ETV Bharat / state

ଝାରସୁଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: 4 ମୃତ, 9 ଗୁରୁତର - ଟ୍ରକ ଧକ୍କାରେ ଚାଲିଗଲା ଜୀବନ

Accident In Jharsuguda: ଝାରସୁଗୁଡାରେ ଭୟଙ୍କର ସଡକ ଦୁର୍ଘଟଣା । ପିକଅପ୍‌ ଭ୍ୟାନ ଓ ଟ୍ରକ ମଧ୍ୟରେ ଧକ୍କା ହେବା ଯୋଗୁଁ 4 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 9 ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

Accident In Jharsuguda
Accident In Jharsuguda
author img

By ETV Bharat Odisha Team

Published : Feb 11, 2024, 1:41 PM IST

ଝାରସୁଗୁଡ଼ା: ପିକ୍‌ଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଚାଲିଗଲା 4 ଜଣଙ୍କ ଜୀବନ । ଆଜି(ରବିବାର) ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଜୁନିଏନ ଗ୍ରାମରେ । ଏଥିରେ 9 ଜଣ ଗୁରୁତର ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସକାଳ ପ୍ରାୟ ସାଢେ 10ଟା ବେଳେ ଏହି ଦୁର୍ଘଟଣା ଘଟିଛି ।

ଜୁନିଏନ ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ପୁଣିଥରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁଯାୟୀ, ଲଖନପୁର ବେହେରାଗୁଡ଼ା ପଟରୁ ଆସୁଥିବା ଏକ ଯାତ୍ରୀବାହୀ ପିକ୍ଅପ୍ ଭ୍ୟାନକୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଜୁନିଏନ ଗ୍ରାମ ନିକଟରେ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ 4 ଜଣ ପ୍ରାଣ ହରାଇଛନ୍ତି । ଗୁରୁତରଙ୍କ ସଂଖ୍ୟା 9 ଥିବା କୁହାଯାଉଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଲଖନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ମୃତଦେହଗୁଡିକୁ ଜବତ କରିବା ସହ ସମସ୍ତ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଆହତଙ୍କ ମଧ୍ୟରୁ କେତେକ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ଥିବା କୁହାଯାଉଛି । ଅନ୍ୟପଟେ କିଭଳି ଓ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଅଧିକ ତଦନ୍ତ କରୁଛି ପୋଲିସ । ୪୯ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜିର ରହିଛି ।

ଏହା ମଧ୍ୟ ପଢନ୍ତୁ...ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଏହା ମଧ୍ୟ ପଢନ୍ତୁ...ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା; ଜଣେ ମୃତ, 8 ଗୁରୁତର

ସେହିପରି ଗତ କିଛି ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ନବରଙ୍ଗପୁରରେ ସାଂସଦ ରମେଶ ମାଝୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଥିରେ ସାଂସଦ ଓ ତାଙ୍କ ଡ୍ରାଇଭର ସମେତ 3 ଜଣ ସାମାନ୍ୟ ଆହତ ହୋଇଛନ୍ତି । ଅନ୍ୟପଟେ ଭଦ୍ରକ ଜିଲ୍ଲାର 16 ନମ୍ବର ଜାତୀୟ ରାଜପଥରେ ଗୋଟିଏ ବୋଲେରୋ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।

ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା 8 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 4 ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଗାଡି ସହ ଫେରାର ଥିବା ଜଣାପଡିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.