ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: କାମ ଆଧାରରେ ଭୋଟ ଦେବାକୁ କେଜ୍ରିୱାଲଙ୍କ ଅନୁରୋଧ - bjp and aap reactions on assembly election

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ଆସୁଛି । ଜାଣନ୍ତୁ କିଏ କ'ଣ କହୁଛନ୍ତି...

bjp-and-aap-reactions
ଫାଇଲ ଫଟୋ
author img

By

Published : Jan 6, 2020, 7:21 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୈତିକ ଦଳଙ୍କ ମଧ୍ୟରେ ବଢିଛି ହଲଚଲ । ପ୍ରମୁଖ ରାଜନୈତିକ ଦଳମାନେ ଦିଲ୍ଲୀ ଦଖଲ ପାଇଁ ଆରମ୍ଭ କରିଛନ୍ତି କସରତ । ମତଦାତାଙ୍କ ଧ୍ୟାନ ଆକର୍ଷଣ ପାଇଁ କିଏ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି କରୁଥିବା ବେଳେ ଆଉ କିଏ ଆପଣାଉଛି ଭିନ୍ନ ଢଙ୍ଗ । ଯେକୌଣସି ମତେ ଲୋକଙ୍କ ଆସ୍ଥାଭାଜନ ହେବାପାଇଁ ରାଜନେତାମାନେ ନିଜ ନିଜ ଦଳ ସପକ୍ଷରେ ଆରମ୍ଭ କରିଛନ୍ତି ପ୍ରଚାର ।

ନିର୍ବାଚନ ତାରିଖ ଘୋଷଣା ହେବାପରେ ସାମ୍ବାଦିକ ସମ୍ମିଳନୀ କରି ବଡ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ପ୍ରମୁଖ ଅରବିନ୍ଦ କେଜ୍ରିୱାଲ । ଯଦି "ଆମ ସରକାରର କାର୍ଯ୍ୟରେ ଜନତା ସନ୍ତୁଷ୍ଟ ଅଛନ୍ତି ତାହାଲେ ଯାଇ ଆମକୁ ଭୋଟ ଦିଅନ୍ତୁ । ନଚେତ ଆମକୁ ଭୋଟ ଦିଅନ୍ତୁ ନାହିଁ" ବୋଲି ସ୍ପଷ୍ଟ କରିଛନ୍ତି କେଜ୍ରିୱାଲ ।

ଏହା ସହିତ ପୁଣିଥରେ ଦିଲ୍ଲୀର ଶାସନ ଭାର ନିଜ ହାତକୁ ନେବା ପାଇଁ ଦୃଢୋକ୍ତି ପ୍ରକାଶ କରି ସେ କହିଛନ୍ତି, ଏଥର ମଧ୍ୟ ଲୋକେ ଠିକ ଦଳକୁ ଭୋଟ ଦେବେ । ଆମେ ଗାଳିଗୁଲଜ କରି ଭୋଟ ମାଗିବୁ ନାହିଁ କି ରାଜନୀତି କରିବୁ ନାହିଁ । ଆମେ କାମକୁ ଆଧାର କରି ଭୋଟ ମାଗିବୁ । ଏଥର ଲୋକେ କାମକୁ ତୁଳନା କରି ଭୋଟ ଦେବେ ଯାହା ଦିଲ୍ଲୀ ଇତିହାସରେ ପ୍ରଥମ ଥର ପାଇଁ ହେବ ବୋଲି କେଜ୍ରିୱାଲ କହିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହି ନିର୍ବାଚନ ମିଥ୍ୟା ଏବଂ ଫମ୍ପା କଥା ଆଧାରରେ ନୁହେଁ ବରଂ କାମ ଆଧାରରେ ଲଢାଯିବ" । ସେପଟେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦିଲ୍ଲୀବାସୀ ଏଥର ନୂଆ ରେକର୍ଡ କରିବେ । ନିର୍ବାଚନ କମିଶନଙ୍କ ତାରିଖ ଘୋଷଣାକୁ ଭାରତୀୟ ଜନତା ପାର୍ଟି ସ୍ବାଗତ କରୁଛି ।

ସେପଟେ କଂଗ୍ରେସ ମଧ୍ୟ ନିଜ ଭୋଟରଙ୍କୁ ଆକର୍ଷିତ କରିବାକୁ ଯୋଜନା ପ୍ରସ୍ତୁତି ଜୋରଦାର କରୁଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.