ETV Bharat / bharat

ଅକ୍ଟୋବର 14 ସୁଦ୍ଧା ଦେଶରେ ସରିଛି 9,12,26,305 କୋରୋନା ଟେଷ୍ଟ: ICMR - Indian Council of Medical Research

ଭାରତରେ ବେଲଗାମ କୋରୋନା ସଂକ୍ରମଣ । 73 ଲକ୍ଷ ପାର କରିଛି ମୋଟ ପଜିଟିଭ ସଂଖ୍ୟା । ଅନ୍ୟପଟେ ସଂକ୍ରମଣ ରୋକିବାକୁ ଦିନରାତି ବିଭିନ୍ନ ଲ୍ୟାବରେ ଚାଲିଛି କୋରୋନା ଟେଷ୍ଟ । ଅଧିକ ପଢନ୍ତୁ...

ଅକ୍ଟୋବର 14 ସୁଦ୍ଧା ଦେଶରେ ସରିଛି 9,12,26,305 କୋରୋନା ଟେଷ୍ଟ: ICMR

author img

By

Published : Oct 15, 2020, 3:30 PM IST

ନୂଆଦିଲ୍ଲୀ: ଦେଶରେ 73 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା। ସେହିପରି ଏଥିରେ 1 ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛିନ୍ତି ଲୋକେ । ଅନ୍ୟପଟେ ବଢୁଥିବା ସଂକ୍ରମଣ ସଂଖ୍ୟା ଉପରେ ରୋକ ଲଗାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବହୁଳ ମାତ୍ରାରେ କୋରୋନା ଟେଷ୍ଟ ଜାରି ରହିଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ ଅକ୍ଟୋବର 14 ତାରିଖରେ 11 ଲକ୍ଷ 36 ହଜାର 183 ଟି କୋରୋନା ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 କୋଟି 12 ଲକ୍ଷ 26 ହଜାର 305 ଟି ଟେଷ୍ଟ ସରିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 73 ଲକ୍ଷ 07 ହଜାର 098 ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 11 ହଜାର 266 ଜଣଙ୍କର ମୃତ୍ୟୁ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.