ETV Bharat / state

ଜେଜେଙ୍କ ଶୁଦ୍ଧି ହେବାକୁ ଆସି ନାତି ନିଖୋଜ - କାଣୀ ନଦୀ

Youth drowns in kali river: ଜେଜେଙ୍କ ଶୁଦ୍ଧିକ୍ରିୟା ପାଇଁ ଆସି ନଦୀରେ ନିଖୋଜ ହୋଇଗଲେ ନାତି । ତେବେ ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମଙ୍ଗରାଜପୁର ଗାଁର ରାକେଶ ଗିରି ।ଅଧିକ ପଢନ୍ତୁ

ଜେଜେଙ୍କ ଶୁଦ୍ଧି ହେବାକୁ ଆସି ନାତି ନିଖୋଜ
ଜେଜେଙ୍କ ଶୁଦ୍ଧି ହେବାକୁ ଆସି ନାତି ନିଖୋଜ
author img

By ETV Bharat Odisha Team

Published : Mar 7, 2024, 8:07 AM IST

ଜେଜେଙ୍କ ଶୁଦ୍ଧି ହେବାକୁ ଆସି ନାତି ନିଖୋଜ

କେନ୍ଦ୍ରାପଡ଼ା: ଜିଲ୍ଲା କାଣୀ ନଦୀରେ ଅଘଟଣ । ଜେଜେଙ୍କ ଶୁଦ୍ଧିକ୍ରିୟା ପାଇଁ ଆସି ନଦୀରେ ନିଖୋଜ ହୋଇଗଲେ ନାତି । ଦଶାହ କର୍ମରେ ଶୁଦ୍ଧି ହେବା ପରେ ନଦୀରେ ଶୌଚ ହେଉଥିବା ବେଳେ ବୁଡିଗଲେ ନାତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗାଁରେ । ତେବେ ମୃତକ ଜଣକ ହେଲେ ରାକେଶ ଗିରି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

ସୂଚନାଯୋଗ୍ୟ ମଙ୍ଗରାଜପୁର ପୁରୋସ୍ତମ ଗିରିଙ୍କର ବୟସାଧିକ କାରଣରୁ ମୃତ୍ୟୁ ହୋଇଥିଲା । ଗତକାଲି(ବୁଧବାର) ଦିନ ତାଙ୍କର ଦଶା କାର୍ଯ୍ୟ ରହିଥିଲା । ତେଣୁ ସମସ୍ତ ବନ୍ଧୁ ପରିଜନ ନଦୀ ତୁଠରେ ଦଶା କାର୍ଯ୍ୟ କରିବା ପାଇଁ ଯାଇଥିଲେ । ଏହି ସମୟରେ ତିନି ଜଣ ଯୁବକ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ସେମାନଙ୍କ ନଦୀରେ ଗୋଡ଼ ଖସିଯାଇଥିଲା । ହେଲେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ହୋଇଯାଇଥିଲେ ।

ତେବେ ନିଖୋଜ ଯୁବକ ଜଣକ ପୁରୋସ୍ତମଙ୍କ ନାତି ହୋଇଥିବା ବେଳେ ସେ ଦିଲ୍ଲୀରେ ରହି ଚାଟାର୍ଡ ଆକାଉଣ୍ଟାଣ୍ଟ ପାଠ ପଢୁଥିବା ଜଣାପଡ଼ଛି । ସେ ଗତ ୬ ତାରିଖରେ ଘରେ ପହଞ୍ଚିଥିଲେ । ତେବେ ଗତକାଲି ସାହି ଭାଇଙ୍କୁ ନେଇ ପୁରୋସ୍ତମଙ୍କ ଶୁଦ୍ଧିକ୍ରିୟା କାଣୀ ନଦୀ ତୁଠରେ ଚାଲିଥିବା ବେଳେ ନାତି ରାକେଶ ଗିରି (22) ଶୁଦ୍ଧି ପରେ ନଦୀରେ ଶୌଚ ହେବାକୁ ଯାଇଥିବା ବେଳେ ହଠାତ ବୁଡି ଯାଇଥିଲେ । ତେବେ କାଣୀ ନଦୀର ସ୍ରୋତ ପ୍ରଖର ଥିବା କାରଣରୁ ସାଙ୍ଗରେ ଥିବା ଅନ୍ୟମାନେ ରାକେଶଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ......ପୋଖରୀରେ ବୁଡି ୨ ନାବାଳକଙ୍କ ସଲିଳ ସମାଧି, ଗାଁରେ ଶୋକର ଛାୟା

ଏହା ମଧ୍ୟ ପଢନ୍ତୁ .....ନାଗାବଳୀ ନଦୀରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ

ପରେ ଆଳି ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ଅଗ୍ନିଶମ ବିଭାଗ ପହଞ୍ଚି କାଣୀ ନଦୀରେ ଖୋଜାଖୋଜି ଜାରି ରଖିଛି । ତେବେ ସନ୍ଧ୍ୟା ହୋଇଯାଇଥିବା କାରଣରୁ ଏପର୍ଯ୍ୟନ୍ତ ରାକେଶଙ୍କ ସନ୍ଧାନ ମିଳିନଥିବା ବେଳେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିବା ସ୍ପଷ୍ଟ ହୋଇଛି । ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣେ ପଡ଼ିଛି । ସେପଟେ ଗାଁରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.