ETV Bharat / bharat

ସୋପିଆନରେ ଏନକାଉଣ୍ଟର, 2 ଆତଙ୍କୀ ନିହତ

ସୀମାରେ ଅଶାନ୍ତ ପରିସ୍ଥିତି। ସୁରକ୍ଷା କର୍ମୀଙ୍କ ଗୁଳିରେ 2 ଆତଙ୍କୀ ନିହତ। ଏହି ଅପରେସନ ବର୍ତ୍ତମାନ ଚାଲିଥିବାରୁ ଅଧିକ ଆତଙ୍କବାଦୀ ଗାଁରେ ଲୁଚି ରହିପାରନ୍ତି ବୋଲି ଅଧିକାରୀମାନେ କହିଛନ୍ତି।

author img

By

Published : Apr 29, 2020, 10:57 AM IST

2 terrorists killed
ଜମ୍ମୁ କାଶ୍ମୀର ସୋପିଆନରେ ଏନକାଉଣ୍ଟର, 2 ଆତଙ୍କୀ ନିପାତ

ଶ୍ରୀନଗର: ଦେଶ କୋଭିଡ୍ ଯୁଦ୍ଧ ଲଢୁଥିବା ବେଳେ ସୀମାରେ ଅଶାନ୍ତ ପରିସ୍ଥିତି। ବୁଧବାର ସକାଳେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟରେ ଦୁଇ ଜଣ ଆତଙ୍କୀ ନିପାତ ହୋଇଛନ୍ତି। ତେବେ ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଏହି ଗୁଳିବିନିମୟ ହୋଇଥିବା ସେନା ପକ୍ଷରୁ ସୂଚନା ମିଳିଛି।

ଏହି ଅପରେସନରେ ଭାରତୀୟ ସେନା, ପୋଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ସାମିଲ ଥିଲେ। ତେବେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ମେଲୋରା ଗ୍ରାମରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଉଭୟ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ଏହି ଅପରେସନ ବର୍ତ୍ତମାନ ଚାଲିଥିବାରୁ ଅନେକ ଆତଙ୍କବାଦୀ ଗାଁରେ ଲୁଚି ରହିପାରନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଗତ ସପ୍ତାହରେ ଦକ୍ଷିଣ କାଶ୍ମୀରର ବିଭିନ୍ନ ସ୍ଥାନରେ ପୃଥକ ଏନକାଉଣ୍ଟରରେ 10 ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.