ରାଉରକେଲା: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଗଡ ଜିତିବା ଲକ୍ଷ୍ୟରେ ପ୍ରାର୍ଥୀ । ହାତରେ ଆଉ ଦିନ କେଇଟା ରହିଥିବା ବେଳେ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି ଦଳୀୟ ପ୍ରାର୍ଥୀ । ସୁନ୍ଦରଗଡ ବିଧାନସଭା ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଜୋରଦାର ପ୍ରଚାର ଆରମ୍ଭ ହୋଇଛି । ପ୍ରଥମଥର ସୁନ୍ଦରଗଡ଼ ବିଧାନସଭା ଜିତିବା ଆଶାରେ ରହିଛି ବିଜେଡି ।
ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀକୁ ନେଇ ବର୍ତ୍ତମାନ ତେଜିବାରେ ଲାଗିଛି ରାଜନୀତି । ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ବର୍ତ୍ତମାନ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ପ୍ରଥମ ଥର ବିଜୟୀ ହେବା ଆଶାରେ ବିଜେଡି । ବିଜେଡି ଏଥର ନିଶ୍ଚିତ ବିପୁଳ ମାତ୍ରାରେ ବିଜୟୀ ହେବ ବୋଲି ବିଜେଡି ଆଶା ଭରସା ରଖିଛି । ଦଳ ଯୋଗେଶ ସିଂଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକଟ ଦେଇଥିବା ବେଳେ ସେ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି । ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ବିକାଶର ଧାରା ଏବଂ ନବୀନ ପଟ୍ଟନାୟକଙ୍କ ସହ ଦଳର ଲୋକପ୍ରିୟତା ହି ଏଥର ବିଜୟୀ ହେବାର ମୂଳ କାରଣ ହେବ ବୋଲି କହିଛନ୍ତି ଯୋଗେଶ ସିଂ । ତେବେ ପ୍ରାର୍ଥୀ ପତ୍ର ଘୋଷଣା ହେବା ପରେ ଏବଂ ନିର୍ବାଚନ ନାମଙ୍କନ ଦାଖଲ ପରଠାରୁ ଆଜି ପର୍ଯ୍ୟନ୍ତ ସବୁ ଅଞ୍ଚଳ ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି ଯୋଗେଶ ସିଂ ।
ସେ କହିଛନ୍ତି, "ସୁନ୍ଦରଗଡ଼ ବିଧାନସଭାରେ ଏଥର ବିଜେପି ବିଧାୟିକା ଯେଉଁଭଳି ଅବହେଳା କରିଛନ୍ତି, ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଲୋକେ ବିଜେଡିକୁ ଭଲ ପାଉଛନ୍ତି । ପ୍ରଚାରରେ ବୁଲିବା ମଧ୍ୟରେ ଲୋକଙ୍କ ସମର୍ଥନ ବିଜେଡି ଦଳ ପାଇଁ ଭଲ ରହିଛି ଏବଂ ସୁନ୍ଦରଗଡ଼ବାସୀ ବିକାଶର ମାନେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତି । ଏଥର ବିକାଶକୁ ନେଇ ଲଢେଇ ହେବ ଏବଂ ଲୋକଙ୍କ ପାଖକୁ ମଧ୍ୟ ବିକାଶର ଧାରା ନେଇ ଭୋଟ ଭିକ୍ଷା କରିବୁ ।"
ତେବେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଜିଲ୍ଲାରେ ଏବଂ ରାଜ୍ୟରେ ଓ ସୁନ୍ଦରଗଡ଼ ଅଞ୍ଚଳରେ ଯେଉଁଭଳି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ ବିକାଶ କରିଛନ୍ତି ଏହାକୁ ନେଇ ବର୍ତ୍ତମାନ ନିଶ୍ଚିତ ଭାବରେ ବିଜେଡି ଏଥର ବିଜୟୀ ହେବ ବୋଲି ଆଶା କରିଛନ୍ତି ଯୋଗେଶ ସିଂ ।ତେବେ ସୁନ୍ଦରଗଡ଼ ସଦରର ବିଭିନ୍ନ ଅଞ୍ଚଳ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ ପାଖରେ ପହଞ୍ଚି ନିର୍ବାଚନ ବିଜୟୀ କରି ଆସ୍ଥା ପ୍ରକଟ କରିବା ପାଇଁ ନେହୁରା ହେଉଛନ୍ତି ଯୋଗେଶ ସିଂ।
ଇଟିଭି ଭାରତ, ସୁନ୍ଦରଗଡ