ETV Bharat / bharat

ତେଲେଙ୍ଗାନାରେ 129 ନୂଆ କୋରୋନା ମାମଲା, 7 ମୃତ - ତେଲେଙ୍ଗାନା କୋରୋନା

ତେଲେଙ୍ଗାନାରେ ବୁଧବାର 129 ଟି ନୂଆ କୋଭିଡ -19 ମାମଲା ରିପୋର୍ଟ ହୋଇଛି । ଏହାସହ ରାଜ୍ୟରେ ସାତଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ମାମଲା 3,020 ଏବଂ ମୃତ୍ୟୁ ସଂଖ୍ୟା 99ରେ ପହଞ୍ଚିଛି।

Telangana
Telangana
author img

By

Published : Jun 3, 2020, 10:29 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ଭାବେ ବଢିବାରେ ଲାଗିଛି । ତେଲେଙ୍ଗାନାରେ ବୁଧବାର 129 ଟି ନୂଆ କୋଭିଡ -19 ମାମଲା ରିପୋର୍ଟ ହୋଇଥି । ଏହାସହ ରାଜ୍ୟରେ ସାତଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ମାମଲା 3,020 ଏବଂ ମୃତ୍ୟୁ ସଂଖ୍ୟା 99ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ବିଭାଗର ବୁଲେଟିନ୍ ଅନୁଯାୟୀ ବୁଧବାର 127 ଟି ନୂତନ ମାମଲା ହୋଇଥିଲା, ସେଥିମଧ୍ୟରୁ 108 ଟି ଜିଏଚ୍ଏମସି ଅଞ୍ଚଳରୁ ଆସିଥିବା ବେଳେ ବାକିଗୁଡିକ ରଙ୍ଗା ରେଡ୍ଡୀ ଏବଂ ଆସିଫାବାଦ (ପ୍ରତ୍ୟେକ 6), ମେଡଚାଲ୍ ଏବଂ ସିର୍କିଲା (ପ୍ରତ୍ୟେକ 2) ଏବଂ ୟାଦ୍ରି, କାମାରେଡ୍ଡୀ ଏବଂ ମେହବୁବନଗର (ପ୍ରତ୍ୟେକ ଗୋଟିଏ) ରିପୋର୍ଟ ହୋଇଛି । ଏହାସହ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଦୁଇଟି ମାମଲା ରେକର୍ଡ ହୋଇଛି ।

ବୁଧବାର 30 ଜଣ ଡିସଚାର୍ଜ ହୋଇଥିବା ବେଳେ ମୋଟ ଡିସଚାର୍ଜ ସଂଖ୍ୟା 1,556 ରେ ପହଞ୍ଚିଛି । ବର୍ତ୍ତମାନ ଡାକ୍ତରଖାନାରେ ପଜିଟିଭ ରୋଗୀଙ୍କ ସଂଖ୍ୟା 1365ରେ ରହିଛି ।

ଏହି ସମୟରେ ଗାନ୍ଧୀ ହସ୍ପିଟାଲେ ପାଞ୍ଚ ଜଣ ରୋଗୀଙ୍କୁ ପ୍ଲାଜମା ଟ୍ରାନ୍ସଫ୍ୟୁସନ ଦିଆଯାଇଥିଲା । ବୁଲେଟିନ୍‌ରେ କୁହାଯାଇଛି ଯେ ପ୍ରତ୍ୟେକ ପାଞ୍ଚଜଣ ରୋଗୀଙ୍କ ପାଇଁ ଦୁଇଟି ଟ୍ରାନ୍ସଫ୍ୟୁଜନ୍ ଦିଆଯାଇଥିଲା, ଏହା ପରେ ସମସ୍ତ ପାଞ୍ଚଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ କ୍ଲିନିକାଲ୍ ଇମ୍ପ୍ରୁଭମେଣ୍ଟ ହୋଇଥିବା ରିପୋର୍ଟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.