ଭୁବନେଶ୍ବର: ଓଡିଶା ପ୍ରତି ବଢିଲା ବାତ୍ୟା ଭୟ । ଓଡିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ମଧ୍ୟରେ ବଡ ଅପଡେଟ ଦେଲା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରେ ବାତ୍ୟାର ରୂପ ନେବ ଅବପାତ । ଗତକାଲିଠାରୁ କେନ୍ଦ୍ରୀୟ-ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଏହା ଆସନ୍ତା ୨୪ ଘଣ୍ଚା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର-ଆଣ୍ଡାମାନ ସାଗରୀୟ କ୍ଷେତ୍ରରେ ଲଘୁଚାପରେ ପରିଣତ ହେବ । ପରେ ଏହା ଅକ୍ଟୋବର ୨୨ ତାରିଖ ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ୨୩ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ଆଜି ସକାଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ସଦ୍ୟତମ ଆକଳନ କରିଛି ।
୨୪ ରେ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ୍ !
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଲାଟେଷ୍ଟ ଫୋରକାଷ୍ଟ ଅନୁସାରେ, 23 ତାରିଖ ସୁଦ୍ଧା ଏହି ଅବପାତ, ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୪ ତାରିଖରେ ଏହା ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବା ସମ୍ଭାବନା ଅଧିକ ରହିଛି । ତେବେ ଏହାର ତୀବ୍ରତା କେତେ ଓ ପ୍ରଭାବ କିପରି ରହିବ, ତାହା ଏବେଠାରୁ ପାଣିପାଗ ବିଭାଗ ସ୍ପଷ୍ଟ କରିନି । କ୍ରମଶଃ ଚିତ୍ର ସ୍ପଷ୍ଟ ହେବା ପରେ ବାତ୍ୟାର ପ୍ରଭାବ, ଗତିପଥ, ସମ୍ଭାବିତ ଲ୍ୟାଣ୍ଡଫଲ ପଏଣ୍ଟ ଆଦି ସମ୍ପର୍କରେ ତଥ୍ୟ ଜଣାପଡିବ ।
- ୨୩ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ଅବପାତ
- ୨୪ ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବା ସମ୍ଭାବନା
- ଓଡିଶା ପ୍ରତି ବାତ୍ୟା ଆଶଙ୍କା ବଢିଲା
ଏହା ମଧ୍ୟ ପଢନ୍ତୁ :- କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ; ୨୧ରେ ଲଘୁଚାପ, ୨୩ରୁ ୩ ଦିନ ପ୍ରବଳ ବର୍ଷା ଏହା ମଧ୍ୟ ପଢନ୍ତୁ.... ଓଡ଼ିଶାରେ ଘନଉଛି ବାତ୍ୟା ଆଶଙ୍କା, ୨୨ରେ ଲଘୁଚାପ, ୨୩ରୁ ଲଗାତର ୩ ଦିନ ବର୍ଷା |
- କ୍ରମଶଃ ସ୍ପଷ୍ଟ ହେବ ତୀବ୍ରତା ଓ ଗତିପଥ:-
ତେବେ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ଏହି ବାତ୍ୟାର ସମ୍ଭାବ୍ୟ ଗତିପଥ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ରହିବ । ଫଳରେ ଓଡିଶା ପ୍ରତି ବାତ୍ୟା ଆଶଙ୍କା ବଢିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ସରକାର ମୁକାବିଲା ପ୍ରସ୍ତୁତି ଆରମ୍ଭ କରିବେ । ତେବେ ପୂର୍ବରୁ ଅକ୍ଟୋବର ମାସରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଥିବାର ଉଦାହରଣ ରହିଛି ।
ଏହା ମଧ୍ୟ ପଢନ୍ତୁ....23ରୁ କାଚିବ ! ମାଡି ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବରରେ ହେବ କି ବାତ୍ୟା ? ଏହା ମଧ୍ୟ ପଢନ୍ତୁ....୨୨ରେ ବାତ୍ୟା ଭୟ ! ଓଡ଼ିଶା ମୁହାଁ ହେବ କି ନାହିଁ, ଲଘୁଚାପ ପରେ IMD କରିବ ସ୍ପଷ୍ଟ |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ