏହାପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଥିବାସୀଙ୍କ ନାଁରେ ଏକ ଚିଠି ଲେଖି ଭାବବିହ୍ବଳ ହୋଇ ଅପିଲ କରିଛନ୍ତି ।

ଆମେଥିକୁ ନିଜର ପରିବାର କହିବା ସହ ତାଙ୍କୁ ଜିତାଇବା ପାଇଁ ମତଦାତାଙ୍କୁ ଅପିଲ କରିଛନ୍ତି । ସେ ଏହି ଚିଠିରେ ଲେଖିଛନ୍ତି ଯେ ଆମେଥି ହେଉଛି ମୋର ପରିବାର । ଏହି ଆମେଥି ମୋତେ ସାହସ ଯୋଗାଇଥାଏ । ବିଜେପି ସରକାର ଦ୍ବାରା ଆମେଥିର ବିକାଶ ବାଧାପ୍ରାପ୍ତ ହୋଇଛି । କେନ୍ଦ୍ରରେ ପୁଣିଥରେ କଂଗ୍ରେସ ସରକାର ଆସିଲେ ଆମେଥିରେ ବନ୍ଦ ହୋଇଥିବା ବିକାଶ କାର୍ଯ୍ୟକୁ ପୁଣିଥରେ ଚାଲୁ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଛନ୍ତି ।

ରାହୁଲ ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ ଆମେଥିର ଜନତା ଜାଣନ୍ତି ବିଜେପି ନିର୍ବାଚନ ବେଳେ ମିଛର ଫ୍ୟାକ୍ଟ୍ରି ଲଗାଇ ଦିଏ ଓ ଟଙ୍କାର ନଦୀ ପ୍ରବାହିତ କରାଏ । କିନ୍ତୁ ସେମାନେ ଜାଣନ୍ତି ନାହିଁ ଆମେଥିର ଶକ୍ତି ହେଉଛି ତାର ସଚ୍ଚୋଟତା, ସ୍ବାଭିମାନ ଓ ସରଳତା । କଂଗ୍ରେସର ଚିନ୍ତାଧାରା ଦେଶର ଚାଷୀ, ଯୁବବର୍ଗ, ଗରୀବ, ମହିଳା ଓ ଛୋଟ ବ୍ୟବସାୟୀଙ୍କ କଥା ଶୁଣି ସେମାନଙ୍କ ପାଇଁ କାମ କରନ୍ତି । ଅନ୍ୟପକ୍ଷେ ବିଜେପି ଚିନ୍ତାଧାର କେବଳ ମାତ୍ର ୧୫-୨୦ ଉଦ୍ୟୋଗପତିଙ୍କୁ ଫାଇଦା ପହଞ୍ଚାଇବା । କଂଗ୍ରେସର ସିଷ୍ଟମରେ ମାଲିକ ହେଉଛନ୍ତି ଜନତା ଓ ବିଜେପି ସିଷ୍ଟମରେ ମାଲିକ ହେଉଛନ୍ତି ଅନୀଳ ଅମ୍ବାନୀ ବୋଲି ରାହୁଲ କହିଛନ୍ତି ।

Intro:Body:

gfdgf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.