ETV Bharat / bharat

‘ଆଜିର ତାରିଖ ଏକ ଐତିହାସିକ ଦିନ’ - ରାମ ମନ୍ଦିର ଭୂମିପୂଜା

ଲକ୍ଷ୍ନୌରେ ପହଞ୍ଚିସାରିଛନ୍ତି ପିଏମ ମୋଦି । ଖୁବଶୀଘ୍ର ଅଯୋଧ୍ୟା ଅଭିମୁଖେ ଗସ୍ତ କରିବେ । ରାମ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅଧିକ ପଢନ୍ତୁ...

ଆଜିର ତାରିଖ ଏକ ଐତିହାସିକ ଦିନ
ଆଜିର ତାରିଖ ଏକ ଐତିହାସିକ ଦିନ
author img

By

Published : Aug 5, 2020, 11:05 AM IST

ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନରେ ଯୋଗ ଦେବା ପାଇଁ ମୋଦି ଲକ୍ଷ୍ନୌରେ ପହଞ୍ଚି ସାରିଛନ୍ତି । ଆଉ କିଛି ସମୟ ପରେ ସେ ଅଯୋଧ୍ୟା ଗସ୍ତରେ ବାହାରିବେ। ମୋଦିଙ୍କ ହାତରେ ମନ୍ଦିରର ଶିଳାନ୍ୟାସ ସ୍ଥାପନା କରାଯିବ । ସେପଟେ ଆଜିର ଏହି ଦିନକୁ ଐତିହାସିକ ଦିନ କହିଛନ୍ତି ଯୋଗ ଗୁରୁ ବାବା ରାମ ଦେବ ।

ଭୂମି-ପୂଜନ କାର୍ଯ୍ୟକ୍ରମରେ ବାବା ରାମ ଦେବ ସାମିଲ ହେବେ । ମଙ୍ଗଳବାର ଅପରାହ୍ନ ସେ ଅଯୋଧ୍ୟାରେ ପହଞ୍ଚିଛନ୍ତି । ବୁଧବାର(ଆଜି)ସକାଳୁ ହନୁମାନ ଗରହି ମନ୍ଦିର ଦର୍ଶନ ବେଳେ ବାବା ରାମଦେବ ଗଣମାଧ୍ୟମକୁ ସାକ୍ଷାତକାରରେ କହିଥିଲେ ଅଗଷ୍ଟ 5 ତାରିଖ ଏକ ଐତିହାସିକ ଦିବସ ।

ଆଜି ଦେଶରେ ନୂଆ ଇତିହାସ ସୃଷ୍ଚି କରିଛି । ଏହାକୁ ଖୁସିର ସହ ପାଳନ କରାଯିବ ଉଚିତ । ରାମ ମନ୍ଦିର ନିର୍ମାଣ ଦ୍ବାରା ଦେଶରେ ’ରାମ ରାଜ୍ୟ’ ସ୍ଥାପନ ହେବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ରାମ ମନ୍ଦିର ପ୍ରତିଷ୍ଠା ଦେଶରେ ଏକ ନୂତନ ସଂସ୍କୃତି ସୃଷ୍ଟି କରିବ ।ପିଏମ ମୋଦି ଜଣେ ରାମ ଓ ହନୁମାନଙ୍କ ଭକ୍ତ ହୋଇଥିବାବେଳେ ହନ୍ଦୁ ଧର୍ମ ସେ ଗୌରବାନ୍ବିତ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.