ETV Bharat / state

ଜନ୍ମମାଟିରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ, ମା' କୀଚକେଶ୍ବରୀ ମନ୍ଦିରରେ ରାଷ୍ଟ୍ରପତି - President Murmu at Khiching

President Droupadi Murmu reached Mayurbhanj: ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଖିଚିଂସ୍ଥିତ ପାଣ୍ଡରଶିଳ ଅସ୍ଥାୟୀ ହେଲିପ୍ୟାଡ ପହଞ୍ଚିବା ପରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କୀଚକେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢ଼ନ୍ତୁ

ମା' କୀଚକେଶ୍ବରୀ ମନ୍ଦିରରେ ରାଷ୍ଟ୍ରପତି
ମା' କୀଚକେଶ୍ବରୀ ମନ୍ଦିରରେ ରାଷ୍ଟ୍ରପତି
author img

By ETV Bharat Odisha Team

Published : Feb 28, 2024, 3:57 PM IST

Updated : Feb 28, 2024, 7:53 PM IST

ମା' କୀଚକେଶ୍ବରୀ ମନ୍ଦିରରେ ରାଷ୍ଟ୍ରପତି

ରାଇରଙ୍ଗପୁର: ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଲେ ମାଟିର ଝିଅ ତଥା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁ ତୃତୀୟ ଥର ପାଇଁ ନିଜ ଜିଲ୍ଲା ମୟୂରଭଞ୍ଜକୁ ଆସିଛନ୍ତି । ଆଜିଠୁ 4 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି । ତେବେ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଅଧଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବାୟୁସେନାର ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଶୁକୃଳିସ୍ଥିତ ପାଣ୍ଡରଶିଳ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବା ପରେ ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରକେଡ୍‌ ଯୋଗେ ଆସି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଖିଚିଂସ୍ଥିତ ମା' କୀଚକେଶ୍ବରୀ ମନ୍ଦିରରେ ପହଞ୍ଚି ମା'ଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି ।

ଆଜି ସକାଳ ୮.୩୦ ସମୟରେ ରାଷ୍ଟ୍ରପତି ଭବନରୁ ବାହାରି ଦିଲ୍ଲୀସ୍ଥିତ ପାଲମ ଏୟାରପୋର୍ଟ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଝାଡ଼ଖଣ୍ଡର ରାଞ୍ଚି ଏୟାରପୋର୍ଟରେ ସକାଳ ୧୦.୩୦ ସମୟରେ ପହଞ୍ଚିଥିଲେ । ଏହାପରେ ଦିନ ୧୧ଟା ୩୦ ସମୟରେ ରାଞ୍ଚିସ୍ଥିତ ଝାଡ଼ଖଣ୍ଡ ସେଣ୍ଟ୍ରାଲ ୟୁନିଭର୍ସିଟିରେ ତୃତୀୟ କନଭୋକେସନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ସେଠାରେ କାର୍ଯ୍ୟକ୍ରମ ସାରି ରାଞ୍ଚି ଏୟାରପୋର୍ଟରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାହାରି ଖିଚିଂସ୍ଥିତ ପାଣ୍ଡରଶିଳ ଅସ୍ଥାୟୀ ହେଲିପ୍ୟାଡ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରିକେଡ ଯୋଗେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କୀଚକେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ମା'ଙ୍କ ଦର୍ଶନ ସହିତ ସେଠାରେ ଅନ୍ନପ୍ରସାଦ ସେବନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

ତେବେ କାର୍ଯ୍ୟସୂଚୀ ଅନୁଯାୟୀ, ଅଧଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଶୁକୃଳିସ୍ଥିତ ପାଣ୍ଡରଶିଳ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବା ପରେ ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରକେଡ୍‌ ଯୋଗେ ଆସି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଖିଚିଂସ୍ଥିତ ମା' କୀଚକେଶ୍ବରୀଙ୍କ ମନ୍ଦିର ପ୍ରବେଶ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ମନ୍ଦିର କମିଟି ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଭବ୍ୟ ସ୍ଵାଗତ କରାଯାଇଥିଲା । ପରେ ମହାମହିମ ରାଷ୍ଟ୍ରପତି ମା' କୀଚକେଶ୍ବରୀଙ୍କ ଦର୍ଶନ କରିଥିଲେ । ପୂର୍ବରୁ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ମା' କୀଚକେଶ୍ବରୀଙ୍କ ଦର୍ଶନ କରିଥିଲେ । ହେଲେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ମା'ଙ୍କ ନିକଟରେ ଏହା ତାଙ୍କର ପ୍ରଥମ ଦର୍ଶନ ।

ପୂର୍ବରୁ ଭାରତର କୌଣସି ରାଷ୍ଟ୍ରପତି ଖିଚିଂସ୍ଥିତ ମା' କୀଚକେଶ୍ବରୀ ମନ୍ଦିର ପରିଦର୍ଶନରେ ଆସିନଥିଲେ । ହେଲେ ଭାରତର ରାଷ୍ଟ୍ରପତି ଭାବରେ ପ୍ରଥମ ଥର ପାଇଁ ମା'ଙ୍କ ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ମା' କୀଚକେଶ୍ବରୀଙ୍କ ଦର୍ଶନ ସହିତ ମା'ଙ୍କ ଆଳତୀ ସମୟରେ ଉପସ୍ଥିତ ରହିଥିଲେ ମହାମହିମ । ଏଥି ସହିତ ମା'ଙ୍କ ନିକଟରେ ଲାଗି ହୋଇଥିବା ଅନ୍ନପ୍ରସାଦ ସେବନ କରି ଆତ୍ମତୃପ୍ତି ଲାଭ କରିଥିଲେ । ମହାମହିମଙ୍କର ଦୀର୍ଘ ଦିନରୁ ମା' କୀଚକେଶ୍ବରୀଙ୍କୁ ଦର୍ଶନ କରିବା ସହ ମା'ଙ୍କ ଆଶୀର୍ବାଦ ଲାଭ କରିବାର ଯେଉଁ ଆଶା ରହିଥିଲା, ତାହା ଆଜି ସାକାର ହୋଇଛି । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ସେଠାରେ ରାଷ୍ଟ୍ରପତି ମା' କୀଚକେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଓ ମନ୍ଦିର କମିଟି ସଦସ୍ୟଙ୍କ ସହିତ ଆଲୋଚନା କରି ରାଇରଙ୍ଗପୁର ଦାଣ୍ଡବୋଷସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ ଅଭିମୁଖେ ଯାତ୍ରା କରିଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Feb 28, 2024, 7:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.