ETV Bharat / bharat

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୌନ ପିପାଶୁ କବଳରୁ ଝିଅକୁ ବଞ୍ଚାଇଲା ମାଆ

11ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ । ନାବାଳିକାର ଚିତ୍କାର ଶୁଣି ପହଞ୍ଚି ଗଲେ ମାଆ । ଅଧିକ ପଢ଼ନ୍ତୁ

author img

By

Published : Aug 13, 2023, 9:27 PM IST

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ଭୋପାଳ: ଦିନକୁ ଦିନ ଶିଶୁମାନଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର ଥମିବାର ନାଁ ଧରୁନି । ମଧ୍ୟପ୍ରଦେଶରେ ଜଣେ 11ବର୍ଷର ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ଘଟଣା ସାମ୍ନାକୁ ଆସିଛି । ଘର ବାହାରେ ଖେଳୁଥିବା 11 ବର୍ଷର ଝିଅକୁ ଜୋର ଜବରଦସ୍ତ ଘର ଭିତରକୁ ଟାଣି ନେଉଥିବା ବେଳେ ନାବାଳିକାଙ୍କ ମାଆ ଏହାକୁ ଦେଖି ଦେଇଥିଲେ । ଏନେଇ ପୋଲିସକୁ ସୂଚନା ଦେବା ପରେ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା କରୁଛି ପୋଲିସ । ମଧ୍ୟ ପ୍ରଦେଶର ଭୋପାଳରେ ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଭୋପାଳରେ କୋଲାର ଅଞ୍ଚଳରେ ଗତ ଶୁକ୍ରବାର ଦିନ ସନ୍ଧ୍ଯା 8ଟା ସମୟରେ ଜଣେ 11ବର୍ଷର ନାବାଳିକା ନିଜ ଘର ବାହାରେ ଖେଳୁଥିଲା । ଏହି ସମୟରେ ପଡୋଶୀ ଘରେ ରହୁଥିବା ଜଣେ 35 ବର୍ଷୀୟ ଯୁବକ ନାବାଳିକା ଜଣକୁ ଏକୁଟିଆ ଦେଖି ତାକୁ ଜୋର ଜବରଦସ୍ତ ଘର ଭିତରକୁ ଟାଣି ନେଉଥିଲା । ଏହି ସମୟରେ ନିବାଳିକ ଜଣକ ଜୋରରେ ଚିତ୍କାର କରିଥିଲା । ଚିତ୍କାର ଶୁଣି ନାବାଳିକାର ମାଆ ଘର ବାହାରକୁ ଆସି ତାଙ୍କ ଝିଅକୁ ଯୁବକ ଜଣକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହାପରେ ମଧ୍ୟ ଯୁବକ ଜଣକ ଅଟକି ନଥିଲେ ଏବଂ ନାବାଳିକାକୁ ଟାଣି ନେଉଥିଲେ । ଏହି ସମୟରେ ମହିଳା ଜଣକ ଅନ୍ୟ କିଛି ଉପାୟ ନପାଇ ପାଖ ପଡ଼ୋଶୀମାନଙ୍କୁ ଡାକିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସୀମା ଡେଇଁଲା ପାଶବିକତା, 7 ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ବାପା ପୁଅ ଗିରଫ

ତେବେ ମହିଳାଙ୍କ ଡା଼କ ଶୁଣି ପଡ଼ୋଶୀମାନେ ଆସୁଥିବା ଦେଖି ଅଭିଯୁକ୍ତ ଜଣଙ୍କ ସେଠାରୁ ଚମ୍ପଟ୍‌ ମାରିଥିଲା । ଏହାପରେ ମହିଳା ଜଣଙ୍କ ପଡ଼ୋଶୀମାନଙ୍କ ସହ ମିଶି ଭୋପାଳରେ ଥିବା କୋଲାର ପୋଲିସ ଷ୍ଟେସନରେ ଅଭିଯୁକ୍ତ ଯୁବକଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସର ତଦନ୍ତରୁ ଅଭିଯୁକ୍ତ ଯୁବକ ଜଣକ ଭାଦିସା ଜିଲ୍ଲାର ମୂଳ ବାସିନ୍ଦା ଦେବୀଲାଲ ଅହିରଓ୍ବାର ବୋଲି ଜଣା ପଡିିଛି । ଏହାସହ ସେ ଭୋପାଳରେ ମିସ୍ତ୍ରୀ ଭାବରେ କାମ କରୁଥିଲେ ଏବଂ ମିହିଳାଙ୍କ ପଡ଼ିଶା ଘରେ ରହୁଥିଲେ ।

ତେବେ କୋଲାର ଥାନା ଦାୟିତ୍ବରେ ଥିବା ପୋଲିସ ଅଫିସର ଜୟ ସିଂ କହିଛନ୍ତି ଯେ, ମହିଳାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି । ଏହାସହ ପୋସ୍କୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.