ETV Bharat / bharat

ଆସନ୍ତା 5 ବର୍ଷରେ 2 ଲକ୍ଷ କୋଟିରୁ ଅଧିକ ନିବେଶ କରାଯିବ: ଗୌତମ ଆଦାନୀ

author img

By ETV Bharat Odisha Team

Published : Jan 10, 2024, 3:19 PM IST

Gautam Adani at Vibrant Gujarat Summit: ଆସନ୍ତା 5 ବର୍ଷରେ ଗୁଜୁରାଟରେ 2ଲକ୍ଷ କୋଟିରୁ ଅଧିକ ନିବେଶ କରାଯିବ ବୋଲି ଘୋଷଣା କରିଛନ୍ତି ଗୌତମ ଆଦାନୀ । ଅଧିକ ପଢନ୍ତୁ

ଗୌତମ ଆଦାନୀ
Gautam Adani

ଗାନ୍ଧୀନଗର: ଗୁଜରାଟରେ ବଡ ନିବେଶ ଘୋଷଣା କରିଲା ଆଦାନୀ ଗ୍ରୁପ । 2025 ସୁଦ୍ଧା ଗୁଜୁରାଟରେ 55000 କୋଟି ଟଙ୍କା ନିବେଶ କରିବା ନେଇ ଆଦାନୀ ଗ୍ରୁପ ପକ୍ଷରୁ ଘୋଷଣା କରାଯାଇଛି । ଗୁଜୁରାଟରେ ଆଗାମୀ 5 ବର୍ଷ ମଧ୍ୟରେ 2 ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ ଆଦାନୀ ଗ୍ରୁପ । ଏନେଇ ଆଜି(ବୁଧବାର) ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀରେ ଘୋଷଣା କରିଛନ୍ତି ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ।

ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ବିଶ୍ବର ଅନେକ ବ୍ୟବସାୟୀମାନେ ଯୋଗଦାନ କରିଥିଲେ । ତେବେ ଆଦାନୀ ଘୋଷଣା କରିଥିବା ଏହି ନିବେଶ ଗୁଜରାଟରେ ନୂଆ ଚାକିରି ସୃଷ୍ଟି କରିବା ନେଇ ଆଶା କରାଯାଉଛି । ଆଦାନୀ ଗ୍ରୁପର ଏହି ବିନିଯୋଗ ଗୁଜରାଟରେ 1 ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ।

  • #WATCH | Vibrant Gujarat Global Summit 2024 | Adani Group Chairperson Gautam Adani says, "We are expanding the green supply chain for an Aatmanirbhar Bharat and creating the largest integrated, renewable energy ecosystem...Over the next five years, the Adani group will invest… pic.twitter.com/xTOYG5GMYp

    — ANI (@ANI) January 10, 2024 " class="align-text-top noRightClick twitterSection" data=" ">

2047 ସୁଦ୍ଧା ହେବ ବିକଶିତ ଭାରତ: ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀରେ ଯୋଗଦେଇ ଗୌତମ ଆଦାନୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଭାରତର ଭବିଷ୍ୟକ ବିଷୟରେ ଚିନ୍ତା କରୁନାହାନ୍ତି ବରଂ ଏହାକୁ ଏକ ଆକାର ମଧ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ 2047 ସୁଦ୍ଧା ସମ୍ପୂର୍ଣ୍ଣ ବିକଶିତ ହେବ । ବିଶ୍ବ ମାନଚିତ୍ରରେ ଭାରତ ଏକ ସଫଳତାର ସହିତ ପ୍ରମୁଖ ଶକ୍ତି ଭାବେ ସ୍ଥାନ ପାଇଛି ।"

2014 ପରଠାରୁ ଜିଡିପି 185 ପ୍ରତିଶତ ବୃଦ୍ଧି: ଗତ ଦଶନ୍ଧିରେ ସଂଖ୍ୟା ବହୁତ ଭଲ ରହିଛି । 2014 ପରଠାରୁ ଭାରତର ଜିଡିପି(ମୋଟ ଘରୋଇ ଉତ୍ପାଦ) 185 ପ୍ରତିଶତ ବୃଦ୍ଧି ପାଇଛି । ଏଥିସହିତ ମୁଣ୍ଡପିଛା ଆୟ ମଧ୍ୟ 165 ପ୍ରତିଶତ ବୃଦ୍ଧି ପାଇଛି । ଏହି ଉପଲବ୍ଧି ଅତୁଳନୀୟ । ମହାମାରୀ ଏବଂ ରାଜନୈତିକ ସଂଘର୍ଷ ଭଳି ଚ୍ୟାଲେଞ୍ଜ ଦେଖାଯାଇଥିଲେ ହେଁ ଭାରତର ଅଭିବୃଦ୍ଧି ହୋଇଛି ବୋଲି ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଗୌତମ ଆଦାନୀ ।

ଏହା ମଧ୍ୟ ପଢନ୍ତୁ: ନରେନ୍ଦ୍ର ମୋଦି ସବୁଠୁ ସଫଳ ପ୍ରଧାନମନ୍ତ୍ରୀ: ମୁକେଶ ଅମ୍ବାନୀ

ନିର୍ମାଣ ହେବ ଏନର୍ଜି ପାର୍କ: କଚ୍ଛର ଖାଓ୍ବଡାରେ ବିଶ୍ବର ସବୁଠାରୁ ବୃହତ୍ତମ ଶକ୍ତି ଉଦ୍ୟାମ ପାଇଁ ଘୋଷଣା କରିଛନ୍ତି ଆଦାନୀ। ଏହା ପାର୍କ 725 ବର୍ଗ କିଲୋମିଟର ପରିସରରେ ହେବାକୁ ଥିବା ବେଳେ ଏହାକୁ ଅନ୍ତରୀକ୍ଷରୁ ମଧ୍ୟ ଦେଖାଯାଇପାରିବେ ।

ଆମେ ଆତ୍ମନିର୍ଭଶୀଳ ଭାରତ ପାଇଁ ସବୁଜ ଯୋଗାଣ ଶୃଙ୍ଖଳାର ବିସ୍ତାର କରୁଛୁ । ଆମେ ସର୍ବବୃହତ ନବୀକରଣ ଯୋଗ୍ୟ ଶକ୍ତି ଇକୋସିଷ୍ଟମ୍ ପ୍ରସ୍ତୁତ କରୁଛୁ। ଏଥିରେ ସୋଲାର ପ୍ୟାନେଲ, ଓ୍ବିଣ୍ଟ ଟର୍ବାଇନ, ହାଇଡ୍ରୋଜେନ ଇଲେକ୍ଟ୍ରୋଲାଇଜର, ଗ୍ରୀନ ଆମୋନିଆ, ପଲିଭିନାଇଲ କ୍ଲୋରାଇଡ ଏବଂ ତମ୍ବା ଉତ୍ପାଦନ ଅନ୍ତର୍ଭୁକ୍ତ ରହିଛି ବୋଲି କହିଛନ୍ତି ଆଦାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.