କୋଲକାତା: ପଶ୍ଚିମବଙ୍ଗର ଦୁର୍ଗାପୁରରେ ମଙ୍ଗଳବାର ସକାଳୁ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଗୋଟିଏ ବିମାନ ଫ୍ଲାଏ ଓଭର ତଳେ ଫସି ରହିଥିବା ଦେଖିବାକୁ ମିଳିଛି । ଦୂରରୁ ଦେଖିଲେ ଲାଗୁଛି ଫ୍ଲାଇଟଟି ଯେପରୀ ହାଇଓ୍ବେ ଉପରେ ଲ୍ୟାଣ୍ଡିଂ କରୁଥିବା ବେଳେ ପୋଲ ତଳେ ଫସି ଯାଇଛି । ହେଲେ ପାଖକୁ ଗଲା ପରେ ସମସ୍ତ ଘଟଣା ବୁଝା ପଡିଛି ।
ବିମାନଟିକୁ ଏକ ଟ୍ରକ ଉପରେ ଲଦି ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନିଆଯାଉଥିଲା । ଡ୍ରାଇଭରକୁ ପୋଲର ଉଚ୍ଚତା ଜଣା ନପଡିବାରୁ ବିମାନଟି ଅଟକି ଯାଇଥିଲା । ବିମାନ ଉପରେ ଇଣ୍ଡିଆ ପୋଷ୍ଟ ଲେଖା ହୋଇଛି । ଏବେ ଏହାକୁ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି । ବିମାନକୁ ଦେଖିବା ପାଇଁ ଘଟଣା ସ୍ଥଳରେ ଲୋକଙ୍କ ପ୍ରବଳ ଭିଡ ଜମିଛି ।