ନୂଆଦିଲ୍ଲୀ: ଭାରତୀୟ ସେନାଙ୍କ ଉପରେ ଚୀନ ସେନାର ଆକ୍ରମଣ ପରେ ସାରା ଦେଶ ଏବେ ପ୍ରତିଶୋଧ ମୁଡରେ ଅଛି । ଚୀନର ସାମଗ୍ରୀକୁ ବୟ କଟ୍ କରିବାରେ ଲାଗିଛନ୍ତି ଭାରତବାସୀ । ନୂଆଦିଲ୍ଲୀର କରୋଲବାଗରେ ଏହାର ଏକ ଝଲକ ଦେଖିବାକୁ ମିଳିଛି । ଏଠାରେ ବ୍ୟବସାୟୀମାନେ ଚୀନୀ ସାମଗ୍ରୀକୁ ବହିଷ୍କାର କରିବାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଞ୍ଚଳରେ କିଛି ବ୍ୟବସୀୟ ଚୀନୀ ବସ୍ତୁକୁ ନିଆଁ ଲଗାଇଥିବା ନଜର ଆସିଛି । ଏହି ଅଭିଯାନ କନଫଡେରେସନ ଅଫ୍ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଟିଆଇଟି) ପକ୍ଷରୁ ଜୁନ 10 ତାରିଖରୁ ଆରମ୍ଭ କରାଯାଇଛି ।
କିଛି ସମୟ ପୂର୍ବରୁ CAIT ଚଳଚ୍ଚିତ୍ର ତାରକା ଏବଂ କ୍ରିକେଟରଙ୍କୁ ଚାଇନାର କୌଣସି ସାମଗ୍ରୀର ବ୍ରାଣ୍ଡିଂ ବନ୍ଦ କରିବାକୁ ନିବେଦନ କରିଥିଲା । ଏହି ଅଭିଯାନରେ, CAIT ଲକଡାଉନରେ ସାମାଜିକ ଦୂରତା ଲାଗି ଲଗାଯାଇଥିବା ସମସ୍ତ ସୁରକ୍ଷା ନିୟମ ପାଳନ କରିଥିଲା । ଏହି ଅଭିଯାନରେ ବ୍ୟବସାୟୀ ସଙ୍ଗଠନର ଲୋକେ କିଛି ଦିନ ପରେ ଆସିବାକୁ ଥିବା ରକ୍ଷାବନ୍ଧନ ଏବଂ ପରେ ଦୀପାବଳିରେ ଭାରତୀୟ ଉତ୍ପାଦ ବ୍ୟବହାର କରିବାକୁ ସମସ୍ତ ଲୋକଙ୍କୁ ନିବେଦନ କରିଥିଲେ । ଚଳିତ ବର୍ଷ ଭାରତରେ ରକ୍ଷାବନ୍ଧନ ଏବଂ ଦିପାବଳୀକୁ ହିନ୍ଦୁସ୍ତାନୀ ଦିୱାଲୀ ଭାବରେ ପାଳନ କରିବାକୁ ଘୋଷଣା କରିଛନ୍ତି ।
ଭାରତୀୟ ସାମଗ୍ରୀର ବ୍ୟବହାର କରିବାକୁ CAIT ଦେଶବାସୀଙ୍କୁ କହିଛି । ଆଗାମୀ ସମସ୍ତ ପର୍ବରେ କେବଳ ଭାରତୀୟ ଉତ୍ପାଦ ବ୍ୟବହାର କରାଯିବ ବୋଲି କ୍ୟାଟର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିସି ଭାରତୀ କହିଛନ୍ତି । ସେ ପୁଣି କହିଛନ୍ତି ଶହୀଦ ଭାରତୀୟ ସେନାଙ୍କ ସମ୍ମାନ ଲାଗି ଚଳିତ ବର୍ଷ ଦିପାବଳୀ ସମ୍ପୂର୍ଣ୍ଣ ଭାରତୀୟ ଦିପାବଳୀ ଭାବରେ ପାଳନ କରାଯିବ । ଦିପାବଳୀରେ ଅଧିକାଂଶ ଚାଇନିଜ୍ ଆଇଟମ୍ ବ୍ୟବହୃତ ହୁଏ । ବିଶେଷକରି ଚାଇନିଜ୍ ଲାଇଟ୍ ଗତ କିଛି ବର୍ଷ ମଧ୍ୟରେ ବଜାରକୁ ବହୁଗୁଣିତ ଆସି ମାର୍କେଟ କରିଛି । ସେହିପରି ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ମଧ୍ୟ କେବଳ ମାଟିରେ ତିଆରି ହେବ ।
ସୂଚନା ଥାଉକି ଜୁନ୍ 15 ରେ, ଲଦାଖ ସୀମାରେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି ସହିତ ଭାରତ ସେନାର ସଂଘର୍ଷରେ 20 ଜଣ ଭାରତୀୟ ୟବାନ ଶହୀଦ ହୋଇଛନ୍ତି । ସେବେଠାରୁ କେନ୍ଦ୍ର ସରକାର ମଧ୍ୟ ଚୀନ୍ ପ୍ରତି ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ।