ଡେଲାଙ୍ଗରେ ଜନତାଙ୍କୁ ଇସ୍ତାହାର ପତ୍ର ବାଣ୍ଟିଲା କଂଗ୍ରେସ - Congress Manifesto

By ETV Bharat Odisha Team

Published : Apr 14, 2024, 12:57 PM IST

thumbnail

ନିମାପଡ଼ା: ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ  । ଭୋଟରଙ୍କ ନିକଟତର ହେବାକୁ ରୀତିମତ ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜନୈତିକ ଦଳ । କଂଗ୍ରେସ ମଧ୍ୟ ଲୋକଙ୍କ ପାଖରେ ପହଁଞ୍ଚିବା ପ୍ରୟାସ ଆରମ୍ଭ କରିଦେଇଛି । ନିର୍ବାଚନ ପାଇଁ ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ଥିବା ଇସ୍ତାହାର ପତ୍ର ଲୋକଙ୍କ ସାମ୍ନାରେ ରଖିଛି କଂଗ୍ରେସ । କଂଗ୍ରେସ ସରକାରକୁ ଆସିଲେ ଏହି ଗ୍ୟାରେଣ୍ଟି ସବୁ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଡେଲାଙ୍ଗ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏହି ଇସ୍ତାହାର ପତ୍ର ଉନ୍ମୋଚନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର । ଏହାପରେ ଡେଲାଙ୍ଗ ରାସ୍ତା ଦେଇ ଯାଉଥିବା ଲୋକଙ୍କୁ କଂଗ୍ରେସ ପକ୍ଷରୁ ଏହି ଇସ୍ତାହାର ପତ୍ର ବଣ୍ଟନ କରାଯାଇ ଭୋଟ ଦେବାକୁ ଅପିଲ୍ କରାଯାଇଛି । ଏହି ଅବସରରେ କଂଗ୍ରେସ ନେତା କହିଛନ୍ତି ଯେ, ଆମେ ପିପିଲି ଡେଲାଙ୍ଗର ୬୦ ହଜାର ପରିବାର ପାଖରେ ପହଞ୍ଚିବୁ ଏବଂ କଂଗ୍ରେସ ଗ୍ୟାରେଣ୍ଟି ଓ ନ୍ୟାୟ ସମ୍ପର୍କରେ ଅବଗତ କରାଇବୁ । ଆମର ବିଶ୍ବାସ ସାଧାରଣ ଜନତା ଏହାକୁ ଗ୍ରହଣ କରିବା ସହିତ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଆସିବା ପାଇଁ ଭୋଟ ଦେବେ  ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.