ETV Bharat / bharat

ତେଲେଙ୍ଗାନା ଉପନିର୍ବାଚନ: ଦୁବକରୁ ବିଜେପି ପ୍ରାର୍ଥୀ ରଘୁନନ୍ଦନଙ୍କ ବିଜୟ - ଦୁବକ ଆସନ

ଦୁବକ ଆସନରୁ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ରଘୁନନ୍ଦନ ରାୱ । କିଛି ଦିନ ପୂର୍ବରୁ ନିର୍ବାଚନରେ ଟଙ୍କା ବାଣ୍ଟିବା ଅଭିଯୋଗରେ ରଘୁ ନନ୍ଦନଙ୍କ ଶାଳକକୁ ଗିରଫ କରିଥିଲା ତେଲେଙ୍ଗାନା ପୋଲିସ । ଅଧିକ ପଢନ୍ତୁ...

ତେଲେଙ୍ଗାନା ଉପନିର୍ବାଚନ: ଦୁବକରୁ ବିଜେପି ପ୍ରାର୍ଥୀ ରଘୁନନ୍ଦନଙ୍କ ବିଜୟ

author img

By

Published : Nov 10, 2020, 6:23 PM IST

Updated : Nov 10, 2020, 6:35 PM IST

ହାଇଦ୍ରାବାଦ: ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ନିଜର ଦୃଢ ସ୍ଥିତି ଜାହିର କରିଥିବା ବିଜେପି ତେଲେଙ୍ଗାନାର ଦୁବକ ଆସନକୁ ମଧ୍ୟ ନିଜ ଦଖଲକୁ ନେଇଛି । ଦୁବକ ଆସନରୁ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ରଘୁନନ୍ଦନ ରାୱ ।

ତେଲେଙ୍ଗାନା ଉପନିର୍ବାଚନ: ଦୁବକରୁ ବିଜେପି ପ୍ରାର୍ଥୀ ରଘୁନନ୍ଦନଙ୍କ ବିଜୟ

ଉପନିର୍ବାଚନରେ ରଘୁନନ୍ଦନ ନିଜ ଟିଆରଏସ ପ୍ରତିଦ୍ବନ୍ଦୀଙ୍କୁ 1470 ଭୋଟରେ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି । କିଛି ଦିନ ପୂର୍ବରୁ ନିର୍ବାଚନରେ ଟଙ୍କା ବାଣ୍ଟିବା ଅଭିଯୋଗରେ ରଘୁ ନନ୍ଦନଙ୍କ ଶାଳକକୁ ଗିରଫ କରିଥିଲା ତେଲେଙ୍ଗାନା ପୋଲିସ ।

ଟଙ୍କା ଭର୍ତ୍ତି ଏକ କାର ବେଗମପେଟରୁ ଦୁବକ ଯାଉଥିବା ସମୟରେ ଏହାକୁ ଧରିଥିଲା ହାଇଦ୍ରାବାଦ ଟାକ୍ସଫୋର୍ସ ପୋଲିସ । ତେବେ ଏହି ଟଙ୍କା ଦୁବକ ବିଧାନସଭା ଉପନିର୍ବାଚନ ପାଇଁ ବଣ୍ଟା ହୋଇଥାନ୍ତା ବୋଲି ସୂଚନା ମିଳିଥିଲା । ଘଟଣାରେ ସୁରଭୀ ଶ୍ରୀନିବାସ ଓ ରବି କୁମାରଙ୍କ ନାଁରେ 2 ଯୁବକଙ୍କୁ ଗିରଫ କରିଥିଲା ପୋଲିସ ।

ସୁରଭୀ ଶ୍ରୀନିବାସ ଦୁବକ ଉପନିର୍ବାର ବିଜେପି ପ୍ରାର୍ଥୀ ରଘୁନନ୍ଦନ ରାୱଙ୍କ ଶାଳକ । ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନୀ କୁମାରଙ୍କ ସୂଚନା ଅନୁଯାୟୀ ଉପନିର୍ବାଚ ଲାଗି ବଣ୍ଟା ହେବାକୁ ଥିବା ଟଙ୍କା ଶ୍ରୀନିବାସ ବେଗମପେଟର ବିଶାଖା ଇଣ୍ଡଷ୍ଟ୍ରୀ ଅଫିସରୁ ଆଣିଥିଲେ । ପେଡାପଲ୍ଲୀର ପୂର୍ବତନ ସାଂସଦ ବିଶାଖା ଇଣ୍ଡଷ୍ଟ୍ରୀ ଦାୟିତ୍ବରେ ଥିବା ବେଳେ ସେ ହିଁ ଶ୍ରୀନିବାସଙ୍କୁ ଟଙ୍କା ଦେଇଥିବା କହିଥିଲେ ସିପି ।

ନିକଟରେ ଅକ୍ଟୋବର 26ରେ ସିଦ୍ଦିପେଟରେ ବିଜେପି ପ୍ରାର୍ଥୀ ରଘୁନନ୍ଦନଙ୍କ ସମ୍ପର୍କୀୟଙ୍କ ଘରୁ ପାଖାପାଖି 20 ଲକ୍ଷ ଟଙ୍କା ଜବତ କରିଥିଲା ତେଲେଙ୍ଗାନା ପୋଲିସ । ଦୁବକ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରଘୁନନ୍ଦନ ରାୱଙ୍କ ଘରେ ଚଢାଉ ହେବାର କିଛି ଘଣ୍ଟା ପରେ ରାଜ୍ୟ ବିଜେପି ସଭାପତି ବନ୍ଦି ସଞ୍ଜୟଙ୍କୁ ପୋଲିସ ଗିରଫ କରିଥିଲା । ଏନେଇ ସାରା ରାତି ଦେଖିବାକୁ ମିଳିଥିଲା ହାଇଭୋଲ୍ଟେଜ ଡ୍ରାମା । ତେବେ ପୋଲିସ ଜାଣିଶୁଣି ଟଙ୍କା ରଖି ଗିରଫ କରିବାକୁ ଚାହୁଁଥିବା ରଘୁନନ୍ଦନ ଦାବି କରିଥିଲେ ।

Last Updated : Nov 10, 2020, 6:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.