ETV Bharat / state

ସୁଭଦ୍ରା ଯୋଜନା ପାଇଁ ଜନମତ ଲୋଡିଲେ ସରକାର; ଖୁବଶୀଘ୍ର ଆସିବ SOP, ଫିଡବ୍ୟାକ ସଂଗ୍ରହକୁ ପ୍ରହସନ କହିଲେ ବିରୋଧୀ - Deputy CM on Subhadra Scheme SOP

author img

By ETV Bharat Odisha Team

Published : Aug 13, 2024, 9:01 PM IST

Deputy CM on Subhadra Scheme SOP: ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସଓପି ପାଇଁ ଜିଲ୍ଲାପାଳମାନଙ୍କୁ ଫିଡବ୍ୟାକ ମାଗିଲେ ରାଜ୍ୟ ସରକାର । ଯୋଜନା କାର୍ଯ୍ୟକାରୀ ହେଲେ ସ୍ବାବଲମ୍ବୀ ହେବେ ମହିଳା । ଏହି ଦିନଠୁ ଆରମ୍ଭ ହେବ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେପଟେ ଫିଡବ୍ୟାକକୁ ପ୍ରହସନ କହିବା ସହ ସମସ୍ତ ମହିଳା ଲାଭବାନ ହୋଇପାରିବେ ନାହିଁ ବୋଲି ଅଭିଯୋଗ ଆଣିଲେ ବିରୋଧୀ । ଅଧିକ ପଢନ୍ତୁ

Deputy CM on Subhadra Scheme SOP
Deputy CM on Subhadra Scheme SOP (ETV Bharat Odisha)

ଭୁବନେଶ୍ବର: ବିଜେପିର ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ରୂପରେଖ ଖୁବଶୀଘ୍ର ଆସିବାକୁ ଯାଉଛି । ନିର୍ବାଚନ ପୂର୍ବରୁ ବିଜେପି ତାର ସଂକଳ୍ପ ପତ୍ରରେ ଏହାକୁ ସ୍ଥାନ ଦେଇଥିଲା । ଯାହାଦ୍ବାରା ରାଜ୍ୟର ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ । ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଖୁବଶୀଘ୍ର ଏସଓପି ଆସିବ । ଏହି ଯୋଜନାର ଏସଓପି ପାଇଁ ଜିଲ୍ଲାପାଳମାନଙ୍କୁ ଫିଡବ୍ୟାକ ମାଗିଛନ୍ତି ରାଜ୍ୟ ସରକାର । ଗ୍ରାଉଣ୍ଡରେ ମହିଳାଙ୍କଠାରୁ ଜନ ଅଡିଟ କରି 14 ତାରିଖ ସୁଦ୍ଧା ଫିଡବ୍ୟାକ ଦେବେ ଜିଲ୍ଲାପାଳ । ଫିଡବ୍ୟାକ ଆସିବା ପରେ ଏସଓପିରେ ପରିବର୍ତ୍ତନ କିଛିଟା ହୋଇପାରେ । ଏସଓପି ଫାଇନାଲ ହେଲା ପରେ ଚୂଡ଼ାନ୍ତ ହେବ ହିତାଧିକାରୀ ସଂଖ୍ୟା ।

ସୁଭଦ୍ରା ଯୋଜନା ପାଇଁ ଜନମତ ଲୋଡିଲେ ସରକାର; ଖୁବଶୀଘ୍ର ଆସିବ SOP (ETV Bharat Odisha)

ଜିଲ୍ଲାପାଳଙ୍କୁ ଫିଡବ୍ୟାକ ମାଗିଲେ ସରକାର:-

ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ସୁଭଦ୍ରା ଯୋଜନାର ଏସଓପି ପାଇଁ ଜିଲ୍ଲାପାଳମାନଙ୍କୁ ଫିଡବ୍ୟାକ ମଗାଯାଇଛି । ଏସଓପି ଫାଇନାଲ ହେଲା ପରେ ଚୂଡ଼ାନ୍ତ ହେବ ହିତାଧିକାରୀ ସଂଖ୍ୟା। କିନ୍ତୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ସର୍ବାଧିକ ହେବ । ଆବେଦନା ପ୍ରକ୍ରିୟାକୁ ବି ସହଜ କରିବାକୁ ଫିଡବ୍ୟାକ ମଗାଯାଇଛି । ମୋବାଇଲ ଲିଙ୍କରେ ବି ଆବେଦନ ହୋଇପାରିବ ସେ ନେଇ ବି ସରକାର ଚେଷ୍ଟା କରୁଛନ୍ତି ।"

ବିଜେପିର ସଂକଳ୍ପ ପତ୍ର
ବିଜେପିର ସଂକଳ୍ପ ପତ୍ର (File Photo)

ସୁଭଦ୍ରା ଯୋଜନା ଆରମ୍ଭ ଦିନ ସ୍ଥିର:-

ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ହାତରେ ହିଁ ମହିଳାଙ୍କୁ ଭାଉଚର ମିଳିବ । ଓଡ଼ିଶାରେ 30ଟି ଜିଲ୍ଲାର 10ଟି କ୍ଳଷ୍ଟରରେ ଏହାର ଶୁଣାଣି ହେବ । ଫିଡବ୍ୟାକ୍ ମହିଳା ଏବଂ ଶିଶୁ ବିକାଶ ସଚିବଙ୍କ ପାଖକୁ ଆସିବ । ସେ ଆଧାରରେ ଏସଓପି ଫାଇନାଲ ହୋଇ ସାଧାରଣ ଲୋକଙ୍କ ପାଖକୁ ଯିବ । ଆମେ ମହିଳାମାନଙ୍କୁ ସ୍ବାବଲମ୍ବୀ ଏବଂ ଅର୍ଥନୈତିକ ଦିଗରେ ମହିଳାଙ୍କର ଏକ ଯୁଗାନ୍ତକାରୀ ପରିବର୍ତ୍ତନ ପାଇଁ ଆମ ସଂକଳ୍ପ ପତ୍ରରେ କହିଥିଲୁ । ତାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସାଧାରଣ ଲୋକଙ୍କର ମତକୁ ନେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏସଓପି ଆସିବା ପରେ ଆଉ ଅଧିକ ଚର୍ଚ୍ଚା କରିବୁ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି ।

ସୁଭଦ୍ରା ଯୋଜନାରେ ମିଳିବ ଟଙ୍କା
ସୁଭଦ୍ରା ଯୋଜନାରେ ମିଳିବ ଟଙ୍କା (File Photo)

'ସବୁଠାରୁ ସୁଭଦ୍ରା ଯୋଜନାରେ ଅଧିକ ହିତାଧିକାରୀ ରହିବେ'

ରାଜ୍ୟରେ ଯେତେ ଯୋଜନା ଅଛି ସବୁଠାରୁ ସୁଭଦ୍ରା ଯୋଜନାରେ ଅଧିକ ହିତାଧିକାରୀ ରହିବେ । ସୁଭଦ୍ରା ହିତାଧିକାରୀ ଗୋଟିଏ ଘରୁ 1ରୁ ଅଧିକ ହୋଇପାରିବେ କିନ୍ତୁ କେଉଁ ଘରକୁ ମିଳିବ କିଏ ଯୋଗ୍ୟ ତାହା ଏସଓପିରେ ଅଛି । ଯଦି ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାରେ କିଛି ହୁଏ ସବୁଠାରୁ ଅଧିକ ଖୁସି ମୁଁ ହେବି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସୁଭଦ୍ରା ଯୋଜନା କଣ ?

ସୂଚନ ଥାଉକି, ବିଜେପି ସରକାର ରାଜ୍ୟରେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ଦୁଇବର୍ଷ ପାଇଁ ୫୦ହଜାର ଟଙ୍କାର ଭାଉଚର ଯୋଗାଇ ଦେବେ । ଯାହାକୁ ମହିଳାମାନେ ନିଜର ଇଚ୍ଛା ଓ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିପାରିବେ ।

ଫିଡବ୍ୟାକ ସଂଗ୍ରହକୁ ପ୍ରହସନ କହିଲେ ବିରୋଧୀ (ETV Bharat Odisha)

ଫିଡବ୍ୟାକ୍‌ ସଂଗ୍ରହକୁ ପ୍ରହସନ କହିଲା ବିଜେଡି:-

ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାପାଳମାନଙ୍କ ଜରିଆରେ ଫିଡବ୍ୟାକ ସଂଗ୍ରହ କରିବେ ମୋହନ ସରକାର । ତେବେ ଏହି ଫିଡବ୍ୟାକ ସଂଗ୍ରହକୁ ଏକ ପ୍ରହସନ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି, "ଉପମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ସର୍ବସାଧାରଣଙ୍କ ଦ୍ବାରା ଗ୍ରହଣୀୟ ହୋଇ ପାରୁନାହିଁ । ସୁଭଦ୍ରା ଯୋଜନାରେ ମଧ୍ୟ ଅଧିକାଂଶ ମହିଳାଙ୍କ ସହ ଚଞ୍ଚକତା କରିବାକୁ ଯାଉଛି । ରାଜ୍ୟର 30ଟି ଜିଲ୍ଲାରୁ ଫିଡ଼ବ୍ୟାକ ଆଣିବା ପାଇଁ ମାତ୍ର 10 ଜିଲ୍ଲାପାଳଙ୍କୁ ଦାୟିତ୍ବ ଦେବା କେବଳ ଧର୍ମକୁ ଆଖିଠାର ସଦୃଶ୍ୟ । ଫିଡବ୍ୟାକ ଆଳରେ ଅଧିକାଂଶ ମହିଳା ସୁଭଦ୍ରା ଯୋଜନା ହିତାଧିକାରୀ ତାଲିକାରୁ ବାଦ ପଡିବେ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି । ବିଜେପି ପାଖରେ ଏସଓପି ପ୍ରସ୍ତୁତ ନଥିଲା ବେଳେ ଗତ ନିର୍ବାଚନ ସମୟରେ ମହିଳାଙ୍କୁ ସୁଭଦ୍ରା ଯୋଜନା ପାଇଁ ଫର୍ମ ପୂରଣ କରେଇବା, ଆୟ ଓ ଜାତି ପ୍ରମାଣପତ୍ର ଯୋଗାଡ଼ କରି ଖର୍ଚ୍ଚାନ୍ତ କରିବା ମହଙ୍ଗା ପଡିବ । ରାଜ୍ୟର ମହିଳା ମାନେ ବିଜେପିକୁ ଉଚିତ ଜବାବ ଦେବେ ।"

'ପ୍ରତ୍ୟେକ ମହିଳା ହୋଇପାରିବେ ନାହିଁ ଲାଭବାନ'

ବିଜେପି ସଂକଳ୍ପ ପତ୍ରରେ କୁହାଯାଇଥିଲା, ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କାର କ୍ୟାସ ଭାଉଚର ଦିଆଯିବ । ଯାହାକୁ ସେମାନେ ଦୁଇ ବର୍ଷ ଭିତରେ ଖର୍ଚ୍ଚ କରିପାରିବେ । ଚଳିତ ବଜେଟରେ ସୁଭଦ୍ରା ଯୋଜନା ପାଇଁ ମାତ୍ର ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ପରିମାଣରେ ରାଜ୍ୟର ମାତ୍ର ୨୦ ଲକ୍ଷ ମହିଳା ସାମିଲ ହୋଇପାରିବେ । ତେଣୁ ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳା ଲାଭବାନ ହୋଇପାରିବେ ନାହିଁ ସନ୍ଦେହ ସୃଷ୍ଟି ହୋଇଛି ବୋଲି ପ୍ରମିଳା କହିଛନ୍ତି ।

ସୁଭଦ୍ରା ଯୋଜନାକୁ ନେଇ କଣ କହିଲେ ସୋଫିଆ ଫିର୍ଦୋଷ:-

କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ କହିଛନ୍ତି, "ସୁଭଦ୍ରା ଯୋଜନା ଲାଗି ଚଳିତ ବଜେଟରେ ୧୦ ହଜାର କୋଟି ଟଙ୍କା ରହିଛି । ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି କହିଛନ୍ତି । ଭାଗ କଲେ ଏହା ମାତ୍ର ୨୦ ଲକ୍ଷ ମହିଳାଙ୍କ ଲାଗି ଉଦିଷ୍ଟ । ଓଡିଶାରେ ୨ କୋଟିରୁ ଅଧିକ ମହିଳା ରହିଛନ୍ତି । ରାଜ୍ୟର ମାତ୍ର ୧୦ ପ୍ରତିଶତ ମହିଳା ଏଥିରେ ସାମିଲ ହୋଇପାରିବେ । ବହୁତ ମହିଳା ଏଥିରୁ ବାଦ ପଡିବେ । ଲକ୍ଷପତି ଦିଦି ସୃଷ୍ଟି କରିବାକୁ କହିଛନ୍ତି । ବ୍ୟବସାୟ କରି ଦୀର୍ଘକାଳୀନ ରୋଜଗାର ପନ୍ଥା ବାହାର କରିବାକୁ ପଡିବ । ସେହି ୨୦ ଲକ୍ଷ ମହିଳା କିଭଳି ଚୟନ କରିବେ ଦେଖିବାକୁ ପଡିବ ।"

ଏହା ବି ପଢନ୍ତୁ- ETV Bharat Exclusive: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ଭ୍ରମିତ ନହେବାକୁ ପରାମର୍ଶ ଦେଲେ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.