ETV Bharat / bharat

ବିହାର ବିଧାନସଭା ନିର୍ବାଚନ: 9 ବିଦ୍ରୋହୀଙ୍କୁ ନିଲମ୍ବିତ କଲା ବିଜେପି

author img

By

Published : Oct 13, 2020, 11:14 AM IST

ବିହାର ବିଧାନସଭା ନିର୍ବାଚନ । ଏନଡିଏ ବିରୋଧରେ ଯାଇ ପ୍ରାର୍ଥୀ ହେବାକୁ ଇଚ୍ଛା ରଖିଥିବା 9 ବିଦ୍ରୋହୀ ନେତାଙ୍କୁ ବିଜେପି ନିଲମ୍ବିତ କରିଛି । ଅଧିକ ପଢନ୍ତୁ...

ବିହାର ବିଧାନସଭା ନିର୍ବାଚନ
ବିହାର ବିଧାନସଭା ନିର୍ବାଚନ

ପାଟନା: ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ବିହାରରେ ସେତିକି ଉଷ୍ଣତା ଖେଳୁଛି । କେଉଁ ନେତା ଦଳ ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡୁଛନ୍ତି, ତ କାହା ଉପରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଏନଡିଏ ବିରୋଧରେ ଯାଇ ପ୍ରାର୍ଥୀ ହେବାକୁ ଇଚ୍ଛା ରଖିଥିବା 9 ବିଦ୍ରୋହୀ ନେତାଙ୍କୁ ବିଜେପି ନିଲମ୍ବିତ କରିଛି । ଅକ୍ଟୋବର 12 ତାରିଖରେ 9 ଜଣ ବରିଷ୍ଠ ନେତାଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଥିବା କୁହାଯାଇଛି ।

ସମସ୍ତ 9 ଜଣ ନେତାଙ୍କୁ ଦଳ 6 ବର୍ଷ ପାଇଁ ନିଲମ୍ବିତ କରିଛି । ନିଲମ୍ବିତ ନେତାଙ୍କ ମଧ୍ୟରେ ରାଜେନ୍ଦ୍ର ସିଂ, ରାମେଶ୍ବର ଚୌରେସିଆ, ଉଷା ବିଦ୍ୟାର୍ଥୀ, ରବିନ୍ଦ୍ର ଯାଦବ, ସ୍ବେତା ସିଂ, ଇନ୍ଦୁ କାଶ୍ବପ, ଅନିଲ କୁମାର, ମିର୍ନାଲ ଶେଖର ଓ ଅଜୟ ପ୍ରତାପ ରହିଛନ୍ତି ।

ଏମାନେ ସମସ୍ତେ ଏନଡିଏ ପ୍ରାର୍ଥୀ ବିରୋଧରେ ପ୍ରାର୍ଥୀ ହେଉଥିବାରୁ ଦଳ ପ୍ରତି ଏହାକୁ କ୍ଷତିକାରକ ଦର୍ଶାଇ ସମସ୍ତଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଥାଉକି, ବିହାର ନିର୍ବାଚନ ପାଇଁ ବିଜେପି, ଜେଡିୟୁ ( ଜନତା ଦଳ ୟୁନାଇଟେଡ), ଭିଆଇପି(ବିକାଶଶୀଳ ଇନଶାନ ପାର୍ଟି), ହମ୍‌ (ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ସେକୁଲାର)ଙ୍କ ମଧ୍ୟରେ ମେଣ୍ଟ ହୋଇଛି । ଯେଉଁଥିରେ ଜେଡିୟୁ 115, ବିଜେପି 110, ଭିଆଇପ 11 ଓ ହମ୍‌ 7 ଟି ଆସନରେ ଲଢିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.