ETV Bharat / bharat

ଇଂରେଜ ଅମଳର ମୁକସାକ୍ଷୀ ପାଲଟିଛି 150 ବର୍ଷର ବରଗଛ - ପର୍ଯ୍ୟଟନସ୍ଥଳୀର ମାନ୍ୟତା

ଇଂରେଜ ଅମଳର ମୁକସାକ୍ଷୀ ପାଲଟିଛି 150 ବର୍ଷର ଗଛ । ଏହି ଗଛ ରହିଛି ଝାଡ଼ଖଣ୍ଡର ଗୋପାଳଗଞ୍ଜ ଅଞ୍ଚଳରେ । ଯେଉଁଠି ତାପମାତ୍ରା ପରିବର୍ତ୍ତନକୁ ଚିନ୍ତା ବଢୁଥିବାବେଳେ ଏହି ଗଛ ନିକଟରେ ଏହା ବିଫଳ ହୋଇଛି । ଗଛ ନିକଟରେ ଖରାଦିନେ ତାପମାତ୍ରା ପାଖାପାଖି 5 ରୁ6 ଡିଗ୍ରୀ କମ ରୁହେ । ସେପଟେ ଏହି ଗଛ ଏତେମାତ୍ରାରେ ଘଞ୍ଚ ହୋଇଛି ଯେ, ଦୂରକୁ ଏହା ଏକ ଜଙ୍ଗଲ ଭଳି ଦେଖାଯାଇଥାଏ ।

ଫଟୋ ସୌଜନ୍ୟ: ଇଟିିଭି ଭାରତ ବ୍ୟୁରୋ
author img

By

Published : Sep 17, 2019, 3:19 PM IST

ରାଞ୍ଚି: ଝାଡ଼ଖଣ୍ଡର ଗୋପାଳଗଞ୍ଜରେ ରହିଛି 150 ବର୍ଷର ବରଗଛ । ଯାହା ସମ୍ପର୍କରେ ଭାବିବା ତ ଦୂରର କଥା, ଦେଖିଲେ ମଧ୍ୟ ବିଶ୍ବାସ ହୋଇନଥାଏ । ଗୋପାଳଗଞ୍ଜ ଜିଲ୍ଲାର ମୁଖ୍ୟାଳୟ ଠାରୁ 50 କିଲୋମିଟର ଦୂରରେ ରହିଛି ଏହି ଗଛ । ଯାହାକୁ ନେଇ ଏବେ ପୁରା ରାଜ୍ୟରେ ବେଶ ଚର୍ଚ୍ଚାର ମାହୋଲ ସୃଷ୍ଟି ହୋଇଛି ।

ତେବେ ଏହି ବରଗଛରେ ପାଖାପାଖି ପ୍ରାୟ 200ରୁ ଊର୍ଦ୍ଧ୍ବ ଶାଖାପ୍ରଶାଖା ରହିଛି । ଏହି ଗଛର ଶାଖାପ୍ରଶାଖା ଗୁଡ଼ିକ ଚତୁର୍ଦ୍ଦିଗ ଖେଳାଇ ହୋଇ ରହିଛି । ପାଖାପାଖି ଏକ ବୀଘା ଅଞ୍ଚଳରେ ଏହାର ଶାଖାପ୍ରଶାଖା ଖେଳାଇ ହୋଇ ରହିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ଏହି ଗଛର ମୁଖ୍ୟ ଗଣ୍ଡି ସମ୍ପର୍କରେ ଆଜି ପର୍ଯ୍ୟନ୍ତ କାହା ନିକଟରେ କୌଣସି ସଠିକ ସୂଚନା ନଥିବା ଜଣାପଡ଼ିଛି । ତେବେ ଏହି ଗଛ ଏବେ ଏତେ ପୁରୁଣା ଯେ, ଏହାର ଶାଖାଗୁଡ଼ିକ ବର୍ତ୍ତମାନ ମୁଖ୍ୟ ଗଣ୍ଡିର ରୂପ ନେବାକୁ ବସିଛି ।

150 years old tree
ଫଟୋ ସୌଜନ୍ୟ: ଇଟିିଭି ଭାରତ ବ୍ୟୁରୋ

ଏହି ଗଛ ବର୍ତ୍ତମାନ ଏକ ପର୍ଯ୍ୟଟନ ସ୍ଥଳୀର ରୂପନେବାକୁ ବସିଛି । ରାଜ୍ୟର ଅନେକ ସ୍ଥାନରୁ ଏହି ଗଛ ଦେଖିବାକୁ ଆସୁଛନ୍ତି ପର୍ଯ୍ୟଟକ । ଏହା ସହିତ ଆଖପାଖର ଲୋକମାନେ ମଧ୍ୟ ଗରମ ସମୟରେ ଏହି ଗଛ ତଳେ ଆଶ୍ରୟ ନେଇଥାନ୍ତି । କେବଳ ଏତିକି ନୁହେଁ, ଅନେକ ସଂସ୍ଥା ମଧ୍ୟ ଏହି ଗଛକୁ ନେଇ ଅନୁଧ୍ୟାନ କରିସାରିଥିବାବେଳେ ଅନେକ ବର୍ତ୍ତମାନ ମଧ୍ୟ ଜାରି ରଖିଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳର କିଛି ବୟସ୍କ କୁହନ୍ତି ଏହି ଗଛକୁ ଇଂରେଜମାନେ ଲଗାଇଥିବାବେଳେ ଏହାର ସୁରକ୍ଷା ମଧ୍ୟ ଇଂରେଜ କରିଆସିଥିଲେ ।

ସେପଟେ ଖରାଦିନେ ଏହି ବରଗଛ ତଳେ ତାପମାତ୍ରା ମଧ୍ୟ କମ ରହୁଥିବାର ସ୍ଥାନୀୟ ବାସିନ୍ଦା କହିଆସୁଛନ୍ତି । ତୁଳନାତ୍ମକ ଭାବେ ଏହି ଗଛ ତଳେ ପାଖାପାଖି 5 ରୁ 6 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ ରୁହେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏହି ଗଛ ନିକଟରେ ତାପମାତ୍ରା ଖରା ଦିନରେ 30 ରୁ 35 ଡିଗ୍ରୀ ମଧ୍ୟରେ ରୁହେ । ଗରମ ଦିନରେ ଗରମ ପବନ ହେଉଥିବାବେଳେ ଏହି ଗଛ ତଳେ ଥଣ୍ଡା ପବନ ହୋଇଥାଏ । ତେବେ ଗଛର ଶାଖା ଗୁଡ଼ିକ ଅନ୍ୟ ଶାଖା ଗୁଡ଼ିକ ଉପରେ ଲଦି ହୋଇ ପୁନର୍ବାର ମାଟିରେ ଲାଗିବାକୁ ବସିଛି ।

150 years old tree
ଫଟୋ ସୌଜନ୍ୟ: ଇଟିିଭି ଭାରତ ବ୍ୟୁରୋ
ପରିବେଶ ଓ ବିଜ୍ଞାନର ପ୍ରଫେସର ଡ. ବିବେକାନନ୍ଦଙ୍କ କହିବା ଅନୁଯାୟୀ ଏହି ଗଛକୁ ଅକ୍ଷୟ ଗଛ କୁହାଯାଇଥାଏ । ଏହାର ବୈଜ୍ଞାନିକ ନାମ ହେଉଛି ଫାଇକସ ଓ୍ବେଘ୍ନାଲେନସିସ । ଏହା କାର୍ବନ ଡାଇଅକସାଇଡ଼କୁ ଗ୍ରହଣ କରିଥାଏ ଓ ମାତ୍ରାଧିକ ଭାବେ ଅକ୍ସିଜେନ ବା ଅମ୍ଳଜାନ ଛାଡି଼ଥାଏ ବୋଲି ସେ କହିଛନ୍ତି । ଏହିଭଳି ପୁରୁଣା ଗଛ ଯେତେ ମୋଟା ଓ ଘଞ୍ଚ ହୋଇଥାଏ ସେତେ ମାତ୍ରାରେ ଅମ୍ଳଜାନ ଛାଡ଼ିଥାଏ ବୋଲି ସେ କହିଛନ୍ତି ।

ତେବେ ଗଛକୁ ମାତ୍ରାଧିକ ଭାବେ ଲୋକ ଦେଖିବାକୁ ଆସୁଛନ୍ତି । ଏହା ସହିତ ଏହି ଗଛ ଅନେକ ପୁରୁଣା । ଐତିହାସିକ ପ୍ରଫେସର ସଞ୍ଜୟ ପଣ୍ଡା କହିଛନ୍ତି କି ମହିଳା ଇଂରେଜଙ୍କ ଦ୍ବାରା ଏହାର ଦାୟିତ୍ବ ଓ ସଂରକ୍ଷଣ କରାଯାଇଥିଲା । ଇଂରେଜଙ୍କ ସମୟରେ ଏଠାରେ ନିଲହା କୋଠି ହେଉଥିଲା । ଇଂରେଜମାନେ ଏଠାରେ ଅନେକ ସମୟରେ ଚାଷବାସ ମଧ୍ୟ କରୁଥିଲେ ବୋଲି ସେ କହିଛନ୍ତି । ତେବେ ଇଂରେଜମାନଙ୍କର ସମସ୍ତ କାର୍ଯ୍ୟର ମୁକସାକ୍ଷୀ ପାଲଟିଛି ଏହି ବଟବୃକ୍ଷ । ଫଳରେ ସ୍ଥାନୀୟ ବାସିନ୍ଦାମାନେ ଏହାକୁ ପର୍ଯ୍ୟଟନର ମାନ୍ୟତା ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ପର୍ଯ୍ୟଟନ ମାନ୍ୟତା ସହ ଏଠାରେ ବିକାଶ କରିବାପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Intro:
कहते हैं कुदरत कई ऐसे चीजें हमें प्रदान किए जो आज भी हमे सोचने पर मजबूर कर देता है। कुछ इसी तरह का वाक्या गोपालगंज जिला मुख्यालय से करीब 55 किलोमीटर दूर दिघवा दुबौली पंचायत के राजापट्टी गांव की है। जहां 150 वर्षों वाला बरगद पेड़ के लोगो के बीच कौतूहल का विषय बना हुआ।

Body:इस बट वृक्ष की करीब 200 भुजाएं है जो करीब एक बीघे में फैला हुआ है। आश्चर्य की बात यह है कि इस वृक्ष के मुख्य तना के बारे में कोई पता नही लगा सका कि इसकी मुख्य तना कौन सी है। इसकी एक-एक भुजाएं मुख्य तना का रूप ले लिया। जिसके वजह से यह एक घनघोर जंगल बन गया है। इस पेड़ को देखने के लिए दूर-दूर से लोग यहां पहुंचते हैं। आस पास के लोग गर्मी के दिनों में सुकून पाने के लिए यहां समय बिताते है। इतना ही नहीं इस पर कई ऐसे संस्थाएं भी जो रीसर्च कर चुके हैं। बताया जाता है कि इस पेड़ को अंग्रेजों ने संरक्षित किया था। इस पेड़ की खासियत यह है कि यहां तापमान अन्य जगहों से 5 से 6 डिग्री कम रहता है। गर्मी के दिनों में चलने वाली गर्म हवाएं इसकी छाया में बहुत ठंडी हो जाती है। इस पेड़ की शाखाएं एक दूसरे से गुथकर जमीन में अपनी मोटी जड़े जमा चुकी है। पर्यावरणविद और विज्ञान के प्रोफेसर डॉ विवेकानंद के मुताबिक ऐसे पेड़ को अक्षय वट करते हैं। इसका बॉटनिकल नाम फाइकस वेन्धालेंसिस है। यह कार्बन डाइऑक्साइड सोखती है। अधिक मात्रा में कार्बन अवशोषित करने के चलते हैं यह ऑक्सीजन ज्यादा उत्सर्जित करता है। ऐसे पुराने पेड़ जितना ज्यादा घने और ज्यादा शाखाएं होती है वह नमी और ऑक्सीजन ज्यादा उत्सर्जित करती है। यही कारण है कि जब बाहर का तापमान 35 से 40 डिग्री सेल्सियस के बीच हो तो इसकी छाया में पारा 30 से 35 डिग्री रहता है।।इतिहासकार प्रोफेसर संजय पांडेय के माने तो महिला अंग्रेज हेलेन द्वारा इसे संरक्षित किया गया था। यहां निलहा कोठी हुआ करता था अंग्रेज नील की खेती किया करते थे। इस पेड़ के सामने अंग्रेजों की हवेली का खंडहर हुआ करता था जो अब दूर दूर तक नहीं दिखाई देता। लेकिन यह विशाल वटवृक्ष आज भी वैसे ही खड़ा है। स्थानीय लोगो के माने तो इसपर सरकार अगर ध्यान देती हो यह एक पर्यटक स्थल के रूप में विकसित हो सकता था।

Conclusion:na
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.