ETV Bharat / state

ପୁଣି ବର୍ଷାରେ ଭିଜିବ ଓଡ଼ିଶା, ଆଜିଠୁ 3 ଦିନ ବର୍ଷା ସମ୍ଭାବନା - ଓଡ଼ିଶାରେ ବର୍ଷା

Odisha Weather Update: ଆସନ୍ତାକାଲି ଠାରୁ 3 ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାସହ ଘନ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

କାଲିଠାରୁ 3 ଦିନ ବର୍ଷିବ
କାଲିଠାରୁ 3 ଦିନ ବର୍ଷିବ
author img

By ETV Bharat Odisha Team

Published : Feb 13, 2024, 6:51 PM IST

Updated : Feb 14, 2024, 7:52 AM IST

କାଲିଠାରୁ 3 ଦିନ ବର୍ଷିବ

ଭୁବନେଶ୍ୱର: ରାଜ୍ୟରୁ ଶୀତ ଗାଏବ ହୋଇଥିବା ବେଳେ ବର୍ତ୍ତମାନ ପାଗ ଶୁଖିଲା ରହିଛି । ଆଗାମୀ 24 ଘଣ୍ଟା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ମେଘୁଆ ରହିବ । ଓଡ଼ିଶାରେ ଗୁରୁଚାପ ବଳୟ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି । ଏହା ପ୍ରଭାବରେ ଉତ୍ତର ଉପକୂଳ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଆଜିଠାରୁ 3 ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ବର୍ତ୍ତମାନ ରାଜ୍ୟରେ ନିର୍ଦ୍ଧିଷ୍ଟ ଭାବେ କୌଣସି ପାଣିପାଗର ନିୟାମକ ସକ୍ରିୟ ନଥିବା ବେଳେ ପାଗ ଶୁଖିଲା ରହିଛି । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ମେଘୁଆ ପାଗ ରହିବ । ଏହାସହ ସକ୍ରିୟ ଥିବା ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଚଳାଚଳ ହେଉଥିବାରୁ ଆଜି ଉତ୍ତର ଉପକୂଳର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ବିଶେଷ ଭାବେ ଆସନ୍ତା ୨୪ ଘଣ୍ଟାରେ ଗୁରୁଚାପ ପ୍ରଭାବରେ ୧୨ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ ଓ କନ୍ଧମାଳରେ ଘନ କୁହୁଡି ହେବାର ସମ୍ଭାବନା ରହିଥିବ ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆଜି ୧୦ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି ।

ଅନ୍ୟପଟେ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପ ପ୍ରବେଶ କରୁଥିବା ବେଳେ ବାୟୁ ମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସକ୍ରିୟ ରହିଛି । ଏହି ଦୁଇ ପକାର ପାଣିପାଗ ପ୍ରତିକ୍ରିୟାଶୀଳ ହୋଇ ରାଜ୍ୟରେ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ୧୪, ୧୫ ଓ ୧୬ ତାରିଖରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ୧୪ ତାରିଖ ଅର୍ଥାତ ଆଜି ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ସହ ୧୫ରେ ଉତ୍ତର ଆଭ୍ୟନ୍ତରୀଣ, ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ....ରାଜ୍ୟରେ ବଢ଼ୁଛି ତାତି, କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା

ସେହିପରି ୧୬ ତାରିଖରେ ଉତ୍ତର ଓ ଦକ୍ଷିଣ ଉପକୂଳର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ପୁଣି ୧୭ ତାରିଖରୁ ପାଗ ବଦଳିବା ସହ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇଥିବା ବେଳେ କିଛି ସ୍ଥାନରେ କୁହୁଡି ଦୃଶ୍ୟମାନ ହୋଇଥିଲା । କଟକ, ପାରାଦ୍ୱୀପ ଓ କେନ୍ଦ୍ରାପଡ଼ାରେ ଘନ କୁହୁଡି ସହ ଭୁବନେଶ୍ୱରରେ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଥିଲା । ସେହିପରି ହାଲୁକା ବର୍ଷା ସହ ସୁନ୍ଦରଗଡ ଲେଫ୍ରିପଡ଼ାରେ ୩. ୨ମିମି ବର୍ଷା ରେକର୍ଡ ହୋଇଛି । ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମାଲକାନଗିରିରେ ୩୪.୦ ଡିଗ୍ରୀ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସର୍ବନିମ୍ନ ତାପମାତ୍ରା କୋରାପୁଟର ସିମିଲିଗୁଡ଼ାରେ ୧୧. ୧ ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 14, 2024, 7:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.