ETV Bharat / bharat

ଗୁରୁଗ୍ରାମକୁ ଫେରିଥିବା 553 ବିଦେଶାଗତଙ୍କ କୋଭିଡ ଟେଷ୍ଟ ନେଗେଟିଭ

ବିଦେଶରୁ ଗୁରୁଗ୍ରାମକୁ ଫେରିଥିବା 553 ଜଣଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ । ସମସ୍ତେ ୮ ଦିନ ସଙ୍ଗରୋଧରେ ରହିବେ । ଦୈନିକ ସ୍ବାସ୍ଥ୍ୟବସ୍ଥା ନିରୀକ୍ଷଣ କରିବ ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

author img

By

Published : Dec 6, 2021, 10:24 AM IST

ଗୁରୁଗ୍ରାମକୁ ଫେରିଥିବା 553 ବିଦେଶାଗତଙ୍କ କୋଭିଡ ଟେଷ୍ଟ ନେଗେଟିଭ
ଗୁରୁଗ୍ରାମକୁ ଫେରିଥିବା 553 ବିଦେଶାଗତଙ୍କ କୋଭିଡ ଟେଷ୍ଟ ନେଗେଟିଭ

ଗୁରୁଗ୍ରାମ: 12ଟି ବିପଦପୂର୍ଣ୍ଣ ଦେଶରୁ ଗୁରୁଗ୍ରାମକୁ ଫେରିଥିବା 553 ଜଣଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଏମାନଙ୍କୁ ବିମାନବନ୍ଦରରେ ଚିହ୍ନଟ କରାଯିବା ସହ ସମସ୍ତଙ୍କୁ RT-PCR ପରୀକ୍ଷା କରିବାକୁ କହିଥିଲା ହରିୟାଣା ସ୍ୱାସ୍ଥ୍ୟ ବିଭାଗ । ତେବେ ପରୀକ୍ଷାରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ରହିଥିବା ଜଣାପଡିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଏବେ ସେମାନେ ୮ ଦିନ ଧରି ଗୃହ ସଙ୍ଗରୋଧରେ ରହିବେ । ସ୍ୱାସ୍ଥ୍ୟ ବିଭାଗ ଏହି ସମସ୍ତ ବିଦେଶାଗତଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବା ଆରମ୍ଭ କରିଛି। ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଦୈନିକ ଅପଡେଟ ମଧ୍ୟ ନିଆଯାଉଛି । ୮ଦିନ ପରେ ସେମାନେ ପୁନର୍ବାର କୋଭିଡ ପରୀକ୍ଷା କରିବେ ବୋଲି ଜଣାପଡିଛି । ସେହିପରି ପ୍ରତ୍ୟେକ ଦିନ ଫେରୁଥିବା ସମସ୍ତ ଯାତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ କୋଭିଡ ପରୀକ୍ଷା ଓ ସଙ୍ଗରୋଧର ସଠିତ ତଥ୍ୟ ରେକର୍ଡ କରାଯାଉଥିବା ହରିୟାଣା ସ୍ବାସ୍ଥ୍ୟ ବିଭାଗ କହିଛି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.