ମୁମ୍ବାଇ: ସ୍ବାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ କୌଣସି ପ୍ରତିକ୍ରିୟା ନ ଥିବାରୁ ଆନ୍ନା ହଜାରେ ବର୍ତ୍ତମାନ ନିଜ ଗାଁ ରାଲେଗାନ ସିଦ୍ଧରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ 30ରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ଆନ୍ନା ଯାଦବ ବାବା ମନ୍ଦିରରେ ତାଙ୍କର ଆମରଣ ଅନଶନ ଆରମ୍ଭ କରିବେ । ପ୍ରକାଶଥାଉକି, ଆନ୍ନା ଗତ 4 ବର୍ଷ ଧରି ଏହା ପାଇଁ ଦାବି କରିଆସୁଛନ୍ତି । ଏଥିପାଇଁ ସେ ଦିଲ୍ଲୀର ରାମଲୀଲା ମଇଦାନରେ ଏବଂ ରାଲେଗାନ୍ ସିଦ୍ଧରେ ଦୁଇଥର ଆନ୍ଦୋଳନ କରିସାରିଲେଣି।
ଉଭୟ ଆନ୍ଦୋଳନ ସମୟରେ କେନ୍ଦ୍ର ତଥା ତତ୍କାଳୀନ ରାଜ୍ୟରେ ଫଡନାଭିସ୍ ସରକାର ଲିଖିତ ଭାବରେ ସହମତ ହୋଇଥିଲେ କିନ୍ତୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ଆନ୍ନା ଆମରଣ ଅନଶନର ଅସ୍ତ୍ରକୁ ପୁଣି ହତିଆର୍ କରିଛନ୍ତି । ଆନ୍ନା ମଙ୍ଗଳବାର କେନ୍ଦ୍ରକୁ ଏକ ଚିଠି ପଠାଇ କହିଛନ୍ତି ଯେ ସରକାର ଏହାର ଲିଖିତ ପ୍ରତିଶ୍ରୁତି ପାଳନ ନକରିବା ଭୁଲ୍ ଅଟେ । ଯଦି ସରକାର ଏହିପରି ଆଚରଣ କରୁଛନ୍ତି, ତେବେ ଲୋକେ କାହା ଉପରେ ବିଶ୍ବାସ କରିବା ଉଚିତ୍ । ଯଦି ସେମାନେ ନିଜ ପ୍ରତିଶ୍ରୁତି ପାଳନ କରିବାରେ ସକ୍ଷମ ନୁହଁନ୍ତି, ତେବେ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ ।
2011 ଏବଂ 2013ରେ ହୋଇଥିବା ଆନ୍ଦୋଳନ ସମୟରେ ବିରୋଧ କରୁଥିବା ବିଜେପି ନେତାମାନେ ଆନ୍ନାଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ ଏବଂ ସଂସଦରେ କଂଗ୍ରେସ ବିରୋଧରେ କହିଥିଲେ । ସେତେବେଳେ ଆନ୍ନାଙ୍କୁ ପ୍ରଶଂସା କରୁଥିବା ବିଜେପି ବର୍ତ୍ତମାନ କେନ୍ଦ୍ରରେ କ୍ଷମତାରେ ଅଛି କିନ୍ତୁ ବର୍ତ୍ତମାନ ପ୍ରତିଶ୍ରୁତି ପୂରଣ କରୁନି ବିଜେପି । ଏଥିସହ ସେ କହିଛନ୍ତି ଯେ କେନ୍ଦ୍ର ସରକାର ତାଙ୍କୁ ବ୍ୟବହାର କରୁଛନ୍ତି ଏବଂ ରାମଲୀଲା ମଇଦାନରେ ଆନ୍ଦୋଳନ ପାଇଁ ପ୍ଲାଟଫର୍ମ ଦିଆଯାଉ ନାହିଁ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ