ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ; ଛଅଟି ଜନସଭା କରିବେ ଶାହା - public program

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛଅଟି ଜନସଭା କରିବେ । ଛଅଟି ଜନସଭା ମଧ୍ୟରୁ ତିନୋଟି ରୋଡ ଶୋ କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...

ଛଅଟି ଜନସଭା କରିବେ ଶାହା
ଛଅଟି ଜନସଭା କରିବେ ଶାହା
author img

By

Published : Apr 11, 2021, 11:38 AM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛଅଟି ଜନସଭା କରିବେ । ଏନେଇ ଗୃହମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । ଛଅଟି ଜନସଭା ମଧ୍ୟରୁ ତିନୋଟି ରୋଡ ଶୋ କାର୍ଯ୍ୟକ୍ରମ ରହିଛି ।

ପ୍ରଥମେ ସମୟ 12ଟା 20ରେ ଶାନ୍ତିପୁରରେ ଏକ ରୋଡ ଶୋ ହେବ । ଏହା ସମାପ୍ତ ହେଲା ପରେ ସମୟ 1ଟା 30ରେ ରଙ୍ଗଘାଟ ଦକ୍ଷିଣରୁ ଅନ୍ୟ ଏକ ରୋଡ ଶୋ ବାହାରିବ । ଏହା ପରେ ବାସିରହାଟ ଦକ୍ଷିଣରେ ଏକ ଜନସଭାକୁ ସମ୍ବୋଧନ କରିବେ ଶାହା । ଏହା ପରେ 4ଟା 25ରେ ପାନିହାତୀରୁ ଏକ ରୋଡ ଶୋ ହେବ ।

ଶେଷ ଦୁଇ ଜନସଭା ଟାଉନ ହଲରେ ଅନୁଷ୍ଠିତ ହେବ । ପ୍ରଥମଟି ସମୟ 5ଟା 30ରେ କାମାରହାତୀରେ ଓ ଶେଷଟି ସମୟ 7ଟାରେ ରାଜରହାଟ ଗୋପାଳପୁରରେ ଆୟୋଜିତ ହେବ । ପଶ୍ଚିମବଙ୍ଗରେ ସମୁଦାୟ ଆଠଟି ପର୍ଯ୍ୟାୟରେ ମତଦାନ ଦେବ । ଏପ୍ରିଲ 17ରେ 45 ଆସନ ପାଇ ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏହା ପରେ ଏପ୍ରିଲ 22ରେ ଷଷ୍ଠ ପର୍ଯ୍ୟାୟ, ଏପ୍ରିଲ 26 ରେ ସପ୍ତମ ପର୍ଯ୍ୟାୟ ଓ ଏପ୍ରିଲ 29ରେ ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ମେ 2ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.