ETV Bharat / bharat

14 ଦିନରେ 120ଟି ଜିଲ୍ଲାରେ ଶୂନ ପଜିଟିଭ

author img

By

Published : Apr 22, 2020, 12:39 AM IST

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ 14 ଦିନ ଧରି ଦେଶର 120ଟି ଜିଲ୍ଲାରେ କୌଣସି ପଜିଟିଭ ମାମଲା ଆସିନାହିଁ । ଏସମସ୍ତ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି । ଅଧିକ ପଢନ୍ତୁ...

14 ଦିନରେ 120ଟି ଜିଲ୍ଲାରେ ଶୂନ ପଜିଟିଭ
14 ଦିନରେ 120ଟି ଜିଲ୍ଲାରେ ଶୂନ ପଜିଟିଭ

ନୂଆଦିଲ୍ଲୀ: କୋଭିଡ-19ର ପ୍ରଭାବରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରାୟ ସମସ୍ତ ସହର ଓ ରାଜ୍ୟ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 20 ହଜାର ପାଖାପାଖି ପହଞ୍ଚିଲାଣି ।

ତେବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ 14 ଦିନ ଧରି ଦେଶର 120ଟି ଜିଲ୍ଲାରେ କୌଣସି ପଜିଟିଭ ମାମଲା ଆସିନାହିଁ । ଏସମସ୍ତ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି । ଏନେଇ ସୋମବାର ତାଲିକା ପ୍ରକାଶ କରିଥିଲା ମନ୍ତ୍ରଣାଳୟ । ମଙ୍ଗଳବାର ନୂଆ ଜାଗା ଭାବେ ମହାରାଷ୍ଟ୍ରର ଲାତୁର, ଓସମାନାବାଦ, ହିଙ୍ଗୋଲି ଓ ୱାଶିମ ସାମିଲ ହୋଇଛନ୍ତି ।

ଏହାସହ ସୋମବାର 59ଟି ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା 14 ଦିନ ହେଲା ଶୂନ ରହିଥିଲା ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ମଙ୍ଗଳବାର 23ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 61ଟି ନୂଆ ଜିଲ୍ଲା ଏଥିରେ ସାମିଲ ହୋଇଛି । ଫଳରେ ଗତ 14 ଦିନ ହେବ 120ଟି ଜିଲ୍ଲାରେ କୋରୋନା ପଜିଟିଭ ଶୂନ ରହିଥିବା ଜଣାପଡିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.