ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 70 ତମ ଜନ୍ମଦିନ ପୂର୍ବରୁ ବିଜେପି ସମଗ୍ର ଦେଶରେ ସପ୍ତାହବ୍ୟାପୀ ସ୍ୱଚ୍ଛତା ଏବଂ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରିଛି । ଆଜିଠାରୁ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ‘ସେବା ଶପଥ’ ଅଭିଯାନ ଆରମ୍ଭ କରିଛନ୍ତି । ଯାହା ସେପ୍ଟେମ୍ବର 20 ପର୍ଯ୍ୟନ୍ତ ଚାଲିବ ।
ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ କରିବା ପାଇଁ ଆମେ ସେପ୍ଟେମ୍ବର14-20 ପର୍ଯ୍ୟନ୍ତ ‘ସେବା ଶପଥ' ପାଳନ କରିବୁ । ପ୍ରତ୍ୟେକ ଜିଲ୍ଲାର 70ଟି ସ୍ଥାନରେ ସ୍ୱଚ୍ଛତା ଏବଂ ବୃକ୍ଷରୋପଣ କରାଯିବ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି । ଏଥିସହ ସେ କହିଛନ୍ତି ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଅତି କମରେ 70ଟି ଭର୍ଚୁଆଲ୍ ରାଲି ଆୟୋଜିତ ହେବ ।
ଏହାଛଡା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ଅଧିକ ଆଲୋଚନା କରି ସେ କହିଛନ୍ତି, ମୋଦୀ ତାଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଦେଶ ଏବଂ ଲୋକଙ୍କ ସେବାରେ ବିତାଇଥାନ୍ତି । ତାଙ୍କୁ ଅନୁସରଣ କରି ପ୍ରତ୍ୟେକ ବହିଜେପି କର୍ମୀ ଜନସେବା କରିବାକୁ ପ୍ରସ୍ତୁତ ।