ETV Bharat / bharat

ମହାରାଷ୍ଟ୍ର ରାଜନୀତି: ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଉଦ୍ଧବ ଓ ପାୱାରଙ୍କ ବୈଠକ - cm uddhav thackeray sharad pawar second meeting

ମହାରାଷ୍ଟ୍ରରେ ଗମ୍ଭୀର ହେବାରେ ଲାଗିଛି କୋରୋନା ପରିସ୍ଥିତି । ରାଜନୈତିକ ଅସ୍ଥିରତା ମଧ୍ୟ ଦେଖିବାକୁ ମିଳିଛି । ଫଳରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ସାକ୍ଷାତ କରିଛନ୍ତି ଏନସିପି ନେତା ଶରଦ ପାୱାର । ଅଧିକ ପଢନ୍ତୁ...

ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଉଦ୍ଧବ ଓ ପାୱାରଙ୍କ ଆଲୋଚନା

author img

By

Published : May 31, 2020, 9:21 AM IST

ନୂଆଦିଲ୍ଲୀ: ମହାମାରୀ ସମୟରେ ମହା ସଙ୍କଟରେ ମହାରାଷ୍ଟ୍ର ରାଜନୀତି । କୋରୋନା ଭାଇରସ ପରି ମହାଅଘାଡି ଦଳରେ ମତାନ୍ତର ଭାଇରସ ଦେଖାଦେଇଛି । ଏଥିପାଇଁ ଗତ ସପ୍ତାହ ମଧ୍ୟରେ ରାଜ୍ୟ ମୁଖିଆ ଉଦ୍ଧବ ଠାକରେ ଏନସିପି ନେତା ଶରଦ ପାୱାରଙ୍କ ସହ ଦ୍ବିତୀୟ ଥର ପାଇଁ ସାକ୍ଷାତ କରିଛନ୍ତି ।

ମହାରାଷ୍ଟ୍ର ରାଜନୈତିଜ୍ଞଙ୍କ ଅନୁସାରେ, ମହାରାଷ୍ଟ୍ର ସିଏମ ଉଦ୍ଧବ ଓ ଏନସିପି ନେତା ଶରତ ପାୱାରଙ୍କ ମଧ୍ୟରେ କୌଣସି ଏକ ମୁଦ୍ଦାକୁ ନେଇ ସହମତି ମିଳିପାରୁ ନାହିଁ । ଶନିବାର ଏହି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ସମୟରେ ଧରି ଦୁହିଁଙ୍କ ମଧ୍ୟରେ ରାଜ୍ୟରେ ରାଜନୀତି ସ୍ଥିତି ଓ କୋରୋନା ପରିସ୍ଥିତି ଉପରେ ଆଲୋଚନା ହୋଇଛି ।

ରାଜ୍ୟରେ କୋରୋନା ପରିସ୍ଥିତି ଯୋଗୁଁ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଭେଟେରାନ ଶରଦ ପାୱାର ପୁଣି ଥରେ ରାଜ୍ୟ ରାଜନୀତିରେ ନିଜର ଶକ୍ତି ପ୍ରଦର୍ଶନ କରିବାରେ ସକ୍ରିୟ ହୋଇଥିବାର ଅନୁମାନ କରାଯାଉଛି। ରାଜ୍ୟର ଏପରି ପରିସ୍ଥିତି ଯୋଗୁଁ ରିମୋଟ କଣ୍ଟ୍ରୋଲ ଏନସିପି ହାତକୁ ଚାଲିଯାଇଛି। ବର୍ତ୍ତମାନ ରାଜ୍ୟ ରାଜନୀତିରେ ପାୱାରଙ୍କ ଶକ୍ତି ଯୁଗ ଆରମ୍ଭ ହୋଇଛି । ରାଜ୍ୟରେ ଅସମ୍ଭବକୁ ସମ୍ଭବ କରିବା ପାଇଁ ଶରଦ ପାୱାର ତାଙ୍କର ସମସ୍ତ ଦକ୍ଷତା ଏବଂ ଅଭିଜ୍ଞତାକୁ ବ୍ୟବହାର କରି ଶିବସେନା-ଏନସିପି ଏବଂ କଂଗ୍ରେସ ସରକାରଙ୍କୁ କ୍ଷମତାକୁ ଆଣିଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅନେକ ଥର ଖୋଲାଖୋଲି ଭାବେ କହିଛନ୍ତି ଯେ ଶରଦ ପାୱାର ତାଙ୍କର ମାର୍ଗଦର୍ଶକ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.