ETV Bharat / state

ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ମେଳା ପାଇଁ ପ୍ରସ୍ତୁତି ; ଠାକୁରଙ୍କ ନୀତି ଏବଂ ଜନସମାଗମକୁ ଗୁରୁତ୍ବ - କୋଣାର୍କ ମାଘ ମେଳା

Konark Magh Mela: ମାଘ ମେଳାରେ ଠାକୁରମାନଙ୍କ ନୀତି ସଂପାଦନ ନେଇ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ମାଘ ମେଳା ନେଇ ପ୍ରସ୍ତୁତି ବୈଠକ
ମାଘ ମେଳା ନେଇ ପ୍ରସ୍ତୁତି ବୈଠକ
author img

By ETV Bharat Odisha Team

Published : Feb 7, 2024, 3:06 PM IST

ମାଘ ମେଳା ନେଇ ପ୍ରସ୍ତୁତି ବୈଠକ

ନିମାପଡା: ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଅନୁଷ୍ଠିତ ହେବ ମାଘମେଳା । ଏନେଇ ଦ୍ବିତୀୟ ସମନ୍ବୟ ବୈଠକ ଯାତ୍ରୀ ନିବାସଠାରେ ଆୟୋଜିତ ହୋଇଯାଇଛି । ପ୍ରାଶାସନିକ ଅଧିକାରୀ ଭଵ ତାରଣ ସାହୁଙ୍କ ଅଧକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିବା ବେଳେ ମାଘ ମେଳା ପାଇଁ ପ୍ରସ୍ତୁତି, ନୀତି ନିର୍ଘଣ୍ଟ, ବୁଡ଼ ପୁଷ୍କରିଣୀ ପଙ୍କ ଉଦ୍ଧାର, ଭକ୍ତଙ୍କ ସମାଗମ ଉପରେ ଗୁରୁତ୍ବାରୋପ କରାଯାଇଥିଲା ।

ମାଧମେଳା ସମୟରେ ପରିମଳ ବ୍ୟବସ୍ଥା ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଥିଲା । ଚଳିତବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ନେଇ ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ପୁଷ୍କରିଣୀ ଓ ମାଘ ପଡିଆକୁ ସିସିଟିଭି କ୍ୟାମେରାରେ ଛାଉଣୀ କରାଯିବ । ଲକ୍ଷାଧିକ ଶ୍ରଦ୍ଧାଳୁ କିଭଳି ଭାବେ ଆସି ମାଘମେଳା ବୁଲିବେ ଏବଂ ତ୍ରୀର୍ଥ ପୁଷ୍କରିଣୀରେ ସ୍ନାନ କରି ସୂର୍ଯ୍ୟ ମନ୍ଦିର, ନବଗ୍ରହ ବୁଲିଯିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ତ୍ରୀର୍ଥ ପୁଷ୍କରିଣୀ ଖନନ କରିବା ସହ ପିଇବା ପାଣିର ସୁବିଧା, ଲାଇଟି ସଜା ରାସ୍ତାଘାଟ ମରାମତିକୁ ଦୃଷ୍ଟି ଆକର୍ଷଣ କରିବାକୁ ସମସ୍ତ ଅଫିସରଙ୍କୁ ତାଗିଦ୍ କରିଛନ୍ତି ଜିଲ୍ଲା ପ୍ରଶାସନ।

ଏହା ମଧ୍ୟ ପଢନ୍ତୁ: ଆସୁଛି ପ୍ରସିଦ୍ଧ ମାଘମେଳା, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ପୋଲିସ ପକ୍ଷରୁ ଗତବର୍ଷ ପରି ସର୍ବମୋଟ 13 ପ୍ଲାଟୁନ ଫୋର୍ସ, 14 ଜଣ DSP ,100 ଜଣ IIC ସହ ପୁରୀ ଆରକ୍ଷୀ ଅଧିକାରୀଙ୍କୁ ନିୟୋଜିତ କରାଯିବ । କାରଗୁଡିକ ହେଲିପ୍ୟାଡରେ ରଖି ସେଠାରୁ ଚାଲିଚାଲି ଚନ୍ଦ୍ରଭାଗା ପୁଷ୍କରିଣୀ ଯାଇ ବୁଡ ପକାଇ ପାରିବେ ଶ୍ରନ୍ଧାଳୁ । ସେହିପରି ପୁରୀରୁ ଆସୁଥିବା ଗାଡି ଗୁଡିକୁ ରାମଚଣ୍ଡୀ ଠାରେ ରଖିବା ପାଇଁ ଧାର୍ଯ୍ୟ କରାଯାଇଛି ।ଯେପରି କୌଣସି ଅଘଟଣ ନହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରସିଦ୍ଧ ମାଘ ବୁଡ଼ ପାଇଁ ଓଡିଶାର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିପରି ଲକ୍ଷାଧିକ ଶ୍ରଦ୍ଧାଳୁ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇ ଡାକବଙ୍ଗଳା ଛକରେ ପ୍ରବେଶ କରି କୋଣାର୍କ ସୂର୍ଯ୍ୟ ମନ୍ଦିର, ନବଗ୍ରହ ପିଠକୁ ଭକ୍ତମାନେ ଦର୍ଶନ କରି ନବଗ୍ରହ ଗେଟର ପ୍ରସ୍ଥାନ ପାଇଁ ଧାର୍ଯ୍ୟ କରାଯାଇଛି ।

ପ୍ରଶାସନ ପକ୍ଷରୁ ପବିତ୍ର ମାଘ ସପ୍ତମୀ ବୁଡ଼ ପାଇଁ ଦୁଇଦିନ ଧରି ସମସ୍ତ ଅବକାରୀ ଦୋକାନ ବନ୍ଦ ରହିବା ସହ ସବୁ ସ୍ଥାନରେ ଚେକିଂ କରିବାକୁ ପୋଲିସ ବିଭାଗ ଓ ଅବକାରୀ ବିଭାଗ ଦାଇତ୍ଵ ନେଇଛନ୍ତି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ସେହିପରି ତିନିଠାକୁରଙ୍କ ସ୍ନାନ ଓ ଦେବ ନୀତି ନିର୍ଦ୍ଧାରିତ ସମୟ ଭିତରେ ସମ୍ପନ୍ନ ହେବା ପାଇଁ ଆଜିକାର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ କୁମ୍ଭ ମେଳା ପରି ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚାରିପଟେ ଗୈରିକ ପତାକା ଉଡାଇବା ପାଇଁଁ ଏହି ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ପ୍ରଶାସନିକ ଅଧିକାରୀ ଭଵ ତାରଣ ସାହୁଙ୍କ ସମେତ ନିମାପଡ଼ା ଏସ୍ଡିପିଓ ପ୍ରଭାତ କୁମାର ମଲିକ, ଏନଏଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ, ଏନଏସି ଅଧ୍ୟକ୍ଷା ସଞ୍ଜୁକ୍ତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.