ETV Bharat / bharat

Atiq Ashraf Murder case: ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

author img

By

Published : Apr 17, 2023, 12:06 PM IST

ଅତିକ ଅହମଦ ହତ୍ୟାକାଣ୍ଡ ଘଟଣା ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ଅତିକ ଅହମଦ ଓ ତାର ଭାଇକୁ ପୋଲିସ ହେପାଜତରେ କିପରି ହତ୍ୟା କରାଗଲା ଓ 2017 ପରେ ଉତ୍ତରପ୍ରଦେଶରେ ହୋଇଥିବା 183 ଏନକାଉଣ୍ଟର ଉପରେ ତଦନ୍ତ ପାଇଁ ଯାଚିକା ଦାୟର ହୋଇଛନ୍ତି । ଅଧିକ ପଢନ୍ତୁ

Atiq Ahmad Murder case
ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: ପୋଲିସ କଷ୍ଟଡିରେ ଗ୍ୟାଙ୍ଗଷ୍ଟାର ଅତିକ ଅହମଦ ଓ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା କରଯିବା ଘଟଣା ଚର୍ଚ୍ଚାରେ ରହିଛି । ଏନେଇ ସର୍ବୋଚ୍ଚ ନ୍ୟାୟଳାୟରେ ଏକ ଜନସ୍ବାର୍ଥ ମାମଲା ଦାଖଲ ହୋଇଛି । ଏହା ସହିତ 2017 ପରେ ଉତ୍ତରପ୍ରଦେଶରେ ହୋଇଥିବା ମୋଟ 185 ଏନକାଉଣ୍ଟର ମାମଲାର ନିରପେକ୍ଷ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ଯାଚିକା ଦାଖଲ ହୋଇଛି । ଜଣେ ଓକିଲଙ୍କ ପକ୍ଷରୁ ଦାଖଲ ହୋଇଥିବା ଯାଚିକାରେ ସୁପ୍ରିମକୋର୍ଟର ଜଣେ ପୂର୍ବ ବିପିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ନିରପେକ୍ଷ ବିଶେଷଜ୍ଞ କମିଟି ଗଠନ କରି ତଦନ୍ତ କରିବାକୁ ଦାବି ହୋଇଛି ।

ଏହା ବି ପଢନ୍ତୁ...କଡା ସୁରକ୍ଷାରେ ଅତିକକୁ ଦିଆଗଲା କବର, ପତ୍ନୀ ସହିସ୍ତାର ମିଳିଲାନି ଦେଖା

ମାଫିଆରୁ ରାଜନେତା ବନିଥିବା ତଥା ଉତ୍ତରପ୍ରଦେଶର ଡନ୍‌ ଅତିକ ଅହମଦ ଏବଂ ତାର ଭାଇ ଅସରଫକୁ ପୋଲିସ ହେପାଜତରେ ପ୍ରୟାଗରାଜରେ ଗୁଳି କରି ହତ୍ୟା କରାଯାଇଛି । ଏବେ ବି ହତ୍ୟାକାଣ୍ଡର କାରଣ ରହସ୍ୟମୟ ରହିଛି । କିଏ ଓ କାହିଁକି ଅତିକକୁ ମାରିଲା କିଏ ଷଡଯନ୍ତ୍ର ରଚିଥିଲା ଏହିଭଳି ଅନେକ ପ୍ରଶ୍ନ ଏବେ ଦେଶବାସୀଙ୍କ ମନରେ ଉଙ୍କି ମାରୁଛି । ଅତିକ ଓ ତା ଭାଇକୁ ହତ୍ୟା ଘଟଣାରେ ଓକିଲ ବିଶାଳ ତିୱାରୀ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଛନ୍ତି । ଏହାସହ 2017 ପରେ ୟୁପିରେ ହୋଇଥିବା 183 ଏନକାଉଣ୍ଟରର ତଦନ୍ତ ପାଇଁ ସର୍ବୋଚ୍ଚ ନ୍ୟାୟଳାୟ ପୂର୍ବ ବିଚାରପତିଙ୍କ ଅଧକ୍ଷତାର ଏକ ନିରପେକ୍ଷ ବିଶେଷଜ୍ଞ କମିଟି ଗଠନ ପାଇଁ ଦାବି କରିଛନ୍ତି ।

ଏହା ବି ପଢନ୍ତ...ଅତିକ ଦେହରେ ବାଜିଛି 10 ଗୁଳି, ଅସରଫକୁ 5 ! ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ଓକିଲ ବିଶାଲ ତିୱାରୀ ତାଙ୍କ ଯାଚିକାରେ ଦର୍ଶାଇଛନ୍ତି ଯେ, '2020ରେ କାନପୁର ବିକ୍ରୁ ଏନକାଉଣ୍ଟରରେ ବିକାଶ ଦୁବେ ଏବଂ ତାର ସହଯୋଗୀର ମୃତ୍ୟୁ ଘଟଣାର ତଦନ୍ତ ଏବଂ ପ୍ରମାଣ ରେକର୍ଡ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଅନ୍ତୁ କୋର୍ଟ । ଆଇନ ଉଲଘଂନ ଏବଂ ୟୁପି ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନ ଉଠିଛି । ବିକାଶ ଦୁବେକୁ ଏନକାଉଣ୍ଟର ହେବା ପରି ଏହି ଘଟଣାର ପୁନରାବୃତ୍ତି ହୋଇଛି । ଏହିପରି ଘଟଣା ଲୋକତନ୍ତ୍ର ଏବଂ ଆଇନ କାନୁନକୁ କ୍ଷତି ପହଞ୍ଚାଉଛି । ଏହିପରି କାର୍ଯ୍ୟକଳାପ ଅରାଜକତା ବଢାଇବାକୁ ବଳ ଦେଉଛି । ଆଇନ କାନୁନରେ ହତ୍ୟା ହେଉ ବି ମିଥ୍ୟା ଏନକାଉଣ୍ଟର ଏହାକୁ ନିନ୍ଦା କରାଯାଇଛି । ଲୋକତାନ୍ତ୍ରିକ ସାମଜରେ ଏଭଳି ଘଟଣାର ସ୍ଥାନ ନାହିଁ । ଅପରାଧୀକୁ ଦଣ୍ଡ ଦେବା ଅଧିକାର ପୋଲିସ କିମ୍ବା କୌଣସି ସଂସ୍ଥାକୁ ଦେବା ବିପଜ୍ଜନକ ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.