ETV Bharat / bharat

CORONA GLOBAL SPIKE: ଖ୍ରୀଷ୍ଟମାସ ଠୁ ବିଶ୍ବରେ ୧୧,୫୦୦ ବିମାନ ବାତିଲ

author img

By

Published : Dec 28, 2021, 1:54 PM IST

ଖ୍ରୀଷ୍ଟମାସ ସେଲିବ୍ରେସନରେ ସଂକ୍ରମଣ ବଢିବା ଲକ୍ଷ୍ୟରେ ବିଶ୍ବରେ ପ୍ରାୟ ୧୧ ହଜାର ୫୦୦ଟି ବିମାନକୁ ବାତିଲ କରାଯାଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

CORONA GLOBAL SPIKE: ଖ୍ରୀଷ୍ଟମାସଠୁ ବିଶ୍ବରେ ୧୧,୫୦୦ ବିମାନ ବାତିଲ

ନୂଆଦିଲ୍ଲୀ: ବିଶ୍ବରେ ଏବେ ଆତଙ୍କ ଖେଳାଇଛି କୋରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ । ଧୀରେଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ବିଶ୍ବରେ ଖ୍ରୀଷ୍ଟମାସ ସନ୍ଧ୍ୟା ଠାରୁ ପ୍ରାୟ ୧୧ ହଜାର ୫୦୦ଟି ବିମାନକୁ ବାତିଲ କରାଯାଇଛି । ଖ୍ରୀଷ୍ଟମାସ ସନ୍ଧ୍ୟାରେ ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟରେ ରଖି ଏଭଳି ନିଷ୍ପତ୍ତି ନେଇଛି ବିମାନ ସେବା ଯୋଗାଉଥିବା କମ୍ପାନୀ ।

ୟୁରୋପ ଓ ଆମେରିକାର ଅନେକ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଫଳରେ ବିମାନ ଯାତ୍ରାକୁ କିଛି ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଖ୍ରୀଷ୍ଟମାସ ସମୟରେ ବିମାନଗୁଡ଼ିକ ବାତିଲ ହେବା ପରେ ଯାତ୍ରୀମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ସୋମବାର ପ୍ରାୟ ୩ ହଜାର ବିମାନକୁ ବାତିଲ କରାଯାଇଥିବା ବେଳେ ଆଜି(ମଙ୍ଗଳବାର) ୧୧୦୦ଟି ବିମାନକୁ ବାତିଲ କରାଯାଇଛି ।

ଏହା ବି ପଢନ୍ତୁ: World Page 2021: କାହାଠୁ କ୍ଷମତା ଯାଇଛି ତ କେଉଁଠି ଫେରିଛି ଖୁସିର ଫଗୁଣ

ସେପଟେ ଆମେରିକା ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ ପାଇଁ କେନ୍ଦ୍ର ବିନା ଲକ୍ଷଣ ଦେଖାଉଥିବା କୋଭିଡ଼ ଆକ୍ରାନ୍ତଙ୍କ ସଙ୍ଗରୋଧ ସମୟକୁ ୧୦ରୁ ୫ଦିନକୁ କମାଇଛି । ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଆମେରିକାରେ ସଂକ୍ରମଣ ଅଧିକ ବଢିବା ନେଇ ଆଶା କରାଯାଉଛି । କାରଣ ଏଯାବତ୍‌ ଏଠାରେ ସମସ୍ତଙ୍କ ଟୀକାକରଣ ଶେଷ ହୋଇନଥିବା ଜଣାପଡ଼ିଛି ।

ତେବେ ସୂଚନା ଥାଉ କି ଗତ ଜାନୁଆରୀ ମାସରେ ଆମେରିକାରେ ପ୍ରାୟ ୨.୫ ଲକ୍ଷ ମାମଲା ରେକର୍ଡ କରାଯାଇଥିଲା । ଏଥିରେ ପ୍ରାୟ ୮ ଲକ୍ଷ ୧୬ ହଜାର ଲୋକ ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.