ETV Bharat / bharat

ଚନ୍ଦ୍ରପୃଷ୍ଠରେ ବିକ୍ରମ ସୁରକ୍ଷିତ, ଅର୍ବିଟର ପଠାଇଲା ଫଟୋ

author img

By

Published : Sep 8, 2019, 2:20 PM IST

ଚନ୍ଦ୍ରଯାନ-2କୁ ନେଇ ଆସିଲା ବଡ ଖବର । ଇସ୍ରୋକୁ ମିଳିଲା ଲ୍ୟାଣ୍ଡର ବିକ୍ରମର ସ୍ଥିତି । ଅର୍ବିଟର ମିଳିଥିବା ଫଟୋରୁ ବିକ୍ରମର ସୂଚନା ।

ଫଟୋ ସୌଜନ୍ୟ:isro

ଶ୍ରୀହରିକୋଟା: ଜଣାପଡିଲା ଲ୍ୟାଣ୍ଡର ବିକ୍ରମ ସ୍ଥିତି । ଲ୍ୟାଣ୍ଡର ସହ ଚନ୍ଦ୍ରାଯାନ-2ର ଯୋଗାଯୋଗ ସମ୍ପର୍କ ବିଚ୍ଛିନ୍ନ ହେବା ପରେ ଆଜି ଇସ୍ରୋ ମୁଖ୍ୟ ଏହି ସୂଚନା ଦେଇଛନ୍ତି । କେବଳ ସ୍ଥିତି ଜଣାପଡିଥିବା ବେଳେ ଏଯାଏଁ ଯୋଗଯୋଗ ହୋଇପାରିନାହିଁ । ଅର୍ବିଟରର ଥର୍ମାଲ ଇମେଜ କ୍ୟାମେରା ମାଧ୍ୟମରେ ବିକ୍ରମର ଫଟୋ ନିଆଯାଇଛି ।

Chanadrayan-2
ଫଟୋ ସୌଜନ୍ୟ: ଏଏନଆଇ

ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡ କରିବା ସ୍ଥାନରୁ ପ୍ରାୟ 500 ମିଟର ଦୂରରେ ଓଲଟା ହୋଇପଡିଛି । ଚନ୍ଦ୍ରଯାନ-2 ଅର୍ବିଟରରେ ଲାଗିଥିବା ଅପ୍ଟିକାଲ ହାଇ ରିଜଲ୍ୟୁସନ କ୍ୟାମେରା(ଏଏଛଆରସି) ବିକ୍ରମ ଲ୍ୟାଣ୍ଡର ଫଟୋ ନେଇଛି । ବର୍ତ୍ତମାନ ଅର୍ବିଟର ମାଧ୍ୟମରେ ବିକ୍ରମକୁ ବାର୍ତ୍ତା ପଠାଇବା ସହ ସହ ଯୋଗଯୋଗ ଚେଷ୍ଟା ଜାରି ରହିଛି । ଏନେଇ ସୂଚନା ଦେଇଛି ଇସ୍ରୋ ମୁଖ୍ୟ କେ.ଶିବନ ।

ଭବିଷ୍ୟତରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର କିଭଳି କାର୍ଯ୍ୟ କରିବ ସେନେଇ ଡାଟା ଅନୁଧ୍ୟାନ କରିବା ପରେ ଜଣାପଡିବ । ତେବେ କାହିଁକି ଲକ୍ଷ୍ୟ ସ୍ଥଳରୁ ବିକ୍ରମ ହଟିଲା ସେନେଇ ଇସ୍ରୋ ବୈଜ୍ଞାନିକ ଅନୁଧ୍ୟାନ କରୁଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.