ETV Bharat / state

ଟିଟିଲାଗଡ଼ ଉପକାରାଗାରରୁ 2 କଏଦୀ ଚମ୍ପଟ, ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଅଭିଯୋଗ - Prisoner Escaped From Jail

Two Inmates Escaped From Jail: ହତ୍ୟା ମାମଲାରେ ଜେଲରେ ଥିବା ଦୁଇ କଏଦୀ ଫେରାର । ଟିଟିଲାଗଡ଼ ଉପକାରାଗାରରୁ ଫେରାର ହୋଇଯାଇଥିବା ସୂଚନା । ଅଧିକ ପଢନ୍ତୁ

କଏଦୀ ଚମ୍ପଟ
କଏଦୀ ଚମ୍ପଟ
author img

By ETV Bharat Odisha Team

Published : Mar 10, 2024, 1:48 PM IST

Updated : Mar 10, 2024, 4:31 PM IST

କଏଦୀ ଚମ୍ପଟ

ବଲାଙ୍ଗୀର: ଟିଟିଲାଗଡ଼ ଉପକାରାଗାରରୁ କଏଦୀ ଚମ୍ପଟ । ଦୁଇ ଜଣ କଏଦୀ ଉପକାରାଗାରରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଶନିବାର ରାତିରେ ଜେଲର ବାଡ ଡେଇଁ ଦୁହେଁ ଫେରାର ହୋଇଯାଇଛନ୍ତି । ହତ୍ୟା ଅଭିଯୋଗରେ ଦୁଇ କଏଦୀ ବିଚାରାଧୀନ ଭାବରେ ଜେଲରେ ରହୁଥିଲେ । ଫେରାର ଦୁଇ କଏଦୀ ଶୋଭାବନ ରଣା (28) ଓ ସୁମିତ ବିହାରୀ (23) ବୋଲି ଜଣାପଡିଛି । ଦୁଇ କଏଦୀ ହତ୍ୟା ମାମଲାରେ ବିଚାରଧୀନ କଏଦୀ ଭାବରେ ଜେଲରେ ରହୁଥିଲେ । ଏନେଇ ଘଟଣା ଦିନ ଦାୟିତ୍ୱରେ ଥିବା ସହାୟକ ଜେଲରଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ପାଇଖାନା ଯିବା ବାହାନାରେ 14 ଫୁଟ ଉଚ୍ଚ ବାଡ଼ ଡେଇଁ ସେମାନେ ଫେରାର ମାରିଥିବା କହିଛନ୍ତି ସହାୟକ ଜେଲର।

ଏହା ମଧ୍ୟ ପଢନ୍ତୁ- ଜେଲରୁ କଏଦୀ ଚମ୍ପଟ, ନିଲମ୍ବିତ ହେଲେ 2 କର୍ମଚାରୀ

ଶୋଭାବନ ସିନ୍ଧେକେଲା ଅଞ୍ଚଳରେ ହୋଇଥିବା ବହୁଚର୍ଚ୍ଚିତ ଶିଶୁ ନରବଳି ଘଟଣାରେ ଗିରଫ ହୋଇ 4 ବର୍ଷ ହେବ ଟିଟିଲାଗଡ଼ ଉପକାରାଗାରରେରେ ରହୁଥିଲା । ସେହିପରି ସୁମିତ ମଧ୍ୟ କେସିଙ୍ଗା ଅଞ୍ଚଳରେ ହୋଇଥିବା ଏକ ହତ୍ୟା ଘଟଣାରେ ଗିରଫ ହୋଇ 2 ବର୍ଷ ହେଲା କାରାଗାରରେ ରହିଥିଲା । ଦୁଇ ଜଣ କଏଦୀ ଜେଲରୁ ଫେରାର ହେବା ପରେ ଏନେଇ ପୋଲିସ ତନାଘନା ଜାରି ରଖିଛି । ଜିଲ୍ଲାର ସବୁ ପଥରେ ନାକାବନ୍ଦୀ କରି ତଲାସି ଜାରି ରଖିଛି ପୋଲିସ । ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରାଯାଉଛି । ବର୍ତ୍ତମାନ ଯାଏଁ ଫେରାର କଏଦୀଙ୍କ କିଛି ପତ୍ତା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ- ଆଜୀବନ ସଜା କାଟୁଥିବା କଏଦୀ ଜେଲରୁ ଚମ୍ପଟ

ଟିଟିଲାଗଡରେ ବାହାର ରାଜ୍ୟକୁ ଟ୍ରେନ ଯୋଗାଯୋଗ ଥିବାବେଳେ ସେମାନେ ରାଜ୍ୟ ବାହାରକୁ ଫେରାର ମାରିଥିବାର ସନ୍ଦେହ କରାଯାଉଛି । ସହାୟକ ଜେଲର ଚୈତନ୍ୟ ପ୍ରଧାନ କହିଛନ୍ତି ଯେ, ରାତି 8 ଟା ସମୟରେ ସେ କାର୍ଯ୍ୟଳୟ ମଧ୍ୟରେ ଥିଲେ ଏବଂ ଜେଲ ମଧ୍ୟରେ ଥିବା ଅନ୍ୟ ସୁରକ୍ଷା କର୍ମୀଙ୍କୁ ସେହି ଦୁଇ ଜଣ କଏଦୀ ପାଇଖାନା ଯାଇଥିବାର କହିଥିଲେ । ତେବେ ପାଇଖାନା ପଛପଟେ ଥିବା 14 ଫୁଟ ବାଡ ଡେଇଁ ସେମାନେ ଫେରାର ହୋଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ସେ ଉପରୋକ୍ତ ଅଧିକାରୀଙ୍କୁ ଜଣାଇଥିବା କଥା କହିଛନ୍ତି । ସୂଚନା ଅନୁସାରେ 4 ବର୍ଷ ତଳେ ସିନ୍ଧେକେଲା ଅଞ୍ଚଳରେ ଏକ ଗୁଣି ଗାରେଡି ତଥା ଶିଶୁ ବଳି ଘଟଣାର ମୁଖ୍ୟ ଅଭିଯୁକ୍ତ ଶୋଭାବନ ରଣା ଓ କେସିଙ୍ଗା ଅଞ୍ଚଳର ଏକ ହତ୍ୟା ଘଟଣାରେ ଅଭିଯୁକ୍ତ ସୁମିତ ବିହାରୀ ବିଚାରଧୀନ କଏଦୀ ଭାବରେ ଏହି କାରାଗାରରେ ରହୁଥିଲେ ।

ଏଭଳି ଘଟଣା ପରେ ଏହି ଉପ କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ପୂର୍ବରୁ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସ୍ବାମୀ ଅଭିମନ୍ୟୁ ସାହୁଙ୍କ ହତ୍ୟା ଅଭିଯୁକ୍ତମାନେ ଏହି ଜେଲରେ ଥାଇ ଅନେକ ବ୍ୟବସାୟୀଙ୍କୁ ଧମକ ଚମକ ଦେବା ଓ ଦାଦାବଟି ମାଗିବାର ଅଭିଯୋଗ ହୋଇଥିଲା । ସେହିପରି କିଛି ବର୍ଷ ତଳୁ ଏହି କାରାଗାରର ଜଣେ ବିଚାରଧୀନ ମହିଳା କଏଦୀ ଅନ୍ୟ ଜଣେ ପୁରୁଷ ବିଚାରଧୀନ କଏଦୀଙ୍କ ନାଁରେ ବାରମ୍ବାର ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଯାହାପରେ ସେ ସମୟରେ ଜେଲରେ ଦାୟିତ୍ୱରେ ଥିବା 8 ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ବର୍ତ୍ତମାନ ପୁଣି 2 ହତ୍ୟା ଅଭିଯୁକ୍ତ ଜେଲରୁ ଫେରାର ମାରିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଉଠିଛି ପ୍ରଶ୍ନ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Mar 10, 2024, 4:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.