ETV Bharat / state

ଅଙ୍ଗନବାଡ଼ି କେନ୍ଦ୍ରରେ ଭଙ୍ଗାରୁଜା, ବନ୍ଧାହେଲେ ଯୁବ କଂଗ୍ରେସ ସମ୍ପାଦକ

author img

By ETV Bharat Odisha Team

Published : Mar 12, 2024, 9:47 PM IST

Congress Leader Arrested in Anganwadi Center Vandalized : ଯୁବ କଂଗ୍ରେସ ସମ୍ପାଦକ ପ୍ରଦୀପ ବେହେରା ଏବଂ ତାଙ୍କ ସହଯୋଗୀ ବିଳମ୍ବିତ ରାତିରେ ନୟାବଜାର ଅଞ୍ଚଳର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଅଧିକ ପଢ଼ନ୍ତୁ,

ଅଙ୍ଗନ ବାଡ଼ି କେନ୍ଦ୍ରରେ ଭଙ୍ଗାରୁଜା
ଅଙ୍ଗନ ବାଡ଼ି କେନ୍ଦ୍ରରେ ଭଙ୍ଗାରୁଜା

ଅଙ୍ଗନ ବାଡ଼ି କେନ୍ଦ୍ରରେ ଭଙ୍ଗାରୁଜା

ରାଉରକେଲା: ମଦ ପିଇ ଝଗଡା କରିବା ପଡ଼ିଲା ମହଙ୍ଗା । ବନ୍ଧାହେଲେ ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକଙ୍କ ସହ ଦୁଇ ସହଯୋଗୀ । ସୂଚନା ଅନୁଯାୟୀ, ଗତକାଲି (ସୋମବାର) ଯୁବ କଂଗ୍ରେସ ସମ୍ପାଦକ ପ୍ରଦୀପ ବେହେରା ଏବଂ ତାଙ୍କ ସହଯୋଗୀ ବିଳମ୍ବିତ ରାତିରେ ନୟାବଜାର ଅଞ୍ଚଳର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଭଙ୍ଗାରୁଜା କରିବା ଅଭିଯୋଗ ଆସିଥିଲା । ପରେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ପ୍ରଦୀପଙ୍କ ସମେତ ଆଉ ୨ ଜଣଙ୍କୁ ଗିରଫ କରିଥିଲା । ଆଜି ତାଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

ପ୍ରଦୀପଙ୍କ ସହିତ ଗିରଫ ହୋଇଥିବା ଆଉ ଦୁଇଜଣ ଅଭିଯୁକ୍ତ ହେଲେ ରାହୁଲ ପ୍ରସାଦ ଓ ଦୀନେଶ ବେହେରା । ସମସ୍ତଙ୍କ ଘର ନୟାବଜାର ଅଞ୍ଚଳରେ । ନୟାବଜାର ଅନ୍ତର୍ଗତ ରାଉରକେଲା ମହାନଗର ନିଗମ ୱାର୍ଡ ନମ୍ବର ୩୩ର ସୁଚିତ୍ରା ମାଝୀ ଭବାନୀପୁର ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରନ୍ତି । ତାଙ୍କ ଅଭିଯୋଗ ମୁତାବକ ଦୀନେଶ, ବାପୁନି ଓ ରାହୁଲ ମିଶି ରାତି ୧ଟାରେ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିଥିଲେ । ଅଙ୍ଗନବାଡ଼ିର ୩ଟି ଝରକା ତାଡ଼ି ଦେଇଥିଲେ । ପରେ ଶୌଚାଳୟର ପାଣି ଟ୍ୟାପ୍, ଲାଇଟ, ମୋଟର ଆଦି ଭଙ୍ଗାରୁଜା କରିଥିଲେ । ଗାଳିଗୁଲଜ କରୁଥିବା ବେଳେ ଜିତେନ କାରୁଆ, ଶୁଭମ ମୁଣ୍ଡା, ସୁଧୀର ସାଣ୍ଡିଲ ଉପସ୍ଥିତ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ.... ଜେଲରୁ ବ୍ରାଉନସୁଗାର କାରବାର ମାମଲା: ୭ ଗିରଫ, ୯ ମୋବାଇଲ ଜବତ

କେବଳ ସେତିକି ନୁହେଁ, ସୁଧୀର ସାଣ୍ଡିଲ ନାମକ ଜଣେ ଯୁବକଙ୍କ ରିପୋର୍ଟ ଅନୁଯାୟୀ ସେହି ରାତିରେ ଜିତେନ କାରୁଆ, ଶୁଭମ ପଣ୍ଡା ନୟାବଜାର ଶିବ ମନ୍ଦିର ପାଖକୁ କୌଣସି ବାବଦରେ ଟଙ୍କା ଆଣିବାକୁ ଯାଇଥିବା ବେଳେ ପ୍ରଦୀପ, ରାହୁଲ ପ୍ରସାଦ ଓ ଦୀନେଶ ବେହେରା ମିଶି ସୁଧୀରଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ । ସୁଧୀରଙ୍କ ରିପୋର୍ଟ ଆଧାରରେ ପୁଲିସ ଏକ ଏସସି/ଏସଟି ମାମଲା ରୁଜୁ କରିଥିବା ବେଳେ ଜୋନାଲ ଡିଏସପି ନିର୍ମଳ କୁମାର ମହାପାତ୍ର ଏହାର ତଦନ୍ତ କରୁଛନ୍ତି । ଅପରପକ୍ଷେ ପ୍ରଦୀପ ବେହେରାଙ୍କ ପାଲଟା ଅଭିଯୋଗ ଅନୁଯାୟୀ ନୟାବଜାର ଶିବ ମନ୍ଦିରରେ ପ୍ରସାଦ ସେବନ ଚାଲିଥିବାବେଳେ ଉତ୍ତମବସ୍ତିର ସୁଧୀର ସାଣ୍ଡିଲ ଆସି ପ୍ରଦୀପଙ୍କୁ ଗାଳିଗୁଲଜ କରିବା ସହ ପ୍ରସାଦକୁ ନଷ୍ଟ କରିଦେଇଥିଲେ । ଏହା ବ୍ୟତୀତ ଭୋଜିରେ ବ୍ୟବହୃତ ବାସନକୁ ଭଙ୍ଗାରୁଜା କରିବା ସହ ବନ୍ଧୁକ ମୁନରେ ପ୍ରଦୀପଙ୍କୁ ହତ୍ୟା ଧମକ ଦେଇଥିଲେ । ପୋଲିସ ଏହି ଅଭିଯୋଗର ମଧ୍ୟ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.