ଡେରାଡୁନ: ଆପଣ ଗାଈ, ମଇଁଷି ଓ ଛେଳିର ଦୁଗ୍ଧ ବିଷୟରେ ନିଶ୍ଚିତ ପଢିଥିବେ ଓ ଜାଣିଥିବେ । ଆଜି ଆମେ ଏମିତି ଏକ ପଶୁର ଦୁଗ୍ଧ ସମ୍ପର୍କରେ ଜଣାଇବୁ ଯାହା ଆପଣଙ୍କୁ ନିଶ୍ଚିତ ହତଚକିତ କରିବ । ଉତ୍ତରାଖଣ୍ଡର କାଶୀପୁରସ୍ଥିତ କୁଣ୍ଡେଶ୍ବରୀରେ ଆୟୋଜିତ ଷ୍ଟାଟଅପ ପ୍ରଦର୍ଶନୀରେ ଏପରି ଏକ ସାବୁନକୁ ପ୍ରଦର୍ଶିତ କରାଯାଇଛି, ଯାହା ଚର୍ଚ୍ଚାର ପରିସରକୁ ଆସିଛି ।
କୁଣ୍ଡେଶ୍ବରୀ ଠାରେ ଥିବା ଦେଶର ଅଗ୍ରଣୀ ଶିକ୍ଷା ସଂସ୍ଥାନ ଆଇଆଇଏମରେ ରାଜ୍ୟର ସବୁଠୁ ବଡ ଷ୍ଟାର୍ଟଅପ ଇଭେଣ୍ଟରେ ଦେଶର ନାମୀଦାମୀ ମାଲିକ ନିଜର ଅଭିନବ ଉତ୍ପାଦର ପ୍ରଦର୍ଶନୀ ଲଗାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ହେଉଛନ୍ତି ଦିଲ୍ଲୀରେ ରହୁଥିବା ପୂଜା କୌଲ। । ସେ ଟାଟା ଇଷ୍ଟିଚ୍ୟୁଟ ଅଫ ସେସିଆଲ ସାଇନ୍ସସେସରେ ଗ୍ରାଜୁଏସନ କରିଛନ୍ତି । ଗଧର ଦୁଗ୍ଧରେ ସାବୁନ ପ୍ରସ୍ତୁତ କରିଛନ୍ତି ସେ। ଯାହା ସମ୍ପୂର୍ଣ୍ଣ ଅର୍ଗାନିକ। ଏହି ସାବୁନକୁ ଦେଖିବା ପାଇଁ ପ୍ରବଳ ଭିଡ ଲାଗୁଛି ।
କିପରି ପ୍ରସ୍ତୁତ ହୁଏ ସାବୁନ
ପୂଜା କହିଛନ୍ତି ଯେ, ସେ ଯେବେ ଗ୍ରାଜୁଏସନ କରୁଥିଲେ ସେତବେଳେ ଦୁଗ୍ଧରେ କିଛି ନୂଆ ସାମଗ୍ରୀ ପ୍ରସ୍ତୁତ କରିବାର ଇଚ୍ଛା ତାଙ୍କ ମୁଣ୍ଡକୁ ଆସିଲା । ଏହାପରେ ସେ ଅନେକ ଗବେଷଣା କରି ଷ୍ଟାର୍ଟଅପ ସ୍ତରରେ ଏହାକୁ ପ୍ରସ୍ତୁତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଲୋକ ଗଧ ପାଳନ କରୁଛନ୍ତି ସେମାନଙ୍କ ଠାରୁ ଦୁଗ୍ଧ କିଣି ଏହାକୁ ପ୍ରସ୍ତୁତ କରୁଛନ୍ତି । ଏହା ସହିତ ସମସ୍ତ ପ୍ରାକୃତିକ ଦ୍ରବ୍ୟ ନିମ୍ବ, ଚନ୍ଦନ, ଏଲୋବେରା, ଅମୃତଭଣ୍ଡା ପାଉଡର, ବାଦାମ ତେଲ, ହଳଦୀ ଆଦି ମିଶ୍ରଣ କରି 2 ପ୍ରକାରର ସାବୁନର ପ୍ରସ୍ତୁତ କରିଛନ୍ତି । ଯାହା ଅଏଲି ଏବଂ ସେନସିଟିଭି ତ୍ବଚା ପାଇଁ ବେଶ ଲାଭଦାୟକ ଅଟେ । ଏକଜିମା, ଆଲର୍ଜି ଓ ବ୍ରଣ ଭଳି ସମସ୍ୟାକୁ ଦୂର କରିଥାଏ ଏହି ସାବୁନ।
ଗଧୀ ଦୁଗ୍ଧର ଗୋଟିଏ ଚାମଚର ମୂଲ୍ୟ 100 ଟଙ୍କା
ପୂଜାଙ୍କ କହିବାକଥା ଯେ, ଏହି ସାବୁନ ପ୍ରସ୍ତୁତ କରିବା ଅତି ସହଜ ନୁହେଁ । ଯେଉଁ ଲୋକ ଗଧ ପାଳନ କରୁଛନ୍ତି ସେମାନଙ୍କୁ ବହୁ ପ୍ରକାର ବୁଝାଇବାକୁ ପଡୁଛି । ଆଉ ଦୁଗ୍ଧ ଦେବାର ସମୟ ସକାଳ 4ରୁ 6ଟା ଭିତରେ ହୋଇଥାଏ । ଏହାକୁ ଏହାକୁ 10 ଘଣ୍ଟା ଭିତରେ ବ୍ୟବହାର କରିବାକୁ ପଡିଥାଏ । ତେଣୁ ଯେଉଁଦିନ ଦୁଗ୍ଧ ସଂଗ୍ରହ କରାଯାଉଛି ସେହିଦିନ ହିଁ ସାବୁନ ପ୍ରସ୍ତୁତ କରାଯାଉଛି । କେତେକ ସ୍ଥାନରେ ଗଧର ଦୁଗ୍ଧ 2 ହଜାରରୁ 3 ହଜାର ଟଙ୍କାରେ ବିକ୍ରି କରାଯାଉଛି । ଯାହାର ଗୋଟିଏ ଚାମଚର ମୂଲ୍ୟ 50 ରୁ 100 ଟଙ୍କା । ସେ ଅବେ ଗଜିଆବାଦର ଲୋନୀ, ଡାସନା ଓ ମହାରାଷ୍ଟ୍ରର ସୋଲାପୁରରୁ ଗଧ ଦୁଗ୍ଧ କ୍ରୟ କରୁଛନ୍ତି । ତେଣୁ ଏବେ ଗଧ ପାଳନ କରୁଥିବା ଚାଷୀଙ୍କର ଆୟରେ ବୃଦ୍ଧି ପାଇବାରେ ଲାଗିଛି।
ପୂଜା କୌଲଙ୍କ ଟିମରେ 6 ଜଣ ସଦସ୍ୟ କାମ କରୁଛନ୍ତି । ସେ କହିଛନ୍ତି ସାବୁନ କେବଳ ଅରଗାନିକ ତାହା ନୁହେଁ । ଏହାର ପ୍ୟାକେଟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ଯାହା ସମ୍ପୂର୍ଣ୍ଣ ଇକୋଫ୍ରେଣ୍ଡଲି । ଗୁଆ ଖୋଳପାରେ ଏହାର ପ୍ୟାକେଟ ପ୍ରସ୍ତୁତ କରାଯାଉ ଥିବାବେଳେ ଝୋଟର ବ୍ୟାଗରେ ଏହାକୁ ଗ୍ରାହକଙ୍କୁ ଦିଆଯାଉଛି।