ETV Bharat / technology

Audi ଲଭରଙ୍କ ପାଇଁ ଖୁସି ଖବର; ଲଞ୍ଚ ହେଲା Audi Q8, କଣ ରହିଛି ଖାସ୍‌ ଜାଣନ୍ତୁ - New Audi Car launched in India

author img

By ETV Bharat Tech Team

Published : Aug 22, 2024, 1:05 PM IST

Audi Q8 Facelift Launched: ଭାରତୀୟ ବଜାରରେ ପ୍ରବେଶ କଲା ଅଡିର ଆଉ ଏକ ବିଳାସପୂର୍ଣ୍ଣ କାର । ଜାଣନ୍ତୁ କଣ ରହିଛି ଖାସ

Audi Q8
Audi Q8 (Audi India)

ହାଇଦ୍ରାବାଦ: ଭାରତୀୟ ବଜାରରେ ଲଞ୍ଚ ହେଲା ଅଡି କ୍ୟୁ-8 (Audi Q8) । ଅଡି ଇଣ୍ଡିଆ ଏହି ନୂଆ କାରକୁ ଲଞ୍ଚ କରି ଏହାର Q ରେଞ୍ଜକୁ ଆଉ ପାଦେ ଆଗେଇ ନେଇଛି । ଏହି ମଡେଲ ନିଜ ବୋଲ୍ଡ ସ୍ପୋର୍ଟି ଓ ଏକ୍ସପ୍ରେସିଭ ଡିଜାଇନ ସହିତ ଆଖି ଲାଖିଯିବା ଭଳି ବାହାର ଓ ଭିତର ଡିଜାଇନ ପାଇଁ ବାକି କାରଠାରୁ ଭିନ୍ନ ରହିଛି । ଏହି ବିଳାସପୂର୍ଣ୍ଣ କାର ଦାମ କେତେ ରହିଛି ସେ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

ଭାରତୀୟ ଧନୀଙ୍କ ପ୍ରଥମ ପସନ୍ଦ Audi:-

ଅଧିକାଂଶ ଭାରତୀୟ ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ଲାଗି ଅଡି କାର ପ୍ରଥମ ପସନ୍ଦ ରହିଥାଏ । ସେ କ୍ରିକେଟର ହୁଅନ୍ତୁ କି ଫିଲ୍ମ ଷ୍ଟାର ଅଧିକାଂଶ ସେଲିବ୍ରିଟି ଅଡି କାର ବ୍ୟବହାର କରୁଥିବାର ନଜିର ରହିଛି । ଏଥିଲାଗି ଅଡି ଭାରତୀୟ ବଜାରରେ ନୂଆ ଫିଚର ସହିତ କାରର ନୂଆ ଭର୍ସନ ଲଞ୍ଚ କରୁଛି । ଅପଡେଟେଡ ଅଡି Q8 ଲଞ୍ଚ କରି ଭାରତୀୟ ବଜାରରେ ନିଜ ସ୍ଥିତି ମଜଭୁତ କରିବାକୁ ଉଦ୍ୟମ କରିଛି ଅଡି । ଜର୍ମାନୀ ବ୍ରାଣ୍ଡ ଅଡି ଭାରତରେ Audi Q3, Audi Q5, Audi Q7 ଓ Audi Q8 ଏବଂ ଏହାର ଅପଡେଟେଡ ଭର୍ସନ ଭଳି ବିଳାସପୂର୍ଣ୍ଣ କାର ବିକ୍ରି କରୁଛି ।

ଅଡି Q8ରେ କଣ ରହିଛି ଖାସ୍‌ ?

ଅଡି Q8ର ଫେସଲିଫ୍ଟେଡ ଭର୍ସନରେ ନୂଆ ଡିଜାଇନ ସାଙ୍ଗକୁ ନୂଆ LRD ଲାଇଟିଂର ସୁବିଧା ମଧ୍ୟ ରହିଛି । ଏହାର ଇଞ୍ଜିନ ସମ୍ପର୍କରେ ଆଲୋଚନା କଲେ ଏଥିରେ 3ଲିଟର ଟର୍ବୋ-ପେଟ୍ରୋଲ V6 ମାଇଲ୍ଡ-ହାଇବ୍ରିଡ ଇଞ୍ଜିନ ରହିଛି । ଯାହାକି ପୁରୁଣା ମଡେଲଠାରୁ ଭଲ ରହିଛି । 2024 ଅଡି Q8କୁ ପୁରୁଣା ମଡେଲ ତୁଳନାରେ 10ଲକ୍ଷ ଅଧିକ ଦାମରେ ଲଞ୍ଚ କରାଯାଇଛି ।

ଏହା ବି ପଢନ୍ତୁ- ଆହୁରି ମହଙ୍ଗା ହେବ ଭାରତର ସବୁଠୁ ମହଙ୍ଗା କାର

ଅଡି Q8ର କେତେ ରହିଛି ଦାମ ?

ଏହି ବିଳାସପୂର୍ଣ୍ଣ କାରର ଦାମ ସମ୍ପର୍କରେ ଆଲୋଚନା କଲେ, କମ୍ପାନୀ ପୁରୁଣା ମଡେଲଠାରୁ ଏହାକୁ 10ଲକ୍ଷ ଅଧିକ ଟଙ୍କାରେ ଲଞ୍ଚ କରିଛି । ଏହି କାରର ମୂଲ୍ୟ ରହିଛି 1.17କୋଟି ଟଙ୍କା ।

କିପରି ରହିଛି ବାହାର ଓ ଭିତର ଡିଜାଇନ ?

ଏହି ବିଳାସପୂର୍ଣ୍ଣ କାରର ଭିତର ଡିଜାଇନ ସମ୍ପର୍କରେ ଆଲୋଚନା କଲେ, ପୁରୁଣା ମଡେଲଠାରୁ ସେତେଟା ପରିବର୍ତ୍ତନ ହୋଇନାହିଁ । କିନ୍ତୁ ନୂଆ କାରରେ ଗ୍ରାହକ କିଛି ନୂଆ କଲର୍‌ ଅପସନ ଓ ସିଟ୍‌ରେ କିଛିଟା ପରିବର୍ତ୍ତନ ଦେଖିବେ । ଅଡି Q8ରେ MMI ଟଚସ୍କ୍ରିନ, କ୍ଲାଇମେଟ କଣ୍ଟ୍ରୋଲ, ହେଡ-ଅପ ଡିସପ୍ଲେ, ମସାଜିଂ ସିଟ୍‌ । ଏହାବାଦ ଏଥିରେ ଆଉ କିଛି ଆପ୍‌କୁ ସାମିଲ କରାଯାଇଛି । ଯେପରିକି ମ୍ୟୁଜିକ ଆପ୍‌ Spotify ଓ ଆମାଜନ ମ୍ୟୁଜିକ୍‌ । ସେହିପରି ବାହାର ଡିଜାଇନ ସମ୍ପର୍କରେ ଆଲୋଚନା କଲେ, ଏହାର ଏଲଇଡି ହେଡଲାଇଟ୍ସରେ ବିଶେଷ ପରିବର୍ତ୍ତନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.