ETV Bharat / bharat

ଶ୍ରଦ୍ଧାଙ୍କ ଚିଠି ଭାଇରାଲ, ୨ବର୍ଷ ତଳେ ହତ୍ୟା ଆଶଙ୍କା କରି ପୋଲିସକୁ ଚିଠି ଲେଖିଥିଲେ - ଶ୍ରଦ୍ଧାଙ୍କ ଚିଠି ଭାଇରାଲ

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ । 2020 ରେ ଅଫତାବର ନିର୍ଯାତନା ଓ ହତ୍ୟା ଆଶଙ୍କା ଦର୍ଶାଇ ପୋଲିସକୁ ଚିଠି ଲେଖି ସୁରକ୍ଷା ମାଗିଥିଲେ ଶ୍ରଦ୍ଧା (Shraddha Walkar letter to mumbai polic) । ପୋଲିସର ଉଦାସୀନତା ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

ଦୁଇ ବର୍ଷ ପୂର୍ବରୁ ହତ୍ୟା ଆଶଙ୍କା ଦର୍ଶାଇ ପୋଲିସକୁ ଶ୍ରଦ୍ଧା ଲେଖିଥିଲେ ଚିଠି

author img

By

Published : Nov 23, 2022, 6:06 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାକୁ (Shraddha Walkar murder case) ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଥବା ବେଳେ ଏବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ସିଧାସଳଖ ମହାରାଷ୍ଟ୍ର ପୋଲିସର ନିଷ୍କ୍ରିୟତା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ବିଭତ୍ସ ହତ୍ୟାର ଶିକାର ହୋଇଥିବା ଶ୍ରଦ୍ଧା ଦୁଇ ବର୍ଷ ପୂର୍ବରୁ ପ୍ରେମିକ ତଥା ଲିଭ-ଇନ ପାର୍ଟନର ଅଫତାବର ଦ୍ବାରା ହତ୍ୟାର ଶିକାର ହେବା ଆଶଙ୍କା କରିଥିଲେ (Shraddha Walkar letter to mumbai polic)। ସେ ଏନେଇ ମହାରାଷ୍ଟ୍ରର ପାଲଘର ପୋଲିସକୁ ଚିଠି ଲେଖି ଅବଗତ କରିବା ସହ ସୁରକ୍ଷା ପାଇଁ ନିବେଦନ ମଧ୍ୟ କରିଥିଲେ ଶ୍ରଦ୍ଧା । ତେବେ ପୋଲିସ ଶ୍ରଦ୍ଧାଙ୍କ ଅଭିଯୋଗକୁ ଗୁରୁତର ସହ ନନେବା ସହ ମାମାଲରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏବେ ଶ୍ରଦ୍ଧା ପୋଲିସକୁ ଲେଖିଥିବା ଚିଠି ଭାଇରାଲ ହେବା ପରେ ପୋଲିସର କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠିଛି ।

  • महाराष्ट्र सरकार ने नवंबर 2020 में श्रद्धा वाल्कर (#shradha) के लिखे गए एक पत्र पर पालघर पुलिस की 'निष्क्रियता' की जांच का आदेश दिया है। श्रद्धा वाल्कर ने शिकायत पत्र में लिव-इन पार्टनर आफताब अमीन पूनावाला (#AftabAminPoonawala) से मौत की धमकी का जिक्र किया था। pic.twitter.com/16GmmokL7m

    — IANS Hindi (@IANSKhabar) November 23, 2022 " class="align-text-top noRightClick twitterSection" data=" ">

ଶ୍ରଦ୍ଧା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ‘‘ପ୍ରେମିକ ତଥା ଲିଭ ଇନ ପାର୍ଟନର ଅଫତାବ ଅକଥନୀୟ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଛି (letter of Shraddha Walkar) ତାର ହିଂସକ ଆଚରଣ ସମ୍ପର୍କରେ ଅଫତାବର ପରିବାର ଲୋକେ ମଧ୍ୟ ଜାଣିଛନ୍ତି । ସେ ମତେ ହତ୍ୟା କରିବା ସହ ଖଣ୍ଡ ଖଣ୍ଡ କରି କାଟି ଜଙ୍ଗଲରେ ଫିଙ୍ଗି ଦେବାକୁ ବାରମ୍ବାର ଧମକ ଦେଉଛି । କୌଣସି ପରିସ୍ଥିତିରେ ସେ ମତେ ହତ୍ୟା କରିପାରେ । ଗତ 6ମାସ ହେବ ସେ ମତେ ଶାରିରୀକ ଓ ମାନସିକ ଭାବେ ନିର୍ଯାତନା ଦେଇ ଆସୁଛି । ଥାନାକୁ ଯାଇ ପୋଲିସରେ ଅଭିଯୋଗ କରିବା ମୋ ପାଇଁ ସମ୍ଭବପର ହେଉନାହିଁ । ପୋଲିସରେ ଅଭିଯୋଗ କଲେ ସେ ମତେ ହତ୍ୟା କରିବ ବୋଲି ମଧ୍ୟ ଚେତାବନୀ ଦେଇଛି ।’’

ତେବେ ଜଣେ ଯୁବତୀ ଚିଠି ଲେଖି ଏପରି ସଙ୍ଗୀନ ଅଭିଯୋଗ କରିବା ପରେ ପୋଲିସର ଉଦାସୀନତା ନେଇ ପ୍ରଶ୍ନ ଉଠିଛି । ଏହି ସମ୍ପର୍କରେ ସ୍ଥାନୀୟ ପାଲଘର ପୋଲିସ ମଧ୍ୟ ପ୍ରତିକ୍ରିୟା ରଖିଛି । ଅଭିଯୋଗପୂର୍ଣ୍ଣ ଚିଠି ପ୍ରେରଣ କରିବାର କିଛି ଦିନ ମଧ୍ୟରେ ଶ୍ରଦ୍ଧା ପୋଲିସକୁ ଆଉ ଏକ ଚିଠି ମଧ୍ୟ ଲେଖିଥିଲେ । ସେଥିରେ ସେ ଅଫତାବ ପରିବାରର ହସ୍ତକ୍ଷେପ ପରେ ଉଭୟଙ୍କ ମଧ୍ୟରେ ଥିବା ତିକ୍ତତା ସମାଧାନ ହୋଇ ସାରିଥିବା ଓ ଆଉ କୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନଥିବା ଉଲ୍ଲେଖ କରିଥିବା ପୋଲିସ କହିଛି ।

ବର୍ତ୍ତମାନ ପରିସ୍ଥିତିରେ ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ହତ୍ୟାର ଶିକାର ହୋଇଥବା ଶ୍ରଦ୍ଧାଙ୍କ ଏହି ଚିଠି ଏବେ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିବାରେ ଲାଗିଛି । ଅନ୍ୟପଟେ ରିମାଣ୍ଡରେ ଥିବା ଗିରଫ ଅଭିଯୁକ୍ତ ଅଫତାବ ଠାରୁ ତଥ୍ୟ ସଂଗ୍ରହ କରିବା ଜାରି ରଖିଛି ପୋଲିସ ।

ବ୍ଯୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.